Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ମାସରେ ଖାଆନ୍ତୁ ନାହିଁ ଏହି ତିନୋଟି ଜିନିଷ। ନଚେତ ନିଷ୍ଫଳ ହେବ ସବୁ ବ୍ରତ ।

ସେୟାର୍ କରନ୍ତୁ

ବର୍ଷର ସମସ୍ତ ମାସ ମଧ୍ୟରେ କାର୍ତ୍ତିକ ମାସ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଏ । ଏହି ମାସକୁ ପୁଣ୍ୟର ମାସ ବୋଲି କୁହାଯାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିହୁ ଯେ ପୁଣ୍ୟର ମାସ କାର୍ତ୍ତିକ ମାସରେ କେଉଁ କାମ କରିବା ଉଚିତ ଏବଂ କଣ ଉଚିତ ନୁହେଁ । ଏହାବ୍ୟତୀତ ଏହି ମାସରେ କଣ ଖାଇବା ଉଚିତ ଏବଂ କଣ ଉଚିତ ନୁହେଁ , ସେହି ବିଷୟରେ ମଧ୍ୟ କହିବୁ । ଏହି ପୂର୍ଣ୍ଣିମା ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ରାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଏ । ଏହି ମାସରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର କରନ୍ତି । ଅକ୍ଟୋବର ୨୯ ରବିବାର ଠାରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଏହି କାର୍ତ୍ତିକ ମାସ ମାନ୍ୟ ହେବ । ଏହି ମାସରେ ମୁଖ୍ୟ ଦଶଟି କାର୍ଯ୍ୟ କରିବାକୁ ମହତ୍ତ୍ୱ ଦିଆଯାଇଛି ।

ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସରେ ସକାଳୁ ସ୍ନାନ କରିବାକୁ କୁହାଯାଇଛି । ସାଧାରଣତଃ ଏହି ମାସରେ ତୀର୍ଥ ନଦୀ ମାନଙ୍କରେ ସ୍ନାନ କରିବା ଉଚିତ । ଘରେ ସ୍ନାନ କଲେ ସାଧାରଣ ଜଳରେ ଗଙ୍ଗା ଜଳ ମିଶାଇ ସ୍ନାନ କରି ପାରିବେ । ଏହାଦ୍ବାରା ଶରୀର ଶୁଦ୍ଧ ହୋଇଥାଏ ଏବଂ ମନ ମଧ୍ୟ ଶାନ୍ତ ରହିଥାଏ । ଏଭଳି ମାନ୍ୟତା ରହିଛି ଯେ ଏହି ସମୟରେ ଭଗବାନ ବିଷ୍ଣୁ ଜଳରେ ବାସ କରିଥାନ୍ତି । କାର୍ତ୍ତିକ ମାସରେ ବ୍ରତ ରଖିବାର ବିଧାନ ରହିଛି । ଏହାଦ୍ବାରା ଅନେକ ପୁଣ୍ୟ ପ୍ରାପ୍ତ ହୋଇଥାଏ । କାର୍ତ୍ତିକ ମାସରେ ଦୀପ ଦାନ କଲେ ଷୋଳଶ କଳା ପ୍ରାପ୍ତ ହୋଇଥାଏ । ପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଏବଂ ତାପରେ ରାଧା ଦାମଦୋରଙ୍କୁ ଦୀପ ଦାନ କରିବା ଉଚିତ ।

କାର୍ତ୍ତିକ ବ୍ରତ ରଖୁଥିବା ବ୍ୟକ୍ତି ମାନେ ବିଛଣାରେ ନଶୋଇ ଭୂଇଁରେ ଶୋଇବା ଉଚିତ ଏବଂ ତୁଳସୀ ପୂଜନର ବିଧାନ ରହିଛି । ଏହି ସମୟରେ ମାତା ବୃନ୍ଦାବତୀଙ୍କୁ ମଧ୍ୟ ପୂଜା କରିବା ଉଚିତ । ଯାହାକି ଧର୍ମ ସିନ୍ଧୁ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି । ଏହାବ୍ୟତୀତ ଭଗବାନ ବିଷ୍ଣୁଙ୍କୁ ଲକ୍ଷେ ତୁଳସୀ ପତ୍ର ଅର୍ପିତ କଲେ ମୁକ୍ତା ଦାନର ପୁଣ୍ୟ ଫଳ ସମାନ ପ୍ରାପ୍ତ ହୋଇଥାଏ । ଏହି ସମୟରେ ବ୍ୟକ୍ତି ଅଁଳା ବୃକ୍ଷକୁ ପୂଜା କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ । କାର୍ତ୍ତିକ ମାସରେ ଶରୀରରେ ତୈଳ ଲଗାଇବା ବର୍ଜିତ ଅଟେ । କାର୍ତ୍ତିକ ମାସରେ ସାତ୍ଵିକ ଭୋଜନ କରିବା ଉଚିତ । କାର୍ତ୍ତିକ ମାସରେ ଗାଜର ମୂଳା ସାଲଗମ ପିଆଜ ରସୁଣ ଆଦିର ସେବନ ବର୍ଜିତ ଅଟେ ।

ଦୁଇଥର ରୋଷେଇ ହେଉଥିବା ଜିନିଷକୁ ସେବନ କରିବା ଉଚିତ ନୁହେଁ । ଏହି ତିଥିରେ ଅଁଳା ଏବଂ ରାଶି ଖାଇବା ମନା ଅଟେ । କାର୍ତ୍ତିକ ମାସରେ ଇନ୍ଦ୍ରିୟ ସଂଯମ ରକ୍ଷା କରିବାକୁ ପଡ଼ିବ । କାର୍ତ୍ତିକ ମାସରେ ଲୋଭ , କ୍ରୋଧ ଏବଂ ହିଂସା ଭଳି ଖରାପ ମନୋଭାବ ରଖିବା ଉଚିତ ନୁହେଁ ଏବଂ କୌଣସି ଖରାପ କାମ ମଧ୍ୟ କରିବା ଉଚିତ ନୁହେଁ । କାହାରି ଅନିଷ୍ଟ ହେବା ଭଳି କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ । କାର୍ତ୍ତିକ ମାସରେ ସ୍ନାନ ଦାନର ଯଥେଷ୍ଟ ମହତ୍ତ୍ୱ ରହିଛି । ତେଣୁ ଏଥିପାଇଁ ଆପଣ ନିଜ କୁଳ ପୁରୋହିତ କିମ୍ବା କୌଣସି ବ୍ୟକ୍ତିଙ୍କୁ ଦାନ କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *