ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ ମିଳିବ ମା ଲକ୍ଷ୍ମୀଙ୍କର କୃପା, ଧନ ସମ୍ପତ୍ତିର ଅଭାବରହିବ ନାହିଁ।
ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ପୁଜା କରିବାର ବିଶେଷ ଦିନ ହୋଇଥାଏ। ଶୁକ୍ରବାର ଦିନ ସମସ୍ତ ଭକ୍ତ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପୁଜା କରି ତାଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି। ସମସ୍ତେ ଏହା ଚାହାନ୍ତି ଯେ ମା ଲକ୍ଷ୍ମୀ ତାଙ୍କ ଉପରେ ସର୍ବଦା ପ୍ରସନ୍ନ ରୁହନ୍ତୁ। ଏମିତି ମାନାଯାଏ ଯେ ଯେଉଁ ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିଥାଏ ସେହି ବ୍ୟକ୍ତିକୁ ସମସ୍ତ ପ୍ରକାରର ଖୁସିର ପ୍ରାପ୍ତ ହୋଇଥାଏ। ଶାସ୍ତ୍ରରେ ଏମିତି ବହୁତ ଉପାୟ ଉଲ୍ଲେଖ ଅଛି ଯାହାର ସାହାର୍ଯ୍ୟରେ ବ୍ୟକ୍ତି ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି କରିଥାଏ। କୁହାଯାଏ ଯେଉଁ ଘରେ ମହିଳା ମାନଙ୍କର ବ୍ୟବହାର ଭଲ ହୋଇଥାଏ। ମା ଲକ୍ଷ୍ମୀ ସେହି ଘରେ ରୁହନ୍ତି ସେହିଠାରେ ଶାନ୍ତି ସର୍ବଦା ଥାଏ। ଏହା ବ୍ୟତୀତ ଯେଉଁ ଘରେ କୌଣସି ପ୍ରକାରର ମତଭେଦ,ଝଗଡା, ନିରାଶା ଇତ୍ୟାଦି ରହିଥାଏ। ମା ଲକ୍ଷ୍ମୀ ସେହି ଘରୁ ଚାଲିଯାଆନ୍ତି।
ଘରର ସ୍ତ୍ରୀ ଲୋକ ମାନଙ୍କୁ ଗୃହଲକ୍ଷ୍ମୀର ପ୍ରତୀକ ମାନାଯାଏ। ଯେଉଁ ଘରେ ସ୍ତ୍ରୀଙ୍କର ସମ୍ମାନ ହୁଏ ନାହିଁ, ସେଠାରୁ ଗୃହଲକ୍ଷ୍ମୀ ସେହି ଘର ତ୍ୟାଗ କରିଦିଅନ୍ତି। ଆଜି ଆମେ ଆପଣଙ୍କୁ ଜଣେଇବା ପାଇଁ ଯାଉଛୁ ଯାହା ଦ୍ବାରା ମା ଲକ୍ଷ୍ମୀ ଖୁସି ହେବେ ଏବଂ ଆପଣଙ୍କୁ ଧନ ଏବଂ ସମୃଦ୍ଧିର ବରଦାନ ଦେବେ।
ଆସନ୍ତୁ ଜାଣିବା ଶୁକ୍ରବାର ଦିନ ଉପାୟ ବିଷୟରେ।
ଯଦି ଆପଣ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ପୁଜା କରୁଛନ୍ତି ତେବେ ସକାଳୁ ଉଠି ହିଁ ମା ଲକ୍ଷ୍ମୀଙ୍କୁ ପ୍ରଣାମ କରନ୍ତୁ। ସ୍ନାନ ଆଦି କରିବା ପରେ ଧଳା ରଙ୍ଗର ବସ୍ତ୍ର ଧାରଣ କରି ମା ଲକ୍ଷ୍ମୀଙ୍କୁ ଶ୍ରୀ ସ୍ୱରୂପ ଫୋଟ ସାମ୍ନାରେ ଛିଡା ହୋଇ ଆପଣ ଶ୍ରୀ ସୁକ୍ତ ପାଠ କରନ୍ତୁ। ଏବଂ ପୁଜା କରିବା ସମୟରେ ଫୁଲ ଅର୍ପଣ କରନ୍ତୁ।

ଶୁକ୍ରବାର ଦିନ ଆପଣ କୌଣସି ବି ମା ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଶଙ୍ଖ, କଉଡି,ପଦ୍ମ, କର୍ପୁର,ଝୁଣା ମା ଙ୍କୁ ଅର୍ପଣ କରନ୍ତୁ କାହିଁକିନା ଏହା ସମସ୍ତ ଜିନିଷ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ଅଟେ।
ଯଦି ଆପଣ ଶୁକ୍ରବାର ଦିନ ବୀରଲକ୍ଷ୍ମୀଙ୍କ ଉପାସନା କରନ୍ତି ତ ଏହା ଦ୍ବାରା ଆପଣଙ୍କ ସୌଭାଗ୍ୟର ସହିତ ସ୍ବାସ୍ଥ୍ୟର ପ୍ରାପ୍ତି ହୋଇଥାଏ।
ଯଦି ଆପଣ ଶୁକ୍ରବାର ଦିନ ମା ଗଜଲକ୍ଷ୍ମୀଙ୍କ ଉପାସନା କରନ୍ତି ତ ତେବେ ସମ୍ପତି ଏବଂ ସନ୍ତାନର ପ୍ରାପ୍ତି ହେବାର ଅଧିକ ସମ୍ଭାବନା ରହିଛି।
ଯଦି ଆପଣ ଘରୁ କୌଣସି କାମରେ ବାହାରକୁ ଯାଉଅଛନ୍ତି ତେବେ ଏହା ପୁର୍ବରୁ ଟିକେ ମିଠା ଦହି ଖାଇ ଯାଆନ୍ତୁ। ଏହା ଦ୍ବାରା ଯେଉଁ କାମ ପାଇଁ ଯାଉଥିବେ ସେହି କାମରେ ସଫଳତା ମିଳିବ।
ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି କଥାକୁ ନେଇ ମତଭେଦ ହେଉଅଛି ତ ଏପରି ସ୍ଥିତିରେ ଶୁକ୍ରବାର ଦିନ ନିଜ ବେଡ଼ରୁମରେ ପ୍ରେମୀ ପକ୍ଷୀର ଯୋଡ଼ା ଫୋଟ ଲଗାଇ ଦିଅନ୍ତୁ। ଏମିତି କରିବା ଦ୍ବାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହୋଇଥାଏ।

ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଘରେ ସୁଖ ସମୃଦ୍ଧି ସ୍ଥାୟୀ ହୋଇ ରହୁ ତ ଏପରି ସ୍ଥିତିରେ ଆପଣ ଅଶ୍ୱତ୍ଥ ଗଛର ଛାଇ ତଳେ ଛିଡା ହୋଇ ଲୁହା ବାସନରେ ଜଳ, ଚିନି,ଘିଅ ତଥା କ୍ଷୀର ମିଶାଇ ଅଶ୍ୱସ୍ତ ଗଛର ମୂଳରେ ଅର୍ପଣ କରିଦିଅନ୍ତୁ। ଏମିତି ବିଶ୍ୱାସ କରାଯାଏ ଯେ ଏହି ଉପାୟ କରିବା ଦ୍ବାରା ଦୀର୍ଘ ସମୟ ପର୍ଯ୍ୟନ୍ତ ସୁଖ ସମୃଦ୍ଧି ବନି ରହିଥାଏ। ଏତିକି ହିଁ ନୁହେଁ ବରଂ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ମଧ୍ୟ ବାସ ହୋଇଥାଏ।
ଯଦି ଆପଣଙ୍କ କାମରେ କିଛି ବାଧା ସୃଷ୍ଟି ହେଉଅଛି ତ ତେବେ ଏମିତି ସ୍ଥିତିରେ ଶୁକ୍ରବାର ଦିନ କଳା ପିମ୍ପୁଡ଼ିକୁ ଚିନି ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା କାମ କାର୍ଯ୍ୟରେ ବାଧା ଦୂର ହୋଇଥାଏ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ” ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।