Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ୭ ବଡ଼ ବୁଧବାର ଦିନ କରି ଦିଅନ୍ତୁ ଏହି ଖାସ ଉପାୟ । ଭଗବାନ ଗଣେଶ ହେବେ ବହୁତ ଜଲଦି ପ୍ରସନ୍ନ ।

ସେୟାର୍ କରନ୍ତୁ

ସପ୍ତାହର ସାତୋଟି ଦିନର ଭିନ୍ନ ଭିନ୍ନ ମହତ୍ତ୍ୱ ଭଗବାନଙ୍କର ଭିନ୍ନ ଭିନ୍ନ ରୂପକୁ ସମର୍ପିତ ଅଟେ । ସେହିଭଳି ବୁଧବାର ଭଗବାନ ଗଣେଶଙ୍କୁ ସମର୍ପିତ ଅଟେ । ଏହିଦିନ ଲୋକେ ଭଗବାନ ଗଣେଶଙ୍କୁ ପୂଜା କରି ଲଡୁ ଏବଂ ମୋଦକ ଭୋଗ ଆକାରରେ ଅର୍ପିତ କରିଥାନ୍ତି । ମାନ୍ୟତା ରହିଛି ଯେ ବୁଧବାର ଦିନ କିଛି ଏଭଳି କାମ ଅଛି ଯାହାକୁ କରିବା ଉଚିତ ନୁହେଁ । ନଚେତ ଜୀବନରେ ସମସ୍ୟା ବଢ଼ିଥାଏ ।

ଏହି ଦିନ ଐଶାନ୍ୟ , ଉତ୍ତର ଏବଂ ପଶ୍ଚିମ ଦିଗକୁ ଯାତ୍ରା କରିବା ଉଚିତ ନୁହେଁ । ନଚେତ କିଛି ଉପାୟ କରି ଘରୁ ଯାଇ ପାରିବେ । ଏହି ଦିନ କାହାକୁ ଧାର କରଜ ଦିଅନ୍ତୁ ନାହିଁ । କନ୍ୟା ସନ୍ତାନ ଥିବା ମହିଳା ଏହିଦିନ କେଶ ଧୋଇଲେ ଝିଅର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । କ୍ଷୀର ଜଳିବାର ସମ୍ଭାବନା ଥିବା କାମ କରନ୍ତୁ ନାହିଁ ଏବଂ ଝିଅ , ଭଉଣୀ , ସ୍ତ୍ରୀ , ପିଉସୀ କାହାରି ମଧ୍ୟ ଅପମାନ କରନ୍ତୁ ନାହିଁ ।

ବୁଧବାର ଦିନ ପାନ ଖାଇବା ବର୍ଜିତ ଅଟେ । ବୁଧବାର କିନ୍ନର ମାନଙ୍କ ଦିନ ହୋଇଥିବାରୁ କୌଣସି କିନ୍ନରଙ୍କ ଅପମାନ କରନ୍ତୁ ନାହିଁ ଏବଂ କିଛି ନା କିଛି ଦାନ କରନ୍ତୁ । ଏହିଦିନ ଅପଶବ୍ଦ କହିଲେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ବୁଧବାର ଦିନ କଳା ରଙ୍ଗର ପୋଷାକ କଳା ବିନ୍ଦି କିମ୍ବା ଚୁଡ଼ି ମଧ୍ୟ ଧାରଣ କରିବା ଦ୍ୱାରା ସିନ୍ଦୁର ଉପରେ ବିପଦ ଆସିଥାଏ । ଏହିଦିନ ବିଶେଷ କରି ନାଲି କିମ୍ବା ହଳଦିଆ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

କୌଣସି ଦେବଦେବୀଙ୍କ ପୂଜା ପୂର୍ବରୁ ସର୍ବପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରନ୍ତୁ । ଯାହାଦ୍ବାରା ଜୀବନର ପ୍ରତିଟି ସମସ୍ୟା ଦୂର ହୋଇଥାଏ । ପ୍ରତ୍ୟେକ ଦିନ ସ୍ନାନ ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ , ଭଗବାନ ଗଣେଶଙ୍କ ମନ୍ତ୍ର ଜପ କରି ସାରିବା ପରେ ଅନ୍ୟ ଦେବଦେବୀଙ୍କ ପୂଜା ଆରାଧନା କରନ୍ତୁ ।

ଯଦି ଆପଣ ସକାଳୁ ଉଠିବା ମାତ୍ରେ ବିଛଣାରେ ବସି ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରନ୍ତି ତେବେ ଆପଣଙ୍କ ଜୀବନରେ ଆସୁଥିବା କୌଣସିବି ବାଧା ଦୂରେଇ ଯିବ । ବୁଧବାର ଦିନ ଭଗବାନ ଗଣେଶଙ୍କର ବିଶେଷ ଆରାଧନା କରନ୍ତୁ । ଲଗାତାର ସାତୋଟି ବୁଧବାର ସମ୍ପୂର୍ଣ୍ଣ ବିଧି ବିଧାନରେ ଗଣେଶଙ୍କ ପୂଜା କଲେ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ । ସକାଳୁ ଉଠି ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ସ୍ମରଣ କରି ନିଜର ମନସ୍କାମନା କୁହନ୍ତୁ ।

ଏହାପରେ ସ୍ନାନ କରି ପରିଷ୍କାର ସ୍ୱଚ୍ଛ ବସ୍ତ୍ର ଧାରଣ କରି ମନ୍ଦିର ଯାୱାଆନ୍ତୁ କିମ୍ବା ଆପଣ ଚାହିଁଲେ ଘରେ ମଧ୍ୟ ପୂଜା ବିଧି କରି ପାରିବେ । ଭଗବାନ ଗଣେଶଙ୍କ ବିଗ୍ରହ ଥିଲେ ତାହାର ଅଭିଷେକ କରି ପୂଜା କରନ୍ତୁ । ନଚେତ ଆପଣ ଫୋଟକୁ ମଧ୍ୟ ପୂଜା କରି ପାରିବେ । ଅଭିଷେକ କରି ସାରିବା ପରେ ଭଗବାନ ଗଣେଶଙ୍କୁ ହଳଦିଆ ବସ୍ତ୍ର ଅର୍ପିତ କରନ୍ତୁ ।

ଏହାପରେ ଭଗବାନ ଗଣେଶଙ୍କୁ ଅତର ଅର୍ପିତ କରନ୍ତୁ । ଏହାପରେ ଶୁଦ୍ଧ ଘିଅ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ , ସୁଗନ୍ଧିତ ଧୂପ , ହଳଦିଆ ଫୁଲ ମାଳା , ଦୁବ ଘାସ ( ୫ , ୧୧ , ୨୧ ସଂଖ୍ୟକ ) ଅର୍ପିତ କରନ୍ତୁ । ଭଗବାନ ଗଣେଶଙ୍କୁ ହଳଦୀ ଏବଂ ସିନ୍ଦୁର ଦ୍ୱାରା ତିଳକ କରନ୍ତୁ । ଅକ୍ଷତରେ ମଧ୍ୟ ତିଳକ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନର କୌଣସିବି ସମସ୍ୟା ଦୂର ହୋଇଥାଏ ।

ଏହାବ୍ୟତୀତ ସୁଖ ସମୃଦ୍ଧିର ପ୍ରାପ୍ତି ହୋଇଥାଏ । ଏହିଦିନ ହଳଦିଆ ରଙ୍ଗର ମୋଦକ ମଧ୍ୟ ଭଗବାନ ଗଣେଶଙ୍କୁ ଅର୍ପିତ କରନ୍ତୁ ଏବଂ ଗୋଟା ମୁଗ ମଧ୍ୟ ଅର୍ପିତ କରି ପାରିବେ । ଧଣିଆ ଚୁରମା ପ୍ରସାଦ ଆକାରରେ ପ୍ରସ୍ତୁତ ଭୋଗ ଲଗାଇଲେ ଭଗବାନ ଗଣେଶ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଆପଣ ମୁଗ ଡାଲି ଲଡୁ କିମ୍ବା ମୁଗ ଡାଲି ହାଲୁଆ ମଧ୍ୟ ଅର୍ପିତ କରି ପାରିବେ । ଏହାଦ୍ବାରା ଭଗବାନ ଗଣେଶ ବହୁତ ଜଲଦି ପ୍ରସନ୍ନ ହେବା ସହିତ ଆପଣଙ୍କର ସବୁ ମନସ୍କାମନା ମଧ୍ୟ ପୂରଣ କରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *