ଯେଉଁ ମହିଳା ନିଜର କେଶକୁ ଏଣେତେଣେ ପକାଇ ଥାଏ କିମ୍ବା ବିକ୍ରି କରିଥାଏ । ସେ ନିଶ୍ଚୟ ଜାଣି ରଖନ୍ତୁ କିଛି ବିଶେଷ କଥା ।
ମହିଳାଙ୍କର ଲମ୍ବା କେଶ ତାଙ୍କର ସୁନ୍ଦରତା ଏବଂ ସୌଭାଗ୍ୟର ପ୍ରତୀକ ହୋଇଥାଏ । ଯାହାକି ମାତା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଅନେକ ସମୟରେ ମହିଳା ମାନେ କେଶ କୁଣ୍ଡାଇବା ପରେ ତାହାକୁ ଏଣେତେଣେ ଫିଙ୍ଗି ଦିଅନ୍ତି ଯାହାକି ଅନେକ ସମୟରେ ମହିଳାଙ୍କ ପାଇଁ ମାନସିକ ଏବଂ ଶାରୀରିକ ସମସ୍ୟାର କାରଣ ହୋଇପାରେ । କେବଳ ସେତିକି ନୁହେଁ , ଏହା ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ପଣ୍ଡିତ ମିଶ୍ରଙ୍କ କହିବା କଥା ଯେ ଯେଉଁ ମହିଳା ଝଡୁଥିବା କେଶକୁ ଏଣେତେଣେ ପକାଇ ଦିଏ ତାର ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ତେଣୁ ଝଡିଥିବା କେଶକୁ କଣ କରିବା ଉଚିତ ସେହି ବିଷୟରେ ଆଜି ଆମେ ଏହି ଲେଖା ମାଧ୍ୟମରେ କହିବୁ ।
ସାମୁଦ୍ରିକ ଶାସ୍ତ୍ରରେ ମହିଳାଙ୍କ କେଶ ସମ୍ବନ୍ଧରେ ଜରୁରୀ ତଥ୍ୟ ଦିଆଯାଇଛି । ତେଣୁ ମହିଳାଙ୍କ ମଥା ଚଉଡ଼ା ଏବଂ କେଶ ଲମ୍ବା ହେଲେ ସେ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି । କିନ୍ତୁ ଅନେକ ସମୟରେ ମହିଳା ମାନେ କିଛି ଭୁଲ କରିଥାନ୍ତି ଯାହାର ପରିଣାମ ଖରାପ ହୋଇଥାଏ । ମଙ୍ଗଳ , ଗୁରୁବାର ଏବଂ ଶନିବାର ଦିନ କେଶ କାଟିବା ବର୍ଜିତ ଅଟେ ଏବଂ ସୋମବାର ସମେତ ପୂର୍ଣ୍ଣିମା ଅମାବାସ୍ୟା ଏବଂ ଏକାଦଶୀ ଦିନ ମହିଳା ମାନେ କେଶ କାଟିବା କିମ୍ବା ଧୋଇବା ଉଚିତ ନୁହେଁ । କାରଣ ଏହିଦିନ ଚନ୍ଦ୍ରମା ଉଚ୍ଚ କିମ୍ବା ନିଚ୍ଚ ସ୍ଥିତିରେ ରହନ୍ତି ଯାହା ମହିଳାଙ୍କ ଉପରେ ପ୍ରଭାବ ପକାଇ ଥାଏ । ସୋମବାର ଦିନ ବିବାହିତ ମହିଳା କେଶ ଧୋଇଲେ କିମ୍ବା କଟିଲେ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଏବଂ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।
ମଙ୍ଗଳବାର ଦିନ ମହିଳା କେଶ ଧୋଇଲେ କିମ୍ବା କାଟିଲେ ମଙ୍ଗଳ ଗ୍ରହ ଜନିତ ସମସ୍ୟା ଦେଖା ଦେଇଥାଏ ଏବଂ ଯେଉଁ ମହିଳାଙ୍କର ସାନ ଭାଇ କିମ୍ବା ଭଉଣୀ ଅଛନ୍ତି ସେମାନେ ମଧ୍ୟ ଏହିଦିନ କେଶ ଧୋଇବା କିମ୍ବା କାଟିବା ଉଚିତ ନୁହେଁ । ବୁଧବାର ଦିନ କେଶ ଧୋଇଲେ ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ ଏବଂ ବ୍ୟବସାୟରେ ଉନ୍ନତି ହୋଇଥାଏ । କିନ୍ତୁ ଗୁରୁବାର ଦିନ ସ୍ତ୍ରୀ କିମ୍ବା ପୁରୁଷ କେହିବି କେଶ କାଟିବା କିମ୍ବା ଧୋଇବା ବର୍ଜିତ ଅଟେ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ଧନ ବୈଭବ ନଷ୍ଟ ହୋଇଥାଏ । ଶୁକ୍ରବାର ଦିନ କେଶ ଧୋଇବା କିମ୍ବା କାଟିବା ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦନ କେଶ ଧୋଇଲେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହିଦିନ ମହିଳା କେଶ ଝଡ଼ିଲେ କିମ୍ବା କାଟିଲେ ତାହାକୁ ଏଣେତେଣେ ପକାନ୍ତୁ ନାହିଁ ।
ଶନିବାର ଏବଂ ରବିବାର ଦିନ ମହିଳା ମାନେ କେଶ ଧୋଇବା କିମ୍ବା କାଟିବା ଉଚିତ ନୁହେଁ । ଏହାଦ୍ବାରା ଜାତକରେ ଶନି , ରାହୁ ଏବଂ କେତୁର ପ୍ରଭାବ ପଡ଼ିଥାଏ । ଏହାଦ୍ବାରା ଜୀବନରେ ଶାରୀରିକ , ମାନସିକ ଏବଂ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ମହିଳା ମାନେ ଲମ୍ବା କେଶ ରଖିବା ଉଚିତ ଯାହାକି ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ । କିନ୍ତୁ ତାହା ଏତେ ଲମ୍ବା ହେବା ମଧ୍ୟ ଉଚିତ ନୁହେଁ ଯେ ତାହା ଭୂଇଁକୁ ସ୍ପର୍ଶ କରିବ । ଏହାଦ୍ବାରା ନକରାତ୍ମକ ଶକ୍ତି କେଶ ଜରିଆରେ ଆପଣଙ୍କ ଜୀବନକୁ ପ୍ରଭାବିତ କରିବା ସହିତ ପରିବାର ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ । କେଶ କୁଣ୍ଡାଇବା ସମୟରେ ଝଡୁଥିବା କେଶକୁ ଏଣେତେଣେ ପକାନ୍ତୁ ନାହିଁ । ସେଥିରେ କାହାରି ପାଦ ବାଜିବା ଉଚିତ ନୁହେଁ ଏବଂ କେଶକୁ କେବେବି ଖୋଲା ରଖନ୍ତୁ ନାହିଁ । ଅନେକ ମହିଳା ତାହାକୁ ବିକି ଦିଅନ୍ତି ଯାହାକି ଆଦୋୖ ଉଚିତ ହୋଇ ନଥାଏ । କାରଣ ଏହାଦ୍ବାରା ଅନ୍ୟ କେହି ତାହାକୁ ନେଇ ତନ୍ତ୍ର କ୍ରିୟା କରିପାରେ ଯାହାଦ୍ୱାରା ମହିଳାଙ୍କର କ୍ଷତି ହେବ ।