କେଉଁ ଅଭିଶାପ କାରଣରୁ ସ୍ତ୍ରୀ ମାନେ ହୋଇଥାନ୍ତି ଗର୍ଭବତୀ । ବ୍ରହ୍ମା ମାତା ସରସ୍ୱତୀଙ୍କୁ କହିଛନ୍ତି ରହସ୍ୟ ।
ଥରେ ଦେବୀ ସରସ୍ୱତୀ ବ୍ରହ୍ମାଙ୍କୁ ପଚାରିଲେ ଯେ ବ୍ରହ୍ମା ସୃଷ୍ଟିରେ ଅନେକ ଜ୍ଞାନୀ ଗୁଣି ଅପ୍ସର ପୁରୁଷ ମହିଳାଙ୍କୁ ସୃଷ୍ଟି କରିଛନ୍ତି । କିନ୍ତୁ କେବଳ ସ୍ତ୍ରୀଙ୍କ ପାଖରେ ହିଁ ଗର୍ଭଧାରଣର କ୍ଷମତା ରହିଥାଏ । ତାହାର କାରଣ ପଚାରିବା ପରେ ବ୍ରହ୍ମା ତାହାର ଉତ୍ତର ଦେଇ କହିଛନ୍ତି ଯେ ପୁଲସ୍ତ୍ୟ ବ୍ରହ୍ମାଙ୍କ କାନରୁ ଜନ୍ମ ହୋଇଥିଲେ । ତାଙ୍କୁ ବ୍ରହ୍ମା ଅନେକ ବିଦ୍ୟାର ଅଧିକାରୀ କରାଇବା ପରେ ତାଙ୍କ ଜନ୍ମର ମୂଳ ଉଦ୍ଦେଶ୍ୟ ଏବଂ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ କାମ କରିବାକୁ ପରାମର୍ଶ ଦେଲେ । ଏହାପରେ ପୁଲସ୍ତ୍ୟ ସତ୍ୟ ଯୁଗର ସୁମେର ପର୍ବତର ଉଚ୍ଚ ବିନ୍ଦୁରେ ତପସ୍ୟା କରିବାକୁ ଚାଲିଗଲେ । ସେଠାରେ ଏକ ଆଶ୍ରମ ନିର୍ମାଣ କରି ପୁଲସ୍ତ୍ୟ ଘୋର ତପସ୍ୟା କରିବାରେ ଲାଗିଲେ ।
ପୁଲସ୍ତ୍ୟ ତପସ୍ୟା କରିବା ସମୟରେ ସେଠାକୁ ଅନେକ ରାକ୍ଷସ , ଗନ୍ଧର୍ବ ଏବଂ ଅପ୍ସରା ଆସି ତାଙ୍କ ତପସ୍ୟା ଭଙ୍ଗ କରିବାକୁ ଚେଷ୍ଟା କଲେ । ଯେଉଁ କାରଣରୁ ସେ କ୍ରୋଧିତ ହୋଇ କହିଲେ ଯେ ତାଙ୍କ ତପସ୍ୟା କରିବା ସମୟରେ ତାଙ୍କ ସାମ୍ନାକୁ ଯିଏବି ଆସିବେ ସେ ଗର୍ଭବତୀ ହୋଇଯିବେ । ତେଣୁ ସବୁ ଗନ୍ଧର୍ବ ଏବଂ ଅପ୍ସରା ଭୟଭୀତ ହୋଇ ଚାଲିଗଲେ । ସେହି ପର୍ବତରେ ଋଷି ତୃଣବିନ୍ଦୁଙ୍କ କନ୍ୟା ହାବିର୍ଭୁବା ନିଜ ମାତା ପିତାଙ୍କ ସହିତ ରହୁଥିଲେ । ଥରେ ସେ ନିଜ ସାଙ୍ଗ ମାନଙ୍କ ଖୋଜି ଖୋଜି ଯାଇ ସେହି ପର୍ବତରେ ପୁଲସ୍ତ୍ୟଙ୍କ ସାମ୍ନାରେ ପହଞ୍ଚିଗଲେ । ପୁଲସ୍ତ୍ୟଙ୍କ ଦୃଷ୍ଟି ହାବିର୍ଭୁବାଙ୍କ ଉପରେ ପଡ଼ିବା ମାତ୍ରେ ସେ ଗର୍ଭବତୀ ହୋଇଗଲେ । ସେ ନିଜ ଶରୀରରେ ଏଭଳି ପରିବର୍ତ୍ତନ ଦେଖି କିଛି ବୁଝି ପରିଲେ ନାହିଁ ।
ତାଙ୍କ ସଖୀ ମାନଙ୍କୁ ସେ ସବୁ କଥା କହିବା ପରେ ସେମାନେ ହାବିର୍ଭୁବାଙ୍କୁ ତାଙ୍କ ପିତାଙ୍କ ଘରକୁ ନେଇଗଲେ । ନିଜ ପିତାଙ୍କୁ ସବୁ କଥା କହିବା ପରେ ପିତା ତୃଣବିନ୍ଦୁ ଜାଣି ପାରିଲେ ଯେ ଋଷି ପୁଲସ୍ତ୍ୟଙ୍କ ଅଭିଶାପ କାରଣରୁ ତାଙ୍କ ପୁତ୍ରୀ ଗର୍ଭବତୀ ହୋଇଛନ୍ତି । ଏହା ଜାଣିବା ପରେ ସେ ଅତ୍ୟନ୍ତ ଦୁଃଖିତ ହେଲେ । ଋଷି ତୃଣବିନ୍ଦୁ ନିଜ ଝିଅକୁ ନେଇ ସୁମେରୁ ପର୍ବତ ଉପରକୁ ଋଷି ପୁଲସ୍ତ୍ୟ ରହୁଥିବା କୁଟୀରକୁ ଯାଇ ତାଙ୍କୁ ପ୍ରଣାମ କରି କ୍ଷମା ପ୍ରାର୍ଥନା କଲେ ଏବଂ କହିଲେ ଯେ ତାଙ୍କ ପୁତ୍ରୀ ଅଜାଣତରେ ଏଭଳି ତାଙ୍କର ଅଭିଶାପର ଭାଗିଦାର ହୋଇଛି । ଏଭଳି ହୋଇଥିବା ସେ ସୃଷ୍ଟିର ପ୍ରଥମ ସ୍ତ୍ରୀ ଅଟେ । ତେଣୁ ତାଙ୍କୁ ପୁଲସ୍ତ୍ୟ ମୁନି ସ୍ତ୍ରୀ ଭାବରେ ଗ୍ରହଣ କରି ନେବାକୁ ସେ ଅନୁରୋଧ କଲେ ।
ପୁଲସ୍ତ୍ୟ ଋଷି ମଧ୍ୟ ଆବିର୍ଭୁବାଙ୍କୁ ପତ୍ନୀ ରୂପେ ଗ୍ରହଣ କରିବା ପରେ ଆବୁର୍ଭୁବା ମଧ୍ୟ ଋଷି ପୁଲସ୍ତ୍ୟଙ୍କ ସହିତ ସେଠାରେ ରହିବା ଆରମ୍ଭ କଲେ । ସେ ହୃଦୟରୁ ଋଷି ପୁଲସ୍ତ୍ୟଙ୍କ ସେବା କରୁଥିଲେ । ଯେଉଁଥିରେ ସେ ଖୁସି ହୋଇ ଆବିର୍ଭୁବାଙ୍କୁ ବରଦାନ ଦେଲେ ଯେ ତାଙ୍କ ଗର୍ଭରୁ ତାଙ୍କ ସମାନ ଜଣେ ଜ୍ଞାନୀ ଆତ୍ମା ଜନ୍ମ ନେବ ଏବଂ ସେ ସବୁ ବେଦରେ ପାରଙ୍ଗମ ରହିବ । ଆବିର୍ଭୁବା ଜଣେ ଗୁଣବାନ ପୁତ୍ରକୁ ଜନ୍ମ ଦେଲେ ଯାହାଙ୍କ ନାମ ରହିଲା ବିଷର୍ବା । ସାରା ସଂସାରରେ ତାଙ୍କର ଖ୍ୟାତି ବଢ଼ିଲା ତେଣୁ ଋଷି ଭରଦ୍ବାଜ ତାଙ୍କ ପୁତ୍ରୀ ଉର୍ମିଳାଙ୍କୁ ବିଷର୍ବାଙ୍କ ସହିତ ବିବାହ କରାଇ ଦେଲେ । ଉର୍ମିଳାଙ୍କ ଗର୍ଭରୁ ଜନ୍ମ ନେଲେ ଜଣେ ପୁତ୍ର ଯାହାଙ୍କ ନାମ ରଖାଗଲା ଶ୍ରବଣ । ତାଙ୍କର ଅନ୍ୟ ନାମ କୁବେର ଯିଏକି ବ୍ରହ୍ମାଙ୍କୁ ତପସ୍ୟା କରି ବରଦାନ ପାଇବା ପରେ ଉତ୍ତର ଦିଗର ସ୍ୱାମୀ ତଥା ଧନର ଦେବତା ହୋଇଗଲେ ।
ଥରେ ମହାଦେବ ନିଜ ପତ୍ନୀ ପାର୍ବତୀଙ୍କ ପାଇଁ ଏକ ଲଙ୍କା ନାମକ ମହଲ ବନାଇଲେ । ତାହାର ଗୃହ ପ୍ରବେଶ ସମୟରେ ମହାଦେବ ବିଷର୍ବାଙ୍କୁ ମଧ୍ୟ ଡାକିଲେ । ବିଷର୍ବାଙ୍କ ସହିତ ତାଙ୍କର ଦ୍ୱିତୀୟ ପତ୍ନୀ କୈକେଶି ଯାଇଥିଲେ । ଯେତେବେଳେ ମହାଦେବ ବିଷର୍ବାଙ୍କୁ ଦାନ ମାଗିବକୁ କହିଲେ ସେତେବେଳେ ଦୁଷ୍ଟ କୈକେଶି ତାଙ୍କୁ ଛଳ କରି ଲଙ୍କା ମାଗିନେଲେ । ଯେଉଁ କାରଣରୁ ମହାଦେବ ଲଙ୍କା ତାଙ୍କୁ ଦେଇଦେଲେ । ଏହା ଦେଖି ପାର୍ବତୀ କ୍ରୋଧିତ ହୋଇ କୈକେଶିଙ୍କୁ ଅଭିଶାପ ଦେଲେ ଯେ ସେହି ଲଙ୍କା ହିଁ ଦିନେ ଜଳି ପୋଡ଼ି ପାଉଁଶ ହୋଇଯିବ । ବିଷର୍ବା ତାହାକୁ ନିଜ ପୁତ୍ର କୁବେରକୁ ଦେଲେ । ପରେ ରାବଣ କୁବେର ଠାରୁ ସେହି ଲଙ୍କା ଛଡ଼ାଇ ନେଲେ । କିନ୍ତୁ ତ୍ରେତୟା ଯୁଗରେ ମହାଦେବଙ୍କ ରୂପ ହନୁମାନ ସେହି ଲଙ୍କାକୁ ଜାଳି ପାଉଁଶ କରିଦେଇଥିଲେ । ବ୍ରହ୍ମା କହିଲେ ଯେ ଏହିଭଳି ଭାବରେ ମହର୍ଷି ପୁଲସ୍ତ୍ୟଙ୍କ ଅଭିଶାପ କାରଣରୁ ସଂସାରର ସ୍ତ୍ରୀ ମାନେ ଗର୍ଭବତୀ ହୁଅନ୍ତି ।