ମାଛ ଧରିବା ପାଇଁ ଯାଇଥିଲା ବ୍ୟକ୍ତି, ସେତେବେଳେ ହଠାତ୍ ଆସିଗଲା ବିଶାଳକାୟ କୁମ୍ଭୀର, କରିବାକୁ ଲାଗିଲେ ତାର ପିଛା, ତାପରେ ଘଟିଲା ଏମିତି କିଛି – ଦେଖନ୍ତୁ ଭିଡିଓ
ଜଣେ ୨୨ ବର୍ଷୀୟ ବ୍ୟକ୍ତିଙ୍କ ଜୀବନର ସବୁଠାରୁ ଭୟାନକ କ୍ଷଣ ଥିଲା ଯେତେବେଳେ ଫ୍ଲୋରିଡାରେ ଟାରପୋନ ମାଛ ଧରୁ ଥିଲା। ସେ ଦେଖିଲା କି ଏକ ବିଶାଳକାୟ କୁମ୍ଭୀର ପାଣିରୁ ନିଜର ମୁଣ୍ଡ ଉଠଉଛି।
ଏକ ୨୨ ବର୍ଷୀୟ ବ୍ୟକ୍ତିର ଜୀବନରେ ସବୁଠାରୁ ଭୟାନକ କ୍ଷଣ ଥିଲା ଯେତେବେଳେ ସେ ସଂଯୁକ୍ତ ରାଜ୍ୟ ଆମେରିକାରେ ଫ୍ଲୋରିଡାରେ ଏକ ଉଷ୍ଣକଟିବନ୍ଧୀୟ ଆଦ୍ରଭୂମିରେ ସୂର୍ଯ୍ୟୋଦୟ ସମୟରେ ଟାରଫୋନ ମାଛ ଧରୁଥିଲା। ସେ ମାଛ ଧରିବାରେ ସଫଳ ରହିଥିଲା। ଯେତେବେଳେ ସ୍ଫୁଲ ରିଲକୁ ଘୋଡ଼େଇବାରେ ଲାଗିଲା, ସେ ଦେଖିଲା ଏକ ବିଶାଳକାୟ କୁମ୍ଭୀର ପାଣିରେ ନିଜର ମୁଣ୍ଡ ବାହାର କରୁଛି। ସେ ଏହା ଦେଖି ପଛକୁ ହଟିବାକୁ ଲାଗିଲା କିନ୍ତୁ ସେହି ବିଶାଳକାୟ କୁମ୍ଭୀର ରାର ପିଛା କରିବାକୁ ଲାଗିଲା। ଘଟଣାର ଭିଡିଓ ସାମ୍ନାକୁ ଆସିଲା। ଟମି ଲୀ ପ୍ରଥମଥର ପାଇଁ କୁମ୍ଭୀର ଦେଖି କହିଲା, ” ଯୀଶୁ ମସିହ, ମୋତେ ଏଠାରେ ସାବଧାନ ରହିବାକୁ ପଡିବ।

ତାପରେ ସେ କିଛି ପାଦ ପଛକୁ ଫେରି ଗଲା। କିନ୍ତୁ ଭଡକି ଯାଇଥିବା କୁମ୍ଭୀର ଖୁବ୍ ଶୀଘ୍ର ତା ପାଖରେ ପହଞ୍ଚିଲା। ଯେଉଁଥିପାଇଁ ସେ ପଳାୟନ କରିବା ପାଇଁ ବାଧ୍ୟ ହୋଇଥିଲା। ଏହି ସମୟରେ ଟମି ଲୀ ପଡିଗଲେ।ସେ ତୁରନ୍ତ ଉଠିଲେ କୁମ୍ଭୀର ପାଖରୁ ବଞ୍ଚିବା ପାଇଁ ପଳାୟନ କରିବାକୁ ଲାଗିଲେ।
ଘଟଣା ୮ ମଇକୁ ଏଭରଗ୍ଲେଡସରେ ହୋଇଥିଲା ଯାହା ଦକ୍ଷିଣ ଫ୍ଲୋରିଡା ଯାହା ଉଷ୍ଣକଟିବନ୍ଧୀୟ ଆର୍ଦ୍ରଭୂମିର ଏକ ପ୍ରାକୃତିକ କ୍ଷେତ୍ର ଅଟେ। ଏହି ଭିଡିଓ ଟମି ଲୀ ସମ୍ବନ୍ଧୀୟ ଗୋପ୍ର କ୍ୟାମେରାରେ ସୁଟ କରା ଯାଇଥିଲା। କୁମ୍ଭୀର ଟମି ଲୀ ଙ୍କ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସିଥିଲା। ତାଙ୍କ ମଧ୍ୟରେ ୧୦ ପାଦର ଦୂରତା ଥିଲା
ଆଗପଛ ହେବାପରେ କୁମ୍ଭୀର ପାଣିକୁ ଫେରି ଗଲା। ଟମି ଲୀ ପୁଣିଥରେ ସେହି ସ୍ଥାନକୁ ଗଲେ ଦେଖିବା ପାଇଁ ଗଲେ କି କଣ କୁମ୍ଭୀର ଚାଲି ଯାଇଛି ନା ନାହିଁ ।
ଭିଡ଼ିଓରେ ମିଶେଲ ଷ୍ଟେପ୍ଲସ ଷ୍ଟମବୋଲ କମେଣ୍ଟ କଲେ, ” ମୁଁ ତାର ଝାଡି ଭିତରେ ରହିବାର ଭୟ କରୁଥିଲି। କିଛିବି ହୋଇ ପାରି ଥାନ୍ତା ବା ଅଧିକ କୁମ୍ଭୀର ଥାଇ ପାରନ୍ତି। ତାପରେ ସେ ପଡିଗଲେ।
ଜେ.ବି. କହିଲେ , ” ମୁଁ ତାଙ୍କୁ ଏକ ପ୍ରତିଷ୍ଠିତ ‘ ଡ଼ର୍ବିନ ପୁରସ୍କାର ବିଜେତା ଉପବିଜେତା ଟ୍ରଫି ପାଇଁ ନାମଙ୍କିତ କରୁଛି।”
ଏକ ତୃତୀୟ ୟୁଜର ଏଲେକ୍ସ ଫିଗେରୋଆ, ଯାହା ପାଖରେ ଫ୍ଲୋରିଡାର ବନ୍ୟଜୀବଙ୍କୁ ସମର୍ପିତ ଏକ ୟୁଟ୍ୟୁବ ଚ୍ୟାନେଲ ଅଛି। ସେ କହିଲେ ଏହା ସମ୍ଭବତଃ ସ୍ତ୍ରୀ କୁମ୍ଭୀର ଯାହା ପାଖରେ ଅଣ୍ଡା ଥିଲା। ତାକୁ ଆପଣଙ୍କ ଠାରୁ ବିପଦ ହେଲା ।ଏହା ଭଲ କଥା ଥିଲା ଯେ ଆପଣ ଏହାକୁ ସଠିକ ସମୟରେ ଦେଖି ନଥାନ୍ତେ ତାହେଲେ ହୁଏତ ଆପଣ ଏଠି ନଥାନ୍ତେ।