ମାତା ଲକ୍ଷ୍ମୀ କହିଛନ୍ତି ଯେ ଯେଉଁ ସ୍ତ୍ରୀ ଏହି ସମୟରେ ଝାଡୁ ଲଗାଇ ଥାଏ ସେହି ଘରେ ରହିଥାଏ ପ୍ରଚୁର ଟଙ୍କା ।
ଶାସ୍ତ୍ରରେ କିଛି ବସ୍ତୁ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାର ସମ୍ବନ୍ଧ ସିଧାସଳଖ ମାତା ଲକ୍ଷ୍ମୀଙ୍କ ସହିତ ହୋଇଥାଏ । ଯେଉଁ ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀଙ୍କ କୃପା ଆସିଥାଏ ସେହି ବ୍ୟକ୍ତି କେବେ ସମସ୍ୟାରେ ପଡ଼ି ନଥାଏ । ମାତା ଲକ୍ଷ୍ମୀ କ୍ରୋଧିତ ହେଲେ ସବୁକିଛି ଅନର୍ଥ ହୋଇଯାଏ । ତେଣୁ ସବୁବେଳେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ ରଖିବା ଉଚିତ । ମାତା ଲକ୍ଷ୍ମୀଙ୍କ ସହିତ ଜଡ଼ିତ ଜିନିଷ ଗୁଡ଼ିକ ହେଉଛି ପଦ୍ମ ଫୁଲ , ଝାଡୁ , ତୁଳସୀ ଗଛ , ମଙ୍ଗଳସୁତ୍ର , ଶଙ୍ଖ ଏବଂ ଶ୍ରୀଯନ୍ତ୍ର । ଏସବୁ ଭିତରୁ ସବୁଠାରୁ ଅଧିକ ପ୍ରିୟ ହେଉଛି ଝାଡୁ । ଘରେ ଝାଡୁର ଉପସ୍ଥିତି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଝାଡୁ ଅତ୍ୟନ୍ତ ପବିତ୍ର ତେଣୁ ଏହାର ଉପଯୋଗ କରିବା ସମୟରେ ଅନେକ ବାସ୍ତୁ ନିୟମକୁ ପାଳନ କରିବା ଉଚିତ ।
ଯଦି ଆପଣ ପୁରୁଣା ଝାଡୁକୁ ଏକ ନିର୍ଦିଷ୍ଟ ସ୍ଥାନରେ ଲୁଚାଇ ରଖନ୍ତି ତେବେ ଘରେ କେବେ ଧନର ଅଭାବ ହେବ ନାହିଁ ।
୧ . ଝାଡୁକୁ କେବେବି ଅପମାନ କରିବା ଉଚିତ ନୁହେଁ । ଭୁଲରେ ଗୋଡ଼ ବାଜିଗଲେ କ୍ଷମା ମାଗିନେବା ଉଚିତ ।
୨ . ଝାଡୁରେ କେବେବି ଅପରିଷ୍କାର ଜିନିଷ ସଫା କରିବାକୁ ବ୍ୟବହାର କରନ୍ତୁ ନାହିଁ । ଏହାକୁ ଲୁଚାଇ ରଖିବା ଉଚିତ ନଚେତ ଏହା ଉପରେ କାହାରି ନଜର ପଡ଼ିବା ଅର୍ଥ ଘରର ଧନ ଉପରେ ପଡ଼ିବା ।
୩ . ଝାଡୁକୁ ବ୍ୟବହାର କରିବା ପୂର୍ବରୁ ନମସ୍କାର କରି ବ୍ୟବହାର କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
୪ . ଝାଡୁ ରଖିବା ପାଇଁ ସର୍ବୋତ୍ତମ ଦିଗ ପଶ୍ଚିମ ଦିଗ ଅଟେ । ଏହାଦ୍ବାରା ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ ଏବଂ ବାସ୍ତୁ ଦୋଷ ଦୂର ହୋଇଥାଏ ।
୫ . ଝାଡୁକୁ କେବେବି ରୋଷେଇ ଘରେ ରଖିବା ଉଚିତ ନୁହେଁ । ଝାଡୁକୁ ସର୍ବଦା ଟେ ଶୁଆଇ ରଖନ୍ତୁ । ଏହାକୁ ଛିଡ଼ା କରି ରଖିଲେ ଧନ ହାନୀ ହୋଇଥାଏ ।
୬ . ଘରେ ଛିଡ଼ି ଯାଇଥିବା ଝାଡୁର ବ୍ୟବହାର କରିବା ଉଚିତ ନୁହେଁ । ଏହାକୁ ସମୟ ସମୟରେ ବଦଳାଇ ଦିଅନ୍ତୁ ।
୭ . ଘରେ କେବେବି ଓଦା ଝାଡୁ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ବାରା ଘରେ ରୋଗ ବ୍ୟାପିଥାଏ । ଝାଡୁ ଦ୍ୱାରା କେବେ କାହାକୁ ଆଘାତ କରିବା ଉଚିତ ନୁହେଁ ।
୮ . ଘରେ ଝାଡୁ ଲଗାଇବାର ଉଚିତ ସମୟ ସକାଳୁ ସୂର୍ଯ୍ୟଦୟ ପୂର୍ବରୁ କିମ୍ବା ସୂର୍ଯ୍ୟଦୟ ସମୟରେ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ । ସନ୍ଧ୍ୟାରେ କେବେବି ଝାଡୁ ଲଗାନ୍ତୁ ନାହିଁ ନଚେତ ଏହାଦ୍ବାରା ଘରକୁ ନକରାତ୍ମକତା ଆସିଥାଏ ।
୯ . ଯଦି ଘରର କୌଣସି ବ୍ୟକ୍ତି କିଛି ଜରୁରୀ କାମ ପାଇଁ ବାହାରକୁ ଯାଉଛନ୍ତି , ସେହି ସମୟରେ ଝାଡୁ ଲଗାଇବା ବର୍ଜିତ ଅଟେ । ଝାଡୁ ଏପରି ଏକ ଜିନିଷ ଅଟେ ଯାହାକୁ କାହାକୁବି ଉଧାର ଦେବା ଉଚିତ ନୁହେଁ ।
୧୦ . କେବେବି ନିଜ ଘରର ଝାଡୁ ଅନ୍ୟକୁ ଦେବା ଉଚିତ ନୁହେଁ । ଆପଣ ଚାହିଁଲେ ନୂଆ ଝାଡୁ କିଣି ଦାନ କରି ପାରିବେ ।