Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ରଖନ୍ତୁ ଏହି ଖାସ ଚମତ୍କାରି ଗଛ ବିଷୟରେ । ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ଚମତ୍କାରୀ ଗଛ ବିଷୟରେ କହିବୁ ଯାହାକୁ ଆପଣ ଅନେକ ସମୟରେ ଅଣଦେଖା କରି ଦେଇଥାନ୍ତି କିମ୍ବା ସେହି ଗଛର ଚମତ୍କାରିତା ବିଷୟରେ ଜାଣି ନାହାଁନ୍ତି । ସେହି ଗଛରେ ଭଗବାନ ଶିବଙ୍କ ଆଶୀର୍ବାଦ ରହିଥାଏ ଏବଂ ବାସ ରହିଥାଏ । ଆଜିକାଲି ଲୋକେ ଆୟୁର୍ବେଦକୁ ଭୁଲି ଆଧୁନିକ ଔଷଧ ଉପଚାର ଉପରେ ଅଧିକ ଭରସା କରୁଛନ୍ତି । କିନ୍ତୁ କହିରଖିବୁ ଯେ ଆୟୁର୍ବେଦିକ ଔଷଧ ବିଳମ୍ବରେ କାମ କରିଥାଏ ସତ କିନ୍ତୁ ପୂର୍ଣ୍ଣ ଉପଚାର କରିଥାଏ । ଅନେକ ସ୍ଥାନରେ ଏହି ଗଛକୁ ନାଗଡୋନ ନାମରେ ଜଣାଯାଏ । ସ୍ବୟଂ ଭଗବାନ ଶିବ ଏହି ଗଛ ବିଷୟରେ ମାତା ପାର୍ବତୀଙ୍କୁ କହିଛନ୍ତି । ତେଣୁ ଏହି ଗଛ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସମସ୍ତେ ଜାଣି ରଖିବା ଉଚିତ ।

ତିନିଲୋକରେ ଏହି ଗଛ ମଙ୍ଗଳ , ଶ୍ରୀ ଅର୍ଥାତ ଲକ୍ଷ୍ମୀ , ସ୍ମୃତି , ବିଦ୍ୟା ଏବଂ କୀର୍ତ୍ତି ପ୍ରଦାନ କରିଥାଏ । ପ୍ରଥମତଃ ଏହା କୋଷ୍ଠକାଠିନ୍ୟ ରୋଗକୁ ଭଲ କରିବାରେ କାମ କରିଥାଏ । ଏହି ଉପଚାର ପାଇଁ ୨ରୁ ତିନୋଟି ପତ୍ର ନେଇ ଚଟଣୀ ବନାଇ ଦିଅନ୍ତୁ । ତାସହିତ ସେଥିରେ ଦୁଇଟି ଗୋଲମରିଚ ମିଶାଇ ପେଶୀ ଦିଅନ୍ତୁ ।

ଏହି ନାଗଡୋନର ତାସୀର ଖୁବ ଥଣ୍ଡା ଏବଂ ଗୋଲମରିଚ ଗରମ ପ୍ରଦାନ କରିଥାଏ । ତେଣୁ ଏହି ଦୁଇଟିକୁ ମିଶାଇ ଚଟଣୀ ପ୍ରସ୍ତୁତ କରି ଖାଇଲେ ଅତି ଭୟଙ୍କର କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ଏହି ଉପାୟକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ କରି ଦେଖନ୍ତୁ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ । ଅନେକ ମହିଳା ଧଳାସ୍ରାବ ସମସ୍ୟାରେ ପୀଡ଼ିତ ହୋଇଥାନ୍ତି ।

ତେଣୁ ସେମାନେ ଏହି ଗଛର ଚାରୋଟି ପତ୍ରରୁ ଗୋଳ ପ୍ରସ୍ତୁତ କରି ଅତିକମରେ ଏକ କପ କରି ସକାଳୁ କିମ୍ବା ସନ୍ଧ୍ୟାରେ ପିଇ ଦିଅନ୍ତୁ । ଲଗାତାର ଚାରି ଦିନ ପର୍ଯ୍ୟନ୍ତ ପିଇଲେ ମହିଳାଙ୍କର ସେହି ସମସ୍ୟା ଦୂର ହୋଇଯିବ । ସେହି ଘୋଳ ପିଇବା ସମୟରେ ସେଥିରେ ଦୁଇଟି ଗୋଲମରିଚ ମିଶାଇ ଦିଅନ୍ତୁ । ଏହା ବିଷ ପ୍ରଭାବକୁ ମଧ୍ୟ ଦୂର କରିଥାଏ । ଯଦି କେହି ବିଷ ଖାଇଥାଏ ତେବେ ଏହି ଗଛକୁ ଦେଖିବା ମାତ୍ରେ ହିଁ ବିଷ ନଷ୍ଟ ହୋଇଥାଏ ବୋଲି କୁହାଯାଏ । ଯଦି କାହାକୁ ବିଛା କାମୁଡ଼ି ଥାଏ ତେବେ ଏହି ଗଛକୁ ଦେଖିଲେ ବିଷ ନଷ୍ଟ ହୋଇଯାଏ ବୋଲି ମାନ୍ୟତା ରହିଛି । ଏହି ଉପାୟ ଦ୍ୱାରା ସାପ ବିଷ ମଧ୍ୟ କେତେକାଂଶରେ ନଷ୍ଟ ହୋଇଥାଏ । କିନ୍ତୁ ଡାକ୍ତରଙ୍କ ପରାମର୍ଶ ନେବାକୁ ଆଦୋୖ ଭୁଲନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *