୧୮ ଏପ୍ରିଲ ଠାରୁ ହେଉଛି ଶୁକ୍ରର ଉଦୟ, ଏହି ସାତଟି ରାଶିକୁ ମିଳିବ ଧନସମ୍ପତ୍ତି ଏବଂ ଐଶ୍ୱର୍ଯ୍ୟ।
୧୮ ଏପ୍ରିଲକୁ ଶୁକ୍ରଦେବ ମେଷ ରାଶିରେ ଉଦୟ ହେବେ। ଯାହା ସହିତ ବିବାହ, ଗୃହ ପ୍ରବେଶ ଆଦି ସବୁ ମାଙ୍ଗଳିକ କାର୍ଯ୍ୟର ଆରମ୍ଭ ପୁଣିଥରେ ହୋଇଯିବ। ଏହି ଗ୍ରହକୁ ଭୌତିକ ସୁଖର କାରକ ମାନା ଯାଇଥାଏ। ଶୁକ୍ରର ଉଦୟର ପ୍ରଭାବ ରାଶି ମାନଙ୍କ ଉପରେ ମଧ୍ୟ ପଡ଼ିବ। ସାତଟି ରାଶି ଉପରେ ଏହାର ଶୁଭ ପ୍ରଭାବ ଦେଖିବାକୁ ମିଳିବ ଏବଂ ଏହି ରାଶିର ଲୋକଙ୍କ ଭାଗ୍ୟ ଖୋଲିଯିବ। ତେବେ ଆସନ୍ତୁ ଜାଣିବା ସେହି ରାଶି କେଉଁ ଗୁଡ଼ିକ ଅଟେ,ଯାହା ଉପରେ ଶୁକ୍ରଦେବର ଶୁଭ ପ୍ରଭାବ ଦେଖିବାକୁ ମିଳିବ।
ଏହି ସାତ ରାଶିର ଲୋକଙ୍କର ଖୋଲିବ ଭାଗ୍ୟ –
ମେଷ ରାଶି –
ଶୁକ୍ରର ଉଦୟ ମେଷ ରାଶିରେ ହିଁ ହେଉଛି। ଏହା ଉଦୟ ହେବାଦ୍ବାରା ମେଷ ରାଶିର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ପରିବାର ଲୋକଙ୍କ ସହିତ ଉତ୍ତମ ସମ୍ବନ୍ଧ ଉତ୍ପନ୍ନ ହେବ। ଲମ୍ବା ସମୟରୁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବିବାହ ସମ୍ବନ୍ଧିତ ମାମଲା ସମ୍ପନ୍ନ ହେବ। ବିଦେଶୀ କଂପାନୀ ସହିତ ଜଡ଼ିତ ହୋଇ କାର୍ଯ୍ୟ କରିବାର ଅବସର ପ୍ରାପ୍ତ ହେବ। ବିଦ୍ୟାର୍ଥୀ ଏବଂ ପ୍ରତିଯୋଗିତା ରେ ବସୁଥିବା ଛାତ୍ରମାନଙ୍କ ପାଇଁ ସମୟ ଉତ୍ତମ ସାବ୍ୟସ୍ତ ହେବ।
ବୃଷ ରାଶି –
ବୃଷ ରାଶିର ଲୋକଙ୍କ ଜୀବନରେ ସମସ୍ୟା ଦୂର ହୋଇଯିବ। ପରିବାର ଲୋକଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ। ବିଲାସିତ ବସ୍ତୁ ପ୍ରାପ୍ତ ହୋଇପାରେ। ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି। ଜମିବାଡ଼ି ଓ ବାହନ ସମ୍ବନ୍ଧିତ କାର୍ଯ୍ୟ ସମ୍ପନ୍ନ ହେବ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଧର୍ମକର୍ମ ତଥା ସାମାଜିକ କାର୍ଯ୍ୟରେ ବୃଦ୍ଧି ହୋଇପାରେ। ଆପଣଙ୍କ ମନ ପ୍ରସନ୍ନ ରହିବା ସତ୍ତ୍ଵେ ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଆପଣଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ।

ମିଥୁନ ରାଶି –
ମିଥୁନ ରାଶିର ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ। ଶୁକ୍ର ଉଦିତ ହେବା କ୍ଷଣି କାର୍ଯ୍ୟ ଲମ୍ବା ସମୟରୁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଅନେକ ଚିନ୍ତାରୁ ଆପଣଙ୍କୁ ମୁକ୍ତି ମିଳିବ। ପ୍ରେମ ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ। ବିବାହ ପ୍ରସ୍ତାବ ମିଳିପାରେ। ଆୟର ସାଧନ ବୃଦ୍ଧି ହେବ। ଖର୍ଚ୍ଚ ବଢିପାରେ। ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଏବଂ ପ୍ରତିଯୋଗିତାରେ ସଫଳତା ମିଳିବ।
କର୍କଟ ରାଶି –
କର୍କଟ ରାଶିର ଲୋକଙ୍କ ପାଇଁ ସମୟ ଶୁଭ ସାବ୍ୟସ୍ତ ହେବ। ଆଶାନୁରୂପ ଚାକିରି ମିଳିପାରେ। ଧନଲାଭ ହେବାର ସମ୍ଭାବନା ରହିଛି। ଜୀବନସାଥୀ ଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ ଏବଂ ପରସ୍ପର ମଧ୍ୟରେ ପ୍ରେମ ବୃଦ୍ଧି ହେବ। ଜମିବାଡ଼ି ମାମଲା ସମାପ୍ତ ହେବ। ବିଳାସପୂର୍ଣ୍ଣ ବସ୍ତୁର ସୁଖ ପ୍ରାପ୍ତ ହୋଇପାରେ। ଜୀବନରେ ସଫଳତା ଆପଣଙ୍କୁ ଅବଶ୍ୟ ପ୍ରାପ୍ତ ହେବ।

ତୁଳା ରାଶି –
ତୁଳା ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡିପାରେ। ବ୍ୟାପାର କରୁଥିବା ଲୋକଙ୍କୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି। ମାନସମ୍ମାନ ରେ ବୃଦ୍ଧି ହେବ। ଯେଉଁ ଜିନିଷ ଆପଣ ଲମ୍ବା ସମୟରୁ କିଣିବା ପାଇଁ ଚାହୁଁଛନ୍ତି ତାହା ଆପଣଙ୍କୁ ମିଳିପାରେ।
ଧନୁ ରାଶି –
ଧନୁ ରାଶିର ଲୋକଙ୍କୁ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି। ପ୍ରେମ ସମ୍ବନ୍ଧ ମାମଲାରେ ଆପଣଙ୍କୁ ସଫଳତା ମିଳିପାରେ। ବ୍ୟାପାରରେ ଧନଲାଭ ହେବାର ସମ୍ଭାବନା ରହିଛି।ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ ସଫଳତା ଅର୍ଜନ କରିବେ। ସନ୍ତାନ ସମ୍ବନ୍ଧିତ ଚାଲିଥିବା ଚିନ୍ତା ଦୂର ହେବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ପଦପ୍ରତିଷ୍ଠାରେ ବୃଦ୍ଧି ହେବ। ପରିବାରରେ ବରିଷ୍ଠ ବ୍ୟକ୍ତି ତଥା ବଡ଼ ଭାଇଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।
ମକର ରାଶି –
ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ହେବାର ଯୋଗ ରହିଛି।ବିବାହ ସମ୍ବନ୍ଧିତ କଥାବାର୍ତ୍ତା ସଫଳ ରହିବ। କୌଣସି ସ୍ଥାନରୁ ସୁଖଦ ସମାଚାର ମିଳିପାରେ। ନୂଆ ବାହନ କିଣାକିଣି କରି ପାରନ୍ତି। ଆପଣ ଇଚ୍ଛା କଲେ ନୂଆ ବ୍ୟାପାର ଆରମ୍ଭ କରି ପାରନ୍ତି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।