ତିନି ପ୍ରକାରର ଭୋଜନ ଖାଇବା ଦ୍ୱାରା କମିଯାଏ ମନୁଷ୍ୟର ଆୟୁଷ । ଜାଣି ନିଅନ୍ତୁ ।
ମନୁଷ୍ୟକୁ କେଉଁ ଭଳି ଭାବରେ ଭୋଜନ କରିବା ଉଚିତ । ଅର୍ଥାତ କେଉଁ ଭଳି ଭୋଜନ ମଣିଷ ପାଇଁ ଉପଯୁକ୍ତ ହୋଇଥାଏ , ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଥରେ ଦେବର୍ଷି ନାରଦ ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ନିଜର ଏକ ପ୍ରଶ୍ନ ନେଇ ଆସିଲେ । ନାରଦଙ୍କ ପ୍ରଶ୍ନ ଥିଲା ଯେ ମନୁଷ୍ୟକୁ କେଉଁ ପ୍ରକାରର ଭୋଜନ କରିବା ଉଚିତ । କେଉଁ ପ୍ରକାରର ଭୋଜନ ମନୁଷ୍ୟର ଆୟୁଷ ବଢ଼ାଇ ଥାଏ ଏବଂ କେଉଁ ପ୍ରକାରର ଭୋଜନ ମନୁଷ୍ୟର ଆୟୁଷ କମ କରିଥାଏ ଇତ୍ୟାଦି । ଏହାପରେ ଶ୍ରୀକୃଷ୍ଣ କହନ୍ତି ଯେ ମନୁଷ୍ୟ ଯେଉଁ ପ୍ରକାରର ଭୋଜନ କରିଥାଏ ସେହି ଅନୁଯାୟୀ ହିଁ ତାର ସ୍ଵଭାବ ଏବଂ ଭାଗ୍ୟ ଏବଂ ଆଗାମୀ ନିଶ୍ଚିତ ହୋଇଥାଏ । ମହର୍ଷି ଅଗସ୍ତ ଶ୍ରୀରାମଙ୍କୁ ତ୍ରେତୟା ଯୁଗରେ ଏକ କଥା କହିଥିଲେ ।
ଯାହାକୁ ଆଜି ଆମେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ । ତ୍ରେତୟା ଯୁଗରେ ଶହେ ୟୋଜନ ଦୀର୍ଘ ଏକ ଜଙ୍ଗଲ ଥିଲା । ଯାହା ମଧ୍ୟକୁ କୌଣସି ଜୀବଜନ୍ତୁ ପ୍ରବେଶ କରୁ ନଥିଲେ କିନ୍ତୁ ଜଙ୍ଗଲର ମଧ୍ୟ ଭାଗରେ ଏକ ଚାରି କୋଶର ହ୍ରଦ ଥିଲା ଯେଉଁଠି ହଂସ ଏବଂ ଅନ୍ୟାନ୍ୟ ଜୀବ ରହୁଥିଲେ । ଥରେ ଅଗସ୍ତ୍ୟ ମୁନି ସେହି ହ୍ରଦ ଦେଇ ଯାଉଥିବା ସମୟରେ ଏକ ଅଦ୍ଭୁତ ଜିନିଷ ଦେଖିଲେ ଯେ ସେଠାରେ ଅତି ଏକ ପୁରୁଣା କୋଟିର ଛିଡ଼ା ହୋଇଥିଲା ଯାହାକି ପୁରୁଣା ହେବା ସତ୍ତ୍ୱେବି ଅତ୍ୟନ୍ତ ସୁନ୍ଦର ଥିଲା । ମୁନି ସେହିଦିନ ରାତିରେ ସେହି ଘର ଭିତରେ ବିଶ୍ରାମ ନେବା ପରେ ଆଗାମୀ ଦିନ ସେହି ହ୍ରଦ ପାଖକୁ ଯାଇ ଦେଖନ୍ତି ଯେ ସେଠାରେ ଏକ ହୃଷ୍ଟପୃଷ୍ଟ ମଣିଷର ଶବ ପଡ଼ିଥିଲା । କିଛି ସମୟ ସେଠାରେ ଅପେକ୍ଷା କରିବା ପରେ ଆକାଶରୁ ଏକ ଦିବ୍ୟ ବିମାନ ଆସି ଅଟକିଲା ।
ସେଥିରୁ ଜଣେ ଦିବ୍ୟ ପୁରୁଷ ବାହାରି ସେହି ହ୍ରଦରେ ସ୍ନାନ କରିବା ସହିତ ସେହି ବିଶାଳ ମଣିଷର ଶବର ମାଂସକୁ ଖାଇବା ସହିତ ପୁଣିଥରେ ସେହି ବିମାନରେ ବସି ଯିବାକୁ ଲାଗିଲେ । ସେହି ସମୟରେ ମୁନି ସେହି ଦିବ୍ୟ ପୁରୁଷଙ୍କୁ ଡାକିବାରେ ଲାଗିଲେ ଏବଂ ପଚାରିଲେ ଯେ ସ୍ୱର୍ଗରୁ ଆସି ମଧ୍ୟ ସେ କାହିଁକି ଶବ ମାଂସ ଖାଉଛନ୍ତି । ଏହା ଶୁଣିବା ପରେ ଦିବ୍ୟ ପୁରୁଷ ଜଣଜ ନିଜର କାହାଣୀ ଶୁଣାଇବା ଆରମ୍ଭ କଲେ । ବିଦର୍ଭ ଦେଶରେ ତାଙ୍କର ମହା ଯଶସ୍ୱୀ ପିତା ଶାସନ କରୁଥିଲେ ଏବଂ ତାଙ୍କର ତିନି ରାଣୀ ଏବଂ ଦୁଇ ଦୁଇ ପୁଅ ମଧ୍ୟରୁ ସେ ନିଜେ ଶ୍ୱେତ ନାମରେ ବଡ଼ ପୁଅ ଥିଲେ । ପିତାଙ୍କ ମୃତ୍ୟୁ ପରେ ସେ ରାଜା ହେଲେ । ମାତ୍ର ଅନେକନ ବର୍ଷ ଶାସନ ପରେ ଶାସନ ଭାର ନିଜ ସାନ ଭାଇ ସୁରତଙ୍କୁ ନେଇ ଘର ଛାଡ଼ି ସେ ଏହି ହ୍ରଦ ପାଖରେ ଆସି କଠୋର ତପସ୍ୟା କରି ବ୍ରହ୍ମ ଲୋକ ପାଇଲେ । ମାତ୍ର ସେଠାରେ ଯେତେବେଳେ ତାଙ୍କୁ ଭୋକ ଶୋଷ ଲାଗିଲା ସେତେବେଳେ ସେ ବ୍ରହ୍ମାଙ୍କୁ ଏହାର କାରଣ ପଚାରିଲେ ।
ବ୍ରହ୍ମା କହିଲେ ଯେ ସେ ସାନ ଧର୍ମ କରିନଥିବାରୁ ବ୍ରହ୍ମଲୋକରେ ତାଙ୍କୁ ଭୋକ ଶୋଷ ଲାଗୁଛି । ଏହି କାରଣରୁ ତାଙ୍କୁ ଏହି ପାପ ଲାଗିଥିବା କହିଲେ । ତେଣୁ ସେହି ହ୍ରଦ ପାଖରେ ପଡ଼ିଥିବା ନିଜ ଶରୀରକୁ ଖାଇ ତାଙ୍କୁ ଭୋକ ମେଣ୍ଟାଇବାକୁ ବ୍ରହ୍ମା କହିଥିଲେ । ଏହାବ୍ୟତୀତ ବ୍ରହ୍ମା ତାଙ୍କ ଶରୀରକୁ ଅକ୍ଷତ କରିଥିଲେ । ଯେଉଁ କାରଣରୁ ସେ ଯେତେ ଖାଇଲେ ମଧ୍ୟ ତାଙ୍କ ଶରୀର ଶେଷ ହେବ ନାହିଁ । ଆଉ ୧୦୦ ବର୍ଷ ପୂରଣ ହେବା ପରେ ଯେତେବେଳେ ମହର୍ଷି ଅଗସ୍ତ୍ୟ ଆସିଲେ ହିଁ ସେ ଏହି ପାପରୁ ମୁକ୍ତି ପାଇବେ ବୋଲି କହିଥିଲେ । ଏହାପରେ ମୁନି ଅଗସ୍ତ୍ୟ ନିଜର ପରିଚୟ ଦେଇ ସେ କଣ ଚାହୁଁଛନ୍ତି ବୋଲି ପଚାରିଲେ । ଏହାପରେ ରାଜା ଖୁସି ହୋଇ ମହର୍ଷି ଅଗସ୍ତ୍ୟଙ୍କ ଚରଣ ସ୍ପର୍ଶ କରି ତାଙ୍କୁ ଏପରି ଘୃଣିତ ଆହାରରୁ ମୁକ୍ତି ଦେବାକୁ କହିଲେ ।
ଏହା କହି ଯେତେବେଳେ ସେ ଦିବ୍ୟ ଆଭୂଷଣ ମୁନିଙ୍କ ହାତରେ ଦେଲେ ସେହି କ୍ଷଣି ତାଙ୍କର ମୃତ ଶରୀର ଅଦୃଶ୍ୟ ହୋଇଗଲା ଏବଂ ସେ ପାପରୁ ମୁକ୍ତ ହୋଇଗଲେ । ଏହାପରେ ସେ ସେହି ବିମାନରେ ବସି ବ୍ରହ୍ମଲୋକ ଚାଲିଗଲେ । ଏହିଭଳି ରାଜା ଶ୍ୱେତଙ୍କୁ ଦାନ କରି ନଥିବା ପାପରୁ ମୁକ୍ତି ମିଳିଥିଲା । ତେଣୁ ପ୍ରତ୍ୟେକ ମନୁଷ୍ୟକୁ ନିଜ ଜୀବନକାଳରେ ଦାନ ନିଶ୍ଚୟ କରିବା ଉଚିତ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଦାନ କଲେ ହିଁ ବ୍ରହ୍ମ ଲୋକରେ ଶାନ୍ତି ପ୍ରାପ୍ତ ହୋଇଥାଏ । ଭୋଜନ ଅରମ୍ଭ କରିବା ପୂର୍ବରୁ ଅଳ୍ପ ଭୋଜନ ଭୂମି ଉପରେ ରଖିବା ଉଚିତ । ଖାଇବା ସମେୟରେ କେହି ଅତିଥି ଆସିଲେ ସେମାନଙ୍କୁ ସମ୍ମାନ ପୂର୍ବକ ଭୋଜନ କରାଇ ବିଦାୟ ଦିଅନ୍ତୁ । ରୋଗୀ , ବୃଦ୍ଧ , ଛୋଟ ପିଲା ଏବଂ ଗର୍ଭବତୀ ସ୍ତ୍ରୀ ଲୋକଙ୍କୁ ଭୋଜନ କରାଇବା ପରେ ଯାଇ ଭୋଜନ କରନ୍ତୁ ।
ପୂର୍ବ ଦିଗରେ ବସି ଭୋଜନ କଲେ ରୋଗ ଏବଂ ମାନସିକ ଅଶାନ୍ତିରୁ ମୁକ୍ତି ମିଳିଥାଏ । ଦକ୍ଷିଣ ଦିଗକୁ ମୁହଁ କରି କେବେ ଭୋଜନ କରନ୍ତୁ ନାହିଁ । କାରଣ ଏହା ମୃତ୍ୟୁର ଦିଗ ହୋଇଥାଏ । ଭଙ୍ଗା ପାତ୍ରରେ କେବେବି ଭୋଜନ କରନ୍ତୁ ନାହିଁ । ଏହା ଦୁର୍ଭାଗ୍ୟକୁ ନିମନ୍ତ୍ରଣ ଦେଇଥାଏ । ଯେଉଁ ବ୍ୟକ୍ତି ଏକାଦଶୀ ଦିନ ତାମସିକ ଭୋଜନ କରିଥାଏ ସେହି ଘରୁ ଲକ୍ଷ୍ମୀ ଛାଡ଼ି ଚାଲି ଯାଆନ୍ତି ।