ଏପ୍ରିଲ ୮ ସୋମବାର ସୂର୍ଯ୍ୟ ପରାଗ । ଘରକୁ ନେଇ ଆସନ୍ତୁ ଏହି ଗଛର ଚେର । ୨୪ ଘଣ୍ଟାରେ ହୋଇଯିବେ କୋଟିପତି ।
ହିନ୍ଦୁ ଧର୍ମରେ ସୂର୍ଯ୍ୟ ପରାଗକୁ ଅତ୍ୟନ୍ତ ମହତ୍ତ୍ୱ ଦିଆଯାଇଛି । ଚଳିତ ବର୍ଷ ଏପ୍ରିଲ ୮ ସୋମବାର ଦିନ ସୂର୍ଯ୍ୟ ପରାଗ ପଡ଼ିବାକୁ ଯାଉଛି । ଏହି ଖାସ ଦିନରେ ଯଦି ଆପଣ ଏକ ଗଛର ଚେରର ମୂଳକୁ ଆଣି କିଛି ଉପାୟ କରନ୍ତି ତେବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ସେହି ଗଛର ମୂଳରେ ମାତା ଗଙ୍ଗାଙ୍କ ବାସ ହୋଇଥାଏ ବୋଲି ମଧ୍ୟ କୁହାଯାଏ । ତେବେ ସେହି ଗଛ ହେଉଛି ଅପାମାର୍ଗ ଗଛ । ଯାହାର ଅନେକ ଧାର୍ମିକ ଏବଂ ଆୟୁର୍ବେଦିକ ଗୁଣ ରହିଛି । ଏହି ଗଛରେ ସ୍ୱୟଂ ଭଗବାନ ମହାଦେବ , ଶନିଦେବ ଏବଂ ମାତା ଲକ୍ଷ୍ମୀ ବାସ କରନ୍ତି । ଏହି ଗଛ ସାଧରଣତଃ ଓଡ଼ିଶାରେ ପ୍ରଚୁର ମାତ୍ରାରେ ଦେଖାଯାଏ । କିନ୍ତୁ ଓଡ଼ିଶାରେ ଏହାକୁ ଖୁବ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନେକ ଲୋକ ଏହି ଗଛ ବିଷୟରେ ଜାଣି ନାହାଁନ୍ତି ।
ଏହି ଗଛର ବୀଜ ଓଲଟା ଥିବାରୁ ଏହାକୁ ଅପାମାର୍ଗ କୁହାଯାଏ । କିନ୍ତୁ ସ୍ଥାନ ଅନୁଯାୟୀ ଏହାର ନାମ ମଧ୍ୟ ଭିନ୍ନ ଭିନ୍ନ ରହିଛି । ବାସ୍ତୁ ଶାସ୍ତ୍ରର ବନସ୍ପତି ଜ୍ଞାନର ଅଧ୍ୟାୟ ନମ୍ବର ୫୧ ରେ ଏହା ଉଲ୍ଲିଖିତ ହୋଇଛି ଯେ ଏହି ଗଛର ବୀଜକୁ ପୂର୍ବ କାଳରେ ସନ୍ଥ ମହାତ୍ମା ମାନେ କ୍ଷୀରି ବନାଇ ସେବନ କରୁଥିଲେ । ଯାହାଦ୍ୱାରା ଧ୍ୟାନ ଏବଂ ଦୀର୍ଘଦିନ ଧରି ତପସ୍ୟା କରିବା ସମୟରେ ସେମାନଙ୍କୁ ଭୋକ ବିଳମ୍ବରେ ଲାଗୁଥିଲା । ଏହି ଗଛର ସେବନ କଲେ ଶରୀରରେ ପୋଷାକ ତତ୍ତ୍ୱର ଅଭାବ ପୂରଣ ହୋଇଥାଏ । ଏଭଳି ମାନ୍ୟତା ରହିଛି ଯେ ସମୁଦ୍ର ମନ୍ଥନ ସମୟରେ ଏହି ଗଛ ଉପରେ କିଛି ବୁନ୍ଦା ଅମୃତ ପଡ଼ିଥିଲା ବୋଲି କୁହାଯାଏ । ଏହି ଗଛର ମୂଳରେ ମାତା ଗଙ୍ଗା ବାସ କରନ୍ତି ବୋଲି କୁହାଯାଏ ।
ଯଦି ଆପଣଙ୍କ ଦାନ୍ତ ମାଢ଼ିରେ ଯନ୍ତ୍ରଣା ଅନୁଭୂତ ହେଉଛି ଏବଂ ପିଇରିଆ ସମସ୍ୟା ରହିଛି ତେବେ ଏହି ଗଛର ମୂଳରେ ଦାନ୍ତ ଘୋଷନ୍ତୁ । ଦାନ୍ତ ଜନିତ କୌଣସିବି ସମସ୍ୟା ଥିଲେ ଏହି ଗଛ ଦ୍ୱାରା ତାହା ସବୁ ଦୂର ହୋଇଯିବ । ଯଦି ଆପଣଙ୍କ ଆଣ୍ଠୁ କିମ୍ବା କୌଣସି ପ୍ରକାରର ଗଣ୍ଠି ଯନ୍ତ୍ରଣା ରହିଛି ତେବେ ଏହି ଅପାମାର୍ଗ ଗଛର ମୂଳ ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଯଦି ଆପଣଙ୍କର ଶତ୍ରୁ ଜନିତ ସମସ୍ୟା ରହିଛି ତେବେ ଶନିବାର ଦିନ ଏହି ଗଛର ବୀଜକୁ ଛିଡ଼ାଇ ଆଣନ୍ତୁ ଏବଂ ତାହାକୁ ଶନିଦେବଙ୍କ ସାମ୍ନାରେ ଏକ ନାଲି କପଡ଼ାରେ ବାନ୍ଧି ଶନି ଚାଳିଶା ୫୧ ଥର ପାଠ କରି ଦିଅନ୍ତୁ । ତାହାକୁ ନେଇ ଏକ ନିର୍ଜନ ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଓଲଟା ଶତ୍ରୁ ଶାନ୍ତ ହୋଇଯିବ ।
ଏହି ଗଛକୁ ଉପଯୋଗ କଲେ ଏବଂ ସହଜ ଉପାୟ କରିଦେଲେ ଭୂତ ପ୍ରେତ ଏବଂ କଳା ଯାଦୁର ପ୍ରଭାବ ପଡ଼ିବ ନାହିଁ । କେବଳ ସୋମବାର ଦିନ ଏହି ଗଛର ଚେରକୁ ଛିଡ଼ାଇ ଆଣନ୍ତୁ । ପୁରା ମୂଳକୁ ଆଣି ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ମହାଦେବଙ୍କ ସାମ୍ନାରେ ବସି ୧୦୦୧ ଥର ” ଓଁ ନମଃ ଶିବାୟ ” ଜପ କରନ୍ତୁ । ଗୋଟିର ରୂପାର ତାବିଜରେ ସେହି ମୂଳକୁ ପୁରାଇ ଆପଣ ଧାରଣ କରି ପାରିବେ । ଯେତେ ବଡ଼ କଳା ଯାଦୁ ହେଉ କିମ୍ବା ଭୂତ ପ୍ରେତ ଆପଣଙ୍କ ପିଛା ଛାଡ଼ିଦେବେ । ମଙ୍ଗଳବାର ଦିନ ହନୁମାନଙ୍କ ଦିନ ଏବଂ ଏହିଦିନ ଏହି ଗଛର ମୂଳକୁ ଆଣି ଧୋଇ ଶୁଖାଇ ଦିଅନ୍ତୁ । କୌଣସି ତିଳକ ସହିତ ଏହାର ପାଉଡ଼ର ମିଶାଇ ଦିଅନ୍ତୁ । ଏହାଦ୍ବାରା ଆପଣ ସବୁ କାର୍ଯ୍ୟରେ ସଫଳ ହେବେ ।