Excuse Me Odisha

ଯାହା କହିବୁ ସତ କହିବୁ

କୌଣସିବି ପରିସ୍ଥିତିରେ ମୁଖ୍ୟଦ୍ୱାରରେ ପକାନ୍ତୁ ନାହିଁ ଏଭଳି ଜଳ । ନଚେତ ଘରେ ହୋଇଯିବ ମୃତ୍ୟୁ ।

ସେୟାର୍ କରନ୍ତୁ

ଘରର ମୁଖ୍ୟଦ୍ୱାରକୁ ନେଇ ଅନେକ ନିୟମ ରହିଛି । ସାଧରଣତଃ କିଛି ଲୋକ ଘରର ମୁଖ୍ୟଦ୍ୱାରରେ ଜଳ ସିଞ୍ଚିଥାନ୍ତି କିନ୍ତୁ ସେମାନଙ୍କୁ ତାହାର କାରଣ କିମ୍ବା ଲାଭ ବିଷୟରେ ଜଣା ନାହିଁ । ମୁଖ୍ୟଦ୍ୱାରରେ କେଉଁଭଳି ଜଳ ପକାଇବା ଉଚିତ ନୁହେଁ କିମ୍ବା ସିଞ୍ଚିବା ସମୟରେ ଶ୍ରୀଗଣେଶଙ୍କର କେଉଁ ମନ୍ତ୍ର ଜପ କରିବା ଉଚିତ ସେହି ବିଷୟରେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯଦି ଆପଣ ଘରର ମୁଖ୍ୟଦ୍ୱାରରେ ଜଳ ସିଞ୍ଚିବାକୁ ଚାହୁଁଛନ୍ତି ତେବେ କୌଣସି ଗୋଟିଏ ପାତ୍ରରେ ପୂର୍ବ ଦିନ ହିଁ ଜଳ ନେଇ ରଖନ୍ତୁ । ଆଗାମୀ ଦିନ ତାହାକୁ ଘରର ମୁଖ୍ୟଦ୍ୱାରରେ ବିନା ସ୍ନାନରେ ସିଞ୍ଚି ପାରିବେ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ , କଳହ କ୍ଳେଶରୁ ଏବଂ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଏହାଦ୍ବାରା ବାସ୍ତୁ ଦୋଷ , ନଜର ଦୋଷ ମଧ୍ୟ ଦୂର ହୋଇଥାଏ ।

ମନେ ରଖନ୍ତୁ ଯେ ଏହି ଜଳକୁ ପ୍ରତ୍ୟେକ ଦିନ ଘରର ମୁଖ୍ୟଦ୍ୱାରରେ ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ସିଞ୍ଚିଦେବା ଆବଶ୍ୟକ । ଜଳ ସିଞ୍ଚିବା ସମୟରେ ଆପଣ ମାତା ଲକ୍ଷ୍ମୀ ଏବଂ ପିତୃଙ୍କୁ ସ୍ମରଣ କରନ୍ତୁ । କାରଣ ସକାଳୁ ଘରର ମୁଖ୍ୟଦ୍ୱାର ଦେଇ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି । କିନ୍ତୁ ସବୁ କାମ କରିବାର ଏକ ଉପଯୁକ୍ତ ସମୟ ରହିଛି ।

ଯେମିତି ସକାଳୁ ଉଠିବା ମାତ୍ରେ ସର୍ବପ୍ରଥମେ ଦୁଇ ହାତ ପାପୁଲିକୁ ଦେଖି ଇଷ୍ଟ ଦେବ ଏବଂ ପାଞ୍ଚ ଦେବତାଙ୍କ ନାମ ନେବା ସହିତ ଭୂମି ମାତାଙ୍କୁ ପ୍ରଣାମ କରି ସର୍ବପ୍ରଥମେ ଡାହାଣ ଗୋଡ଼ ଭୂଇଁରେ ପକାଇବା ଉଚିତ । ଏହାପରେ ହିଁ ମୁଖ୍ୟଦ୍ୱାରରେ ଜଳ ସିଞ୍ଚିପାରିବେ । ତାପରେ ଆପଣ ଝାଡୁ ଲଗାଇବା ସହିତ ଅନ୍ୟାନ୍ୟ ନିତ୍ୟକର୍ମ ମଧ୍ୟ କରି ପାରିବେ । ଯେଉଁ ସ୍ଥାନରେ ଆପଣ ଜଳ ସିଞ୍ଚୁଛନ୍ତି ସେହି ସ୍ଥାନାରେ ହିଁ ଦୀପ ଦାନ କରିବା ଉଚିତ ।

ମହିଳା ମାନେ ମାସିକ ଧର୍ମ ସମୟରେ ଜଳ ସିଞ୍ଚି ପାରିବେ କିନ୍ତୁ ଦୀପଦାନ ଶୁଦ୍ଧ ଥିବା ସମୟରେ ଅର୍ଥାତ ମାସିକ ଧର୍ମ ଶେଷ ହେବା ପରେ କରି ପାରିବେ । ଘରର ପୂଜା ଘରେ ଏକ ଲୋଟା ଜଳ ରଖିବା ନିୟମ ରହିଛି । କାରଣ ଦୀପ ଦାନ ଦ୍ୱାରା ଅଗ୍ନି ଏବଂ ଜଳ ରଖିବା ଦ୍ୱାରା ତାହା ସନ୍ତୁଳନ ରକ୍ଷା କରିଥାଏ । ଯାହାକି ଘରର ପାଇଁ ମଙ୍ଗଳ ହୋଇଥାଏ । ପୂଜା ଘରେ ରଖୁଥିବା ଜଳକୁ ଆଗାମୀ ଦିନ ଘରର ସବୁ ରୁମ ଏବଂ କୋଣ ଅନୁକୋଣରେ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ଘରେ ସବୁଠି ସକାରାତ୍ମକ ଶକ୍ତି ବିସ୍ତାର ହୋଇ ରହିବ । ଯଦି ଘରେ କେହି ଅସୁସ୍ଥ ଅଛନ୍ତି ତେବେ ସେହି ପାଣିକୁ ଆପଣ ତାଙ୍କୁ ପିଇବାକୁ ଦେଇ ପାରିବେ । ଏହାଦ୍ବାରା ବଡ଼ ବଡ଼ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି ପାଣି ସହିତ ଔଷଧ ଖାଇଲେ ମଧ୍ୟ ତାହା ଭଲ କାମ କରିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *