ଏହିଦିନ ଲାଗିବାକୁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଏହି ସମୟରେ ସ-ତ-ର୍କ ରୁହନ୍ତୁ।
ଏହିବର୍ଷ ସମୁଦାୟ ଚାରୋଟି ଗ୍ରହଣ ଲାଗିବାକୁ ଯାଉଛି। ସେଥିମଧ୍ୟରୁ ଦୁଇଟି ଚନ୍ଦ୍ରଗ୍ରହଣ ଏବଂ ଦୁଇଟି ସୂର୍ଯ୍ୟପରାଗ ଅଟେ। ୨୬ ମେ କୁ ଏହିବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଏହି ଗ୍ରହଣ ବୁଧବାର ଦିନ ଦ୍ୱିପ୍ରହରରେ ୧୨ ଟା ବାଜି ୧୮ ମିନିଟରୁ ଆରମ୍ଭ ହୋଇଯିବ। ଯାହା ସନ୍ଧ୍ୟା ୭ ଟା ବାଜି ୧୯ ମିନିଟ ପର୍ଯ୍ୟନ୍ତ ରହିବ। ଏହି ଗ୍ରହଣର ସମୁଦାୟ ଅବଧି ୭ ଘଣ୍ଟା ୧ ମିନିଟ ପର୍ଯ୍ୟନ୍ତ ରହିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ ହେବ। ଯାହା ଭାରତରେ ଦେଖାଯିବ ନାହିଁ। ଏଣୁ ଏହାର ସୂତକ କାଳ ମଧ୍ୟ ମାନ୍ୟ କରାଯିବ ନାହିଁ।
କଣ ହୋଇଥାଏ ସୂତକ କାଳ –
ଧାର୍ମିକ ମାନ୍ୟତା ଅନୁସାରେ ଯେବେ ଗ୍ରହଣ ସମ୍ପନ୍ନ ହୋଇଥାଏ, ସେତେବେଳେ ଏହାର ସୂତକ କାଳ ମାନ୍ୟ ହୋଇଥାଏ। ସୂତକ କାଳ ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇ ଯାଇଥାଏ, ଯାହା ଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ରହିଥାଏ। ସୂତକ କାଳ ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ। ଗ୍ରହଣ ସମୟରେ ଶୋଇବା ଏବଂ ପୂଜାର୍ଚ୍ଚନା କରିବା ବର୍ଜିତ ମାନା ଯାଇଥାଏ।

ଖାଲି ଏହା ନୁହେଁ ଗ୍ରହଣ ଲାଗିବା ସମୟରେ ଅନେକ ଲୋକ ଖାଦ୍ୟ ସେବନ କରି ନଥାନ୍ତି। ମାନ୍ୟତା ରହିଛି କି ଗ୍ରହଣ ସମୟରେ ଖାଦ୍ୟ ଦୂଷିତ ହୋଇଯାଏ। ଯଦି ଖାଦ୍ୟ ଓ ପାନୀୟରେ ତୁଳସୀ ପତ୍ର ପକାଇ ଦେଲେ ଗ୍ରହଣର ପ୍ରଭାବ ପଡି ନଥାଏ।
ଗର୍ଭବତୀ ମହିଳାଙ୍କୁ ଗ୍ରହଣ ସମୟରେ ଅଧିକ ସମ୍ଭାଳି ରହିବା ଆବଶ୍ୟକ। ଗ୍ରହଣ ସମୟରେ ଆସୁଥିବା କିରଣ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏହାର ଖରାପ ପ୍ରଭାବ ଗର୍ଭରେ ବଢୁଥିବା ପିଲା ଉପରେ ପଡ଼ିଥାଏ।
ଗ୍ରହଣକୁ ନେଇ ପୌରାଣିକ କଥା –
ଗ୍ରନ୍ଥରେ ଗ୍ରହଣ ଲାଗିବାକୁ ନେଇ ଜଡ଼ିତ ଏକ କଥା ରହିଛି। କଥା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ସର୍ବଭାନୁ ନାମକ ଏକ ଅସୁର ଛଳ କରି ଅମୃତ ପାନ କରିବାର ପ୍ରୟାସ କରିଥିଲା। କିନ୍ତୁ ଚନ୍ଦ୍ର ଏବଂ ସୂର୍ଯ୍ୟ ତାକୁ ଅମୃତ ପିଉଥିବାର ଦେଖି ପକାଇ ଥିଲେ ଏବଂ ତୁରନ୍ତ ଭଗବାନ ବିଷ୍ଣୁଙ୍କୁ ଏହାର ସୂଚନା ଦେଇଥିଲେ। ଏହି କଥା ଜଣା ପଡ଼ିବା ମାତ୍ରେ ଭଗବାନ ବିଷ୍ଣୁ କ୍ରୋ-ଧି-ତ ହୋଇ ସର୍ବଭାନୁର ମୁଣ୍ଡ ଶରୀରରୁ ଅଲଗା କରି ଦେଲେ।

କହିବାକୁ ଗଲେ ସେତେବେଳେ ଅମୃତର କିଛି ବୁନ୍ଦା ତାର ଗଳା ପାରି ହୋଇ ଯାଇଥିଲା। ଯାହାଦ୍ଵାରା ଦୁଇଟି ଅସୁର ଉତ୍ପନ୍ନ ହେଲେ। ଯାହାକୁ ରାହୁ ଏବଂ କେତୁ କୁହାଗଲା। ଯେଉଁମାନଙ୍କୁ ରାହୁ ଓ କେତୁ କୁହାଗଲା, ଅମୃତ ପ୍ରଭାବରେ ଏମାନେ ଅମର ହୋଇଗଲେ। ସେମାନେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଗ୍ରହଣ ଲଗାଇ ଥାଆନ୍ତି। ମାନ୍ୟତା ରହିଛି କି ଯେତେବେଳେ ରାହୁ ଓ କେତୁ ସମ୍ପୂର୍ଣ୍ଣ ରୂପରେ ଚନ୍ଦ୍ରକୁ ଘେରି ରହିଥାନ୍ତି, ସେତେବେଳେ ବାତାବରଣରେ ନକାରାତ୍ମକ ବ୍ୟାପି ଥାଏ। ଯାହା ହାନିକାରକ ହୋଇଥାଏ। ଏଥିପାଇଁ ଗ୍ରହଣ ସମୟରେ ପୂଜାର୍ଚ୍ଚନା କରିବା ଅନୁଚିତ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।