Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ୪ , ” ଜ୍ୟେଷ୍ଠ ପୂର୍ଣ୍ଣିମା ” ଗାଈକୁ ଖୁଆଇ ଦିଅନ୍ତୁ ଏହି ଛୋଟ ଜିନିଷ । ଦୂର ହୋଇଯିବ ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ଏବଂ ବର୍ଷିବ ଧନ ।

ସେୟାର୍ କରନ୍ତୁ

ଜ୍ୟେଷ୍ଠ ପୂର୍ଣ୍ଣିମା ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ହୋଇଥାଏ ଏବଂ ଏହିଦିନ ବ୍ରତ ରଖିବାର ବିଧାନ ରହିଛି । ଏହିଦିନ ବ୍ରତ ରଖିବା ପାଇଁ ଅନେକ ନିୟମ ମଧ୍ୟ ରହିଛି । ଯେମିତିକି ଏହିଦିନ ତାମସିକ ଭୋଜନକୁ ବର୍ଜିତ କରି ସାତ୍ଵିକ ଭୋଜନ କରିବା ଉଚିତ । ଏହାବ୍ୟତୀତ ଏହିଦିନ କାହାକୁ ଅପଶବ୍ଦ କହିବା ଉଚିତ ନୁହେଁ ଏବଂ ଘରକୁ ଆସୁଥିବା ଯାଚକଙ୍କୁ ନିଜର ସାମ୍ୟର୍ଥ ଅନୁଯାୟୀ ଦାନ ନିଶ୍ଚୟ କରିବା ଉଚିତ ।

ପୁଣି ହିନ୍ଦୁ ଧର୍ମରେ ଗୋମାତାଙ୍କୁ ପୂଜ୍ୟ ମାନା ଯାଏ ଏବଂ ଏପରି ବିଶ୍ୱାସ କରାଯାଏ ଯେ ଗୋମାତାଙ୍କ ଶରୀରରେ ତେତିଶ କୋଟି ଦେବଦେବୀଙ୍କ ଏବଂ ପିତୃ ଦେବତାଙ୍କ ବାସ ମଧ୍ୟ ହୋଇଥାଏ । ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ଗୋମାତାଙ୍କ ସେବା ଯଦି ନିଃସ୍ୱାର୍ଥପର ଭାବରେ କରାଯାଏ ତେବେ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

ଘରେ ଗୋମତାଙ୍କୁ ରଖି ନିଃସ୍ୱାର୍ଥପର ଭାବରେ ତାଙ୍କ ସେବା କଲେ ପାପ ଦୂର ହୋଇଥାଏ । ମାନସିକ ଚିନ୍ତା ଥିଲେ ରୁଟିରେ ଗୁଡ଼ ମିଶାଇ ଏବଂ ଗ୍ରହ ଜନିତ ସମସ୍ୟା ଥିଲେ ପ୍ରତ୍ୟେକ ଦିନ ପ୍ରଥମ ରୋଟି ଗୋମତାଙ୍କୁ ଦିଅନ୍ତୁ । କିଛି ଏପରି ଜିନିଷ ଅଛି ଯାହା ଗୋମାତାଙ୍କୁ ଖାଇବାକୁ ଦେବା ଉଚିତ ନୁହେଁ । ସାଧରଣତଃ ଗୋମାତାଙ୍କୁ ବାସୀ ରୋଟି , ପଚା ସଢ଼ା ଖାଦ୍ୟ , ବଳକା ଖାଦ୍ୟ କିମ୍ବା ନିଜେ ତୋଳିଥିବା ଅଶ୍ୱତ୍ଥ ପତ୍ର ଗାଈକୁ ଦିଅନ୍ତୁ ନାହିଁ ।

ଗୋମତାଙ୍କୁ ଅଶ୍ୱତ୍ଥ ପତ୍ର ଅତ୍ୟନ୍ତ ପସନ୍ଦ କିନ୍ତୁ ତାହା ଆପଣ ନିଜେ ଛିଡ଼ାଇ ଖାଇବାକୁ ଦିଅନ୍ତୁ ନାହିଁ । ଏହାବ୍ୟତୀତ ଗାଈକୁ କ୍ଷୀର ଖୁଆନ୍ତୁ ନାହିଁ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଚାଲି ଯାଆନ୍ତି । ୧୫ ୟୁନି ମଧ୍ୟରୁ ଗାଈ ଜନ୍ମ ଏଭଳି ଏକ ଜନ୍ମ ହୋଇଥାଏ ଯେଉଁଠି ଆତ୍ମା ବିଶ୍ରାମ କରି ଆଗାମୀ ଯାତ୍ରା ଆରମ୍ଭ କରିଥାଏ ।

କୌଣସି ସ୍ଥାନରେ ଘର ବନାଇବାକୁ ଚାହୁଁଥିଲେ ସେହି ସ୍ଥାନରେ କିଛିଦିନ ପାଇଁ ଗାଈ ବାଛୁରୀକୁ ଏକା ସାଥିରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ସେହି ସ୍ଥାନ ପବିତ୍ର ହୋଇଯିବ । ଏହାବ୍ୟତୀତ ବାହାରକୁ କୌଣସି କାମରେ ଯାଉଥିଲେ ହଠାତ ଗାଈ ବାଛୁରୀ ଦେଖିଲେ କିମ୍ବା ଗାଈ ବାଟ କାଟିଲେ ତାହା ଶୁଭ ହୋଇଥାଏ , ଯଦି ଆପଣଙ୍କ ଘର ଚାରି ପଟେ ଗାଈ ଘୁରି ବୁଲେ ତେବେ ଏହାର ଅର୍ଥ ଆପଣଙ୍କ ଘରୁ ସବୁ ଆର୍ଥିକ ସମସ୍ୟା ଦାରିଦ୍ର୍ୟତା ଦୂର ହେବାକୁ ଯାଉଛି ।

ଗାଈ ଲାଞ୍ଜ ମାରିଲେ ଏବଂ ଗାଈ ସମ୍ମୁଖକୁ ଗଲେ କାଶ ଥଣ୍ଡା ଭଳି ସମସ୍ୟା ଦୂର ହୁଏ । ଏହାବ୍ୟତୀତ ଗାଈ ଠାରୁ ମିଳୁଥିବା ପଞ୍ଚଗାବ୍ୟ ଏକାଧିକ ରୋଗ ଠାରୁ ମୁକ୍ତି ଦେଇଥାଏ । ପ୍ରତ୍ୟେକ ଦିନ ଗାଈର ସେବା ଏବଂ ରୋଟି ଖୁଆଇବା ସମ୍ଭବ ନହେଲେ ଗାଈ ନାମରେ ଟଙ୍କା ରଖନ୍ତୁ ଏବଂ କିଛି ମାସ ପରେ ତାହାକୁ କୌଣସି ଗୋଶାଳା କିମ୍ବା କୌଣସି ଗରିବ କିମ୍ୱା କୌଣସି ମନ୍ଦିରରେ ଦାନ ଦେଇ ଦିଅନ୍ତୁ ।

ଗୋମାତାଙ୍କୁ ରାମାୟଣ କାଳରେ ମାତା ସୀତାଙ୍କ ଠାରୁ ମିଳିଥିବା ଅଭିଶାପ କାରଣରୁ ଅଇଁଠା କହିବାକୁ ପଡ଼ିଥାଏ । ନିଜ ପୂଜ୍ୟ ପିତାଙ୍କ ପିଣ୍ଡ ଦାନ ନିମନ୍ତେ ମାତା ସୀତା , ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଗୟା ଯାଇଥିଲେ । ମାତ୍ର ପିଣ୍ଡ ଦାନ ନିମନ୍ତେ ସବୁ ଜିନିଷ ନଥିବାରୁ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଜିନିଷ ଆଣିବାକୁ ଗଲେ । ଏପଟେ ସମୟ ହେବାରୁ ଦଶରଥଙ୍କ ଆତ୍ମା ପିଣ୍ଡ ଦାନ ମାଗିବାରୁ ମାତା ସୀତା ବାଲୁକା ସ୍ତୁପ ବନାଇ ବଟ ବୃକ୍ଷ , କେତକୀ ଫୁଲ , ଫାଲ୍ଗୁ ନଦୀ ଏବଂ ଗୋମତାଙ୍କୁ ସାକ୍ଷୀ କରି ପିଣ୍ଡ ଦାନ କଲେ ।

ରାମଚନ୍ଦ୍ର ଆସିବାରୁ ଯେତେବେଳେ ମାତା ସୀତା ସାକ୍ଷୀ ସ୍ୱରୂପ ରାମଚନ୍ଦ୍ରଙ୍କୁ ପ୍ରମାଣ ଦେଲେ ସେତେବେଳେ ମାତା ସୀତା ସାକ୍ଷୀ ରଖିଥିବା ବଟ ବୃକ୍ଷ , କେତକୀ ଫୁଲ , ଫାଲ୍ଗୁ ନଦୀ ଏବଂ ଗୋମତା ଦେଖିଥିବା କଥା କହିଲେ । କିନ୍ତୁ ବଟ ବୃକ୍ଷକୁ ଛାଡ଼ି ସମସ୍ତେ ମିଛ କହିଥିଲେ ଏବଂ ମାତା ସୀତାଙ୍କ ଅଭିଶାପ ଅନୁଯାୟୀ ଗୋମାତା ପୂଜ୍ୟ ହୋଇବି ସୁଦ୍ଧା ଅଇଁଠା ଖାଆନ୍ତି । ମାତ୍ର ଯଦି ଆପଣ ପ୍ରତ୍ୟେକ ଦିନ ଘରର ପ୍ରଥମ ରୋଟିରେ ସାଧା ଲୁଣ ଦେଇ କୌଣସି ଧଳା ଗାଈକୁ ଖାଇବାକୁ ଦିଅନ୍ତି ତେବେ ଜୀବନର ସବୁ ଦୁଃଖ କଷ୍ଟ ଏବଂ କୌଣସିବି ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *