Excuse Me Odisha

ଯାହା କହିବୁ ସତ କହିବୁ

ରଜ ସଂକ୍ରାନ୍ତି ଜୁନ ୧୫ ରେ ଏହି ଗଛକୁ ନେଇ କରି ଦିଅନ୍ତୁ ଖାସ ଉପାୟ । ସ୍ୱାମୀ ସ୍ତ୍ରୀ ନିଶ୍ଚୟ ଜାଣନ୍ତୁ ।

ସେୟାର୍ କରନ୍ତୁ

ଜୁନ ୧୫ ପବିତ୍ର ରଜ ସଂକ୍ରାନ୍ତି । ଏହିଦିନ ଦୁର୍ଲଭ ମହାସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଏହିଦିନ ଏକ ଖାସ ଗଛର ଚେରକୁ ଘରକୁ ନେଇ ଆସିଲେ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ । ଏହାବ୍ୟତୀତ ଆପଣଙ୍କ ମନସ୍କାମନା ମଧ୍ୟ ପୂରଣ ହୋଇଯିବ । ତେବେ ସେହି ଗଛ ହେଉଛି ଅପାମାର୍ଗ ଗଛ ଯେଉଁଥିରେ ମହାଦେବ ଏବଂ ମାତା ଗଙ୍ଗାଙ୍କର ମଧ୍ୟ ବାସ ହୋଇଥାଏ । ଏହି ଗଛର ଅନେକ ଆୟୁର୍ବେଦିକ ଏବଂ ତାନ୍ତ୍ରିକ ଗୁଣ ରହିଛି । ଜୀବନରେ ଧନ ଜନିତ ସମସ୍ୟା ହେଉ କିମ୍ବା ଶତ୍ରୁ ଜନିତ ସମସ୍ୟା ତାହା ସବୁ ଏହି ଗଛର କିଛି ଖାସ ପ୍ରୟୋଗ ଦ୍ୱାରା ଦୂର ହୋଇଯିବ । ଏହି ଅପାମାର୍ଗ ଗଛର ମଞ୍ଜି ଓଲଟା ରହିଥାଏ । ଅନେକ ଗମ୍ଭୀର ରୋଗର ଉପଶମ ପାଇଁ ଏହା ଏକ ରାମବାଣ ସଦୃଶ୍ୟ ଅଟେ ।

ପୂର୍ବ କାଳରେ ସନ୍ଥ ମହାତ୍ମା ଏବଂ ମୁନି ଋଷି ମାନେ ଏହି ଗଛର ପ୍ରୟୋଗ କରୁଥିଲେ । ଏହି ଗଛର ମଞ୍ଜିକୁ ଖିରି କରି ଖାଇଲେ ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ପୁରା ରହିଥାଏ । ତେଣୁ ମୁନି ଋଷି ତପସ୍ୟା କରିବା ସମୟରେ ଏହି ଗଛର ମଞ୍ଜିକୁ କ୍ଷୀରି ବନାଇ ଖାଉଥିଲେ । କାରଣ ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ । ଯଦି ଆପଣଙ୍କ ମାଢ଼ିରେ ଯନ୍ତ୍ରଣା ହେଉଛି ତେବେ ଏହି ଗଛର ମୂଳରେ ଦାନ୍ତ ଘଷିଲେ ଦାନ୍ତରେ କୌଣସି ପ୍ରକାରର ସମସ୍ୟା ତାହା ଦୂର ହୋଇଯିବ ।

ଏହାଦ୍ବାରା ଆଣ୍ଠୁ ଗଣ୍ଠି ସମସ୍ୟା ଏବଂ ଦାନ୍ତ ହଳଦିଆ ପଡ଼ିବା ଭଳି ସମସ୍ୟା ଦୂର ହୋଇଯିବ । ତାନ୍ତ୍ରିକ ଫାଇଦା ଅନୁଯାୟୀ ଶତ୍ରୁ ଶକ୍ତି ଆପଣଙ୍କର କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିଲେ ତେବେ ଶନିବାର ଦିନ ଏହାର ମଞ୍ଜିକୁ ଛିଡ଼ାଇ ଶନି ମନ୍ଦିରରେ ଶନିଙ୍କ ସାମ୍ନାରେ ବସି ଶନି ଚାଳିଶା ୫୧ ଥର ପାଠ କରିବା ପରେ ସେହି ମୂଳକୁ ଏକ ନାଲି କପଡ଼ାରେ ଗୁଡ଼ାଇ ଦିଅନ୍ତୁ ।

ତାପରେ ତାହାକୁ ଏପରି ଏକ ସ୍ଥାନରେ ରଖି ଦିଅନ୍ତୁ ଯେଉଁ ସ୍ଥାନକୁ କେହିବି ଯାଆସ କରୁ ନଥିବେ । ବ୍ୟାପାରରେ ଉନ୍ନତି ଚାହୁଁଥିଲେ ଶୁକ୍ରବାର ଦିନ ଏହି ଗଛର ମୂଳକୁ ଛିଡ଼ାଇ ଆଣି ଏକ ନାଲି କପଡ଼ା ଉପରେ ରଖି ତାହା ଉପରେ ଅଳ୍ପ ସିନ୍ଦୁର ପକାଇ ବାନ୍ଧି ଦିଅନ୍ତୁ ଏବଂ ବ୍ୟବସାୟ ସ୍ଥାନରେ ରଖି ଦିଅନ୍ତୁ ।

ଯଦି ଆପଣଙ୍କ ଉପରେ କୌଣସି ତନ୍ତ୍ର ମନ୍ତ୍ର କ୍ରିୟା ହୋଇଛି ତେବେ ସୋମବାର ଦିନ ଏହି ଗଛର ମୂଳକୁ ସମ୍ପୂର୍ଣ୍ଣ ଛିଡ଼ାଇ ଆଣି ଧୋଇ ମହାଦେବଙ୍କ ସାମ୍ନାରେ ବସି ୧୦୦୧ ଥର ଓଁ ନମଃ ଶିବାୟ ମନ୍ତ୍ରର ଜପ କର ସେହି ମୂଳକୁ ଏକ ତାବିଜରେ ପୁରାଇ ବାହୁରେ କିମ୍ବା ବେକରେ ଧାରଣ କରନ୍ତୁ । ମଙ୍ଗଳବାର ଦିନଟି ହନୁମାନଙ୍କ ପ୍ରିୟ ତେଣୁ ଏହି ଦିନ ଏହି ଗଛକୁ ଉପାଡ଼ି ଆଣି ଏହାର ମୂଳକୁ ଧୋଇ ଶୁଖାଇବା ପରେ ପାଉଡ଼ର କରି ନିଜର ତିଳକ ଧାରଣ କରୁଥିବା ସିନ୍ଦୁରରେ ମିଶାଇ ଧାରଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ମଙ୍ଗଳ ଦୃଢ଼ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *