Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳ ସୂତ୍ର ସ୍ୱାମୀ ଜୀବନରେ ଆଣିଥାଏ ବିପଦ, କରନ୍ତୁ ନାହିଁ ଏହି ଭୁଲ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ମଙ୍ଗଳସୂତ୍ର କଣ ? କିପରି ଏହାକୁ ବ୍ୟବହାର କରିବା ଦ୍ୱାରା ସ୍ୱାମୀର ଆୟୁଷ ହାନି ହୋଇଥାଏ ଏବଂ କଣ ଏବଂ କିପରି କରିବା ଦ୍ୱାରା ସ୍ୱାମୀର ଆୟୁଷ ବଢିବା ସହିତ ଉନ୍ନତି ମଧ୍ୟ ହୋଇଥାଏ। ହିନ୍ଦୁ ଧର୍ମଶାସ୍ତ୍ରରେ ସମସ୍ତ ମହିଳା ମାନଙ୍କୁ ମଙ୍ଗଳସୂତ୍ର ମହିମା ଜାଣିବା ନିହାତି ଆବଶ୍ୟକ। ଆଜିକାଲି ନୁହେଁ କେଉଁ କେଉଁ ଯୁଗରୁ ଅନେକ ପ୍ରକାରର ପରମ୍ପରା ଆମେ ମାନେ ମାନି ନେଇ ଆସୁଅଛୁ। ଏହି ମଧ୍ୟରୁ ଗୋଟିଏ ହେଉଛି ମଙ୍ଗଳସୂତ୍ର। ହିନ୍ଦୁଧର୍ମଶାସ୍ତ୍ରରେ ମଙ୍ଗଳସୂତ୍ରକୁ ବହୁତ ଗୁରୁତ୍ୱ ଦିଆଯାଇଥାଏ। ବିବାହିତ ମହିଳା ମାନଙ୍କୁ ସଧବାର ପରିଚୟ ଦେଇଥାଏ ଏହି ମଙ୍ଗଳସୂତ୍ର। ବିନା ମଙ୍ଗଳସୂତ୍ରରେ କୌଣସିବି ବିବାହ ବର୍ଜିତ ଅଟେ। ଏହି ମଙ୍ଗଳସୂତ୍ର ଅନେକ ପ୍ରକାରର ମହତ୍ତ୍ୱ ମଧ୍ୟ ଅଛି। କିନ୍ତୁ ଆମ ଓଡିଶାରେ ଅନେକ ଜିଲ୍ଲାରେ ମଙ୍ଗଳସୂତ୍ରର ବ୍ୟବହାର କରାଯାଏ ନାହିଁ। କାରଣ ଏହିଜିଲ୍ଲା ମାନଙ୍କରେ ଅନ୍ୟ ପ୍ରକାରର ପ୍ରଥା ମାନ ପ୍ରଚଳିତ ହୋଇଥାଏ। ଯେଉଁ କାରଣରୁ ଏହି ଜିଲ୍ଲା ମାନଙ୍କରେ ମଙ୍ଗଳସୂତ୍ରର ବ୍ୟବହାର କରାଯାଏ ନାହିଁ। କିନ୍ତୁ ସେହି ଜିଲ୍ଲା ମାନଙ୍କରେ ଆଜିକାଲି ମଙ୍ଗଳସୂତ୍ରର ବ୍ୟବହାର ମଧ୍ୟ ଦେଖାଗଲାଣି। ହୁନ୍ଦୁଧର୍ମଶାସ୍ତ୍ରରେ ଲେଖା ଅଛି କି ମଙ୍ଗଳସୂତ୍ର ସମସ୍ତେ ହୁନ୍ଦୁଧର୍ମରେ ବ୍ୟବହାର କରିବା ଉଚିତ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟବସ୍ତୁ।

Google

କୌଣସି ବିବାହିତ ନାରୀ କାହାରି ମଙ୍ଗଳସୂତ୍ର ମାଗିକି ପିନ୍ଧିବା ବର୍ଜିତ ଅଟେ ଏବଂ ନିଜର ମଙ୍ଗଳସୂତ୍ର କାହାରିକୁ ମଧ୍ୟ ଗଳାରେ ଖୋଲିକି ଦେବା ଅଶୁଭ ହୋଇଥାଏ। ସେ ଯେତେ ଚିହ୍ନା ପରିଚୟ ହୋଇଥାନ୍ତୁ ନାଁ କାହିଁକି ଏମିତି କରିବା ଦ୍ୱାରା ସ୍ୱାମୀର ଆୟୁଷ କମ ହୋଇଥାଏ ଏବଂ ଭଲପାଇବା ମଧ୍ୟ କମ ହୋଇଯାଇଥାଏ। ସମ୍ପର୍କରେ ଫଟା ସୃଷ୍ଟି ହୋଇଥାଏ।

ଏକ ବିବାହିତ ମହିଳା ଶଙ୍ଖା, ସିନ୍ଦୁର, ପାଉଁଜି, ଝୁଣ୍ଟିଆ ଇତ୍ୟାଦି ଯେତିକି ମହତ୍ୱପୂର୍ଣ୍ଣ ହୋଇଥାଏ ଏହାଠାରୁ ବହୁତ ଅଧିକ ମହତ୍ତ୍ୱପୂର୍ଣ୍ଣ ମଙ୍ଗଳସୂତ୍ର ମଧ୍ୟ ହୋଇଥାଏ। ଏହା ସ୍ୱାମୀର ଅସ୍ତିତ୍ୱର ପରିଚୟ ଦେଇଥାଏ। ଏବଂ ନିଜ ସ୍ୱାମୀର ଲମ୍ବା ଆୟୁଷ ପାଇଁ ସଧବା ମହିଳା ମାନେ ମଙ୍ଗଳସୂତ୍ର ଗଳାରେ ଧାରଣ କରିବା ଅତ୍ୟନ୍ତ ଜରୁରୀ ଅଟେ। ଏହା ମଧ୍ୟ କୁହାଯାଏ କି ମଙ୍ଗଳସୂତ୍ର ବିବାହିତ ଜୀବନକୁ ନଜର ଦୋଷରୁ ରକ୍ଷା କରିଥାଏ ବା କାହାରିବି ଖରାପ ନଜର ଲାଗିବାକୁ ଦେଇନଥାଏ।

ମଙ୍ଗଳସୂତ୍ରର ମାଳି ମାନ କାହିଁକି କଳା ରଙ୍ଗର ହୋଇଥାଏ? ବନ୍ଧୁଗଣ ସମସ୍ତ ମଙ୍ଗଳସୂତ୍ର ନିର୍ମାଣ କଳା ମାଳି ଏବଂ ସୁନାର ସହିତ ହୋଇଥାଏ। କାରଣ କଳା ରଙ୍ଗ କାହାରିବି ଖରାପ ନଜର ଦୋଷରୁ ରକ୍ଷା କରିଥାଏ। ଏହି କାରଣରୁ ମଙ୍ଗଳସୂତ୍ରଟି କଳା ରଙ୍ଗରେ ଉପଯୋଗ କରାଯାଏ। ଯେପରିକି ଦାମ୍ପତ୍ୟ ଜୀବନରେ କାହାରିବି ନଜର ନଲାଗେ।

ମଙ୍ଗଳସୂତ୍ର ଗୋଳାରୁ କାଢ଼ିବା ବର୍ଜନୀୟ ଅଟେ। ବିବାହ ସମୟରେ ସ୍ବାମି ଯେଉଁ ମଙ୍ଗଳସୂତ୍ର ପିନ୍ଧାଇ ଥାଏ ତାହାକୁ କୌଣସିବି ପରିସ୍ଥିତିରେ ଖୋଲିବା ବର୍ଜିତ ଅଟେ। ଏହାକୁ କେବଳ ସେତେବେଳେ ଖୋଲିବା ଆବଶ୍ୟକ ଯେତେବେଳେ କିଛି ଅଶୁଭ ଘଟଣା ଘଟିଥାଏ। ଯଦି କୌଣସି କାରଣରୁ ମଙ୍ଗଳସୂତ୍ର ଖୋଲିବାର ଆବଶ୍ୟକ ପଡିଥାଏ ସେତେବେଳେ ତୁରନ୍ତ ଗୋଟେ କଳା ସୂତା ପିନ୍ଧିନେବା ଉଚିତ।

ଯେଉଁ ସ୍ତ୍ରୀ ନିଜର ସ୍ବାମୀଙ୍କ ନାମରେ ମଙ୍ଗଳସୂତ୍ର ପିନ୍ଧିଥାଏ ତାଙ୍କର ସ୍ବାମୀଙ୍କ ଆୟୁଷ ବହୁତ ଲମ୍ବା ହୋଇଥାଏ। ସମ୍ପର୍କରେ ମଧୁରତା ଆସିଥାଏ। ସ୍ନେହ ଶ୍ରଦ୍ଧା ବୃଦ୍ଧି ପାଇଥାଏ।

ମଙ୍ଗଳସୂତ୍ରରେ ସୁନାର ମହତ୍ତ୍ୱ:- ମଙ୍ଗଳସୂତ୍ରରେ ସୁନା ରହିବା ଦ୍ୱାରା ବୃହଷ୍ପତି ଗ୍ରହର କୁପ୍ରଭାବରୁ ରକ୍ଷା କରିଥାଏ ଏବଂ ବିବାହିତ ଜୀବନରେ ସୁଖ ସମୃଦ୍ଧି ଏବଂ ବୃଦ୍ଧିର ବିକାଶ ହୋଇଥାଏ ଏବଂ ସୁନାର ବ୍ୟବହାର ଜଗୁ ଶରୀରରେ ସାକାରାତ୍ମକ ଉର୍ଜାର ଉତ୍ପତି ମଧ୍ୟ ହୋଇଥାଏ।

ମଙ୍ଗଳସୂତ୍ର ଛିଣ୍ଡି ଯିବା ବା ହଠାତ ଛିଣ୍ଡି ଗଲିପଡିବା ଏକ ଅଶୁଭ ସଂକେତ ଦେଇଥାଏ। କୁହାଯାଏ କି ଏହା କୌଣସି ଦୁର୍ଘଟଣାର ସଂକେତ ମଧ୍ୟ ହୋଇଥାଏ ବା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

Google

ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ। ଏହି ମଙ୍ଗଳସୂତ୍ର ରୋଗର ପ୍ରତିରୋଧର କାମ କରିଥାଏ। ଏହି ମଙ୍ଗଳସୂତ୍ର ଗଳାର ସୁନାର ବ୍ୟବହାର ହୃଦୟକୁ ମଧ୍ୟ ସୁନ୍ଦର ଏବଂ ସୁସ୍ଥ ରଖିଥାଏ ଏବଂ ହୃଦ ରୋଗରୁ ମଧ୍ୟ ରକ୍ଷା କରିଥାଏ।

ଯେଉଁ ସ୍ତ୍ରୀ ସକାଳୁ ଉଠିବା ମାତ୍ରେ ନିଜର ମଙ୍ଗଳସୂତ୍ରକୁ ମଥାରେ ଲିଗାଇ ଚୁମ୍ବନ ଦେଇଥାନ୍ତି ଏହା ଦ୍ୱାରା ନିଜର ସ୍ୱାମୀର ଆୟୁଷ ବୃଦ୍ଧି ହୋଇଥାଏ ବା ରୋଜଗାରରେ କିମ୍ବା ଚାକିରୀ ବ୍ୟବସାୟରେ ଉନ୍ନତି ଦେଖା ଦେଇଥାଏ। ଏହାର ବିପରୀତ ସ୍ୱାମୀର ଆୟୁଷ କ୍ଷୀଣ ହୋଇଥାଏ। ଏବଂ ରୋଜଗାରରେ କିମ୍ବା ଚାକିରୀ ବ୍ୟବସାୟରେ କ୍ଷତି ଘଟିଥାଏ। ତେଣୁ ନିଜର ମଙ୍ଗଳସୂତ୍ରକୁ କେବେବି କାହାରିକୁ ଦାନ କରନ୍ତୁ ନାହିଁ ବା ପିନ୍ଧିବାକୁ ଦିଅନ୍ତୁ ନାହିଁ କିମ୍ବା ନିଜର ଗଳାକୁ କେବେ ହେଲେ ଖାଲି ରଖନ୍ତୁ ନାହିଁ। ଏହା ମାନି ଚଳିଲେ ଆପଣଙ୍କର ମଙ୍ଗଳ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ update ପାଇଁ ଆମ page କୁ ଲାଇକ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *