ମୃତ ବ୍ୟକ୍ତିର ଏହି ତିନୋଟି ଜିନିଷ କେବେ ନେବା ଉଚିତ ନୁହେଁ କିମ୍ବା ବ୍ୟବହାର କରିବା ମଧ୍ୟ ଉଚିତ ନୁହେଁ । ଜାଣି ନିଅନ୍ତୁ ।
ଥରେ ଦେବର୍ଷି ନାରଦ ଯମଲୋକକୁ ଆସି ଯମରାଜଙ୍କୁ ଏକ ଜନ୍ମ ମୃତ୍ୟୁ ବିଷୟରେ ପ୍ରଶ୍ନ କଲେ । ନାରଦଙ୍କ ପ୍ରଶ୍ନ ଥିଲା ଯେ ମୃତ୍ୟୁ ପରେ ମନୁଷ୍ୟ ନିଜ ସହିତ କଣ ନେଇ ଯାଇଥାଏ ଏବଂ ସେହି ମନୁଷ୍ୟର କେଉଁ ଜିନିଷ କେହି ବ୍ୟବହାର କରିବା ଉଚିତ ନୁହେଁ ? ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଯମରାଜ ଏକ ଅତି ପବିତ୍ର କଥା ଶୁଣାଇଛନ୍ତି । କଥା ଅନୁଯାୟୀ ଖୁବ ପୁରୁଣା କାଳରେ ମଧ୍ୟ ଦେଶରେ ଦେବଶର୍ମା ନାମକ ଜଣେ ଗରିବ ବ୍ରାହ୍ମଣ ରହୁଥିଲେ ଯିଏକି ବେଦ ଶାସ୍ତ୍ରରେ ପୁରା ପାରଙ୍ଗମ ଥିଲେ । ସେ ଖୁବ ଶାନ୍ତ ଭଲ ସ୍ୱାଭାବର ଥିଲେ ଏବଂ ନିଜ ଜ୍ଞାନର ଉପଯୋଗ କେବେବି ଧାନ ଅର୍ଜନ କରିବାକୁ କରି ନଥିଲେ । ଥରେ ସେହି ବ୍ରାହ୍ମଣ ଜଣକ ଏକ ଜଙ୍ଗଲ ମଧ୍ୟ ଦେଇ ଯାଉଥିବା ସମୟରେ ଏକ ବୃକ୍ଷ ନିକଟରେ ପହଞ୍ଚିଲେ ଯେଉଁଠି ତିନି ଜଣ ପିଶାଚ ରହୁଥିଲେ ।
ସେହି ତିନି ଜଣ ପିଶାଚ ରାସ୍ତାରେ ଯାଉଥିବା କୌଣସିବି ମନୁଷ୍ୟକୁ ନିଜର ଭକ୍ଷକ ବନାଉଥିଲେ ଏବଂ ବ୍ରାହ୍ମଣକୁ ଦେଖି ଭକ୍ଷଣ ମିଳିଗଲା ଭାବି ଖୁବ ଖୁସି ହେଉଥିଲେ । କିନ୍ତୁ ବ୍ରାହ୍ମଣ ଆଦୋୖ ଭୟଭୀତ ନଥିଲେ କାରଣ ସେ ଭଗବାନ ବିଷ୍ଣୁଙ୍କ ଭକ୍ତ ଏବଂ ମୁହଁରେ ସବୁବେଳେ ଭଗବାନ ବିଷ୍ଣୁଙ୍କ ନାମ ହାତ ଜପ କରୁଥିଲେ । ଯେତେବେଳେ ବ୍ରାହ୍ମଣ ସେହି ତିନି ପିଶାଚଙ୍କ ସମ୍ମୁଖରେ ପହଞ୍ଚିଲେ ସେମାନଙ୍କୁ ପ୍ରଣିପାତ କଲେ । ଯାହା ଦେଖି ତିନି ପିଶାଚ ଆଶ୍ଚର୍ଯ୍ୟ ହୋଇଗଲେ କାରଣ କେବେବି କୌଣସି ବ୍ୟକ୍ତି ତାଙ୍କ ପ୍ରତି ନିର୍ଭୟ ଥିବା ସେ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ବ୍ରାହ୍ମଣଙ୍କୁ ନିର୍ଭର ରହିବାର କାରଣ ବିଷୟରେ ପଚାରିଲେ । ବ୍ରାହ୍ମଣ କହନ୍ତି ଯେ ସେ ଭଗବାନ ବିଷ୍ଣୁଙ୍କର ଭକ୍ତ ଅଟନ୍ତି ଏବଂ ଭଗବାନ ହିଁ ପିଶାଚକୁ ବନାଇଛନ୍ତି । ତେଣୁ ପିଶାଚ ମାନେ ଯଦି ବ୍ରାହ୍ମଣଙ୍କୁ ଭକ୍ଷଣ କରି ତୃପ୍ତ ହେବେ ତେବେ ସେମାନେ ଭକ୍ଷଣ କରି ପାରନ୍ତି ।
ଏହା ଶୁଣି ତିନି ପିଶାଚ ଖୁବ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ବ୍ରାହ୍ମଣଙ୍କୁ ଭକ୍ଷଣ କରିବେ ନାହିଁ ବୋଲି କହି ସେ କେଉଁ କାରଣରୁ ଜଙ୍ଗଲରେ ବୁଲୁଛନ୍ତି ବୋଲି ପଚାରିଲେ । ବ୍ରାହ୍ମଣ ତପସ୍ୟା ପାଇଁ ଉଚିତ ସ୍ଥାନ ଖୋଜୁଥିବା କହିଲେ ଏବଂ ସେମାନେ ପିଶାଚ ହେବାର କାରଣ ପଚାରି ଯଦି କିଛି ସାହାଯ୍ୟ ଆଶା ଥାଏ ପଚାରିଲେ । ତିନି ପିଶାଚ ନିଜ ପିତୃଙ୍କ ଅପମାନ କରିବା କାରଣରୁ ଏଭଳି ପିଶାଚ ହୋଇଥିବା କହିଲେ ଏବଂ ପିଶାଚ ହୋଇ ମଧ୍ୟ ଖୁବ ପାପ କରିଥିବା କହିଲେ । ଏହାପରେ ବ୍ରାହ୍ମଣ ସେମାନଙ୍କ ମୁକ୍ତି ପାଇଁ କେଉଁ ପ୍ରକାରର ସହାୟତା କରି ପାରିବେ ବୋଲି ପଚାରନ୍ତି । ତାଙ୍କ ନାମ ଦେବ ଶର୍ମା ଶୁଣି ସେମାନେ ବୁଝି ପାରନ୍ତି ଯେ ଏହି ବ୍ରାହ୍ମଣ ସେମାନଙ୍କର ହିଁ ପୁତ୍ର ଅଟନ୍ତି । ସେମାନେ କହନ୍ତି ଯେ ଜୀବିତ ଥିବା ସମୟରେ ସେମାନେ ସବୁବେଳେ ଅପରିଷ୍କାର ବସ୍ତ୍ର ପିନ୍ଧି ପୂଜାପାଠ କରୁଥିଲେ ଏବଂ ପିତୃଙ୍କ ନିମିତ୍ତ କେବେ ଭୋଜନ ଅର୍ପଣ କରି ନଥିଲେ ।
ଯେଉଁ କାରଣରୁ ସେମାନେ ପାପର ଭାଗିଦାର ହୋଇଛନ୍ତି ଏବଂ ସେମାନେ ତିନି ଜଣ ଦେବ ଶର୍ମାଙ୍କ ବଂଶଧର ବୋଲି ପରିଚୟ ଦେଇ ସେମାନଙ୍କୁ ପାପରୁ ମୁକ୍ତି ଦେବାକୁ ସ୍ବୟଂ ଭଗବାନ ହିଁ ତାଙ୍କୁ ସେଠାକୁ ପଠାଇ ଥିବା ସେମାନେ କହିଛନ୍ତି । ଏହା ଶୁଣି ବ୍ରାହ୍ମଣ ଦୁଃଖୀ ହୁଅନ୍ତି ଏବଂ ନିଜ ପୂର୍ବଜଙ୍କୁ ମୁକ୍ତି ଦେବାକୁ ଭାବନ୍ତି । ଏହାପରେ ସେ ଅଗସ୍ତ୍ୟ ମୁନିଙ୍କ ପାଖକୁ ଯାଇ ପୂର୍ବଜଙ୍କୁ ପାପରୁ ମୁକ୍ତି ଦେବାର ଉପାୟ ବିଷୟରେ ପଚାରନ୍ତି । ଅଗସ୍ତ୍ୟ ମୁନି କହନ୍ତି ଯେ ଶ୍ରାଦ୍ଧ , ପିଣ୍ଡ ଦାନ , ତର୍ପଣ ଦ୍ୱାରା ହିଁ ପୂର୍ବଜଙ୍କୁ ମୁକ୍ତି ଦିଆଯାଇ ପାରିବ । ଏହାପରେ ନଦୀ କୂଳକୁ ଯାଇ ବ୍ରାହ୍ମଣ ଜଣକ ସେହି ସବୁ କିଛି ଉପାୟ କରନ୍ତି । ଏହାଦ୍ବାରା ସେହି ତିନି ପିଶାଚଙ୍କୁ ମୁକ୍ତି ମିଳିଯାଏ । ତେଣୁ ଯମରାଜଙ୍କର ଏହି କଥାରୁ ଏହା ବୁଝିବାକୁ ମିଳୁଛି ଯେ ମନୁଷ୍ୟକୁ କେବେବି ଅପରିଷ୍କାର ବସ୍ତ୍ର ଧାରଣ କରିବା ଉଚିତ ନୁହେଁ ।
ଅନ୍ୟର ଅଇଁଠା ଭୋଜନ କରିବା ଉଚିତ ନୁହେଁ ତଥା ପିତୃଙ୍କୁ ବିନା ଅର୍ପଣରେ ଭୋଜନ କରିବା ଉଚିତ ନୁହେଁ । ଯଦି କୌଣସି ବ୍ୟକ୍ତି ଜୀବିତ ଥିବା ସମୟରେ ଭଲ କାମ କରେ ନାହିଁ କିମ୍ବା ଅକାଳ ମୃତ୍ୟୁ ହୁଏ ତେବେ ସେ ପିଶାଚ ହୋଇଯାଏ ଏବଂ ନିଜ ଲୋକଙ୍କୁ ହିଁ କଷ୍ଟ ଦେଇଥାଏ । ଅନେକ ଥର ଲୋକେ ନିଜ ମୃତ ପରିଜନଙ୍କ ଜିନିଷକୁ ନିଜ ପାଖରେ ରଖି ନିଅନ୍ତି କିମ୍ବା ବ୍ୟବହାର କରନ୍ତି । କିନ୍ତୁ ଏପରି କରିବା ଆଦୋୖ ଠିକ ନୁହେଁ କାରଣ ସେହି ଜିନିଷ ସହିତ ମୃତ ବ୍ୟକ୍ତିର ଉର୍ଜା ଯୋଡ଼ି ହୋଇ ରହିଥାଏ ।