Excuse Me Odisha

ଯାହା କହିବୁ ସତ କହିବୁ

ଘରର ମନ୍ଦିରରେ ରଖନ୍ତୁ ଏହି ଚାରୋଟି ଜିନିଷ । ନଚେତ ତାହା କରିଥାଏ କାଙ୍ଗାଳ ଏବଂ ବର୍ବାଦ ।

ସେୟାର୍ କରନ୍ତୁ

ସାଧରଣତଃ ସବୁ ହିନ୍ଦୁ ଘରେ ପୂଜା ଘର ନିଶ୍ଚୟ ରହିଥାଏ । ଯେଉଁଠି ଲୋକେ ନିଜର ପ୍ରିୟ ଦେବଦେବୀଙ୍କ ଫୋଟ ଏବଂ ମୂର୍ତ୍ତି ରଖିଥାନ୍ତି ଏବଂ ନିଜର ମନସ୍କାମନା ପୂରଣ କରିବା ପାଇଁ ବିଧି ବିଧାନର ସହିତ ପୂଜା କରିଥାନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସ୍ବୟଂ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ କେଉଁ ତିନୋଟି ଜିନିଷ ପୂଜା ଘରେ ରଖିବା ଶୁଭ ହୋଇଥାଏ ଏବଂ କେଉଁ ତିନୋଟି ଜିନିଷ ରଖିବା ଅଶୁଭ ହୋଇଥାଏ ସେହି ବିଷୟରେ କହିବୁ ।

କହିରଖିବୁ ଯେ କିଛି ଏପରି ଜିନିଷ ରହିଛି ଯାହାକୁ ଯଦି ଆପଣ ପୂଜଘରେ ରଖି ଦିଅନ୍ତି ତେବେ ଘରକୁ ନକରାତ୍ମକତା ଆସିବା ସହିତ ଜୀବନ ଉପରେ ମଧ୍ୟ ବିପଦ ଆସିଥାଏ । ଘରର ମନ୍ଦିରରେ ମାଟିରେ ନିର୍ମିତ ପାରମ୍ପରିକ ଦୀପ ରହିବା ନିତାନ୍ତ ଜରୁରୀ ଅଟେ । ଆପଣ ଧାତୁ ନିର୍ମିତ ଦୀପ କିମ୍ବା ଗୋବର ରଖି ତାହାକୁ ଧୂପ ଦାନୀ ଆକାରରେ ବ୍ୟବହାର କରି ପାରିବେ ।

ଘରର ମନ୍ଦିରରେ ସ୍ୱସ୍ତିକ ଚିହ୍ନ ରହିବା ନିତାନ୍ତ ଜରୁରୀ ଅଟେ । କାରଣ ଏହା ଶକ୍ତି , ସୌଭାଗ୍ୟ ଏବଂ ଶୁଭତାର ପ୍ରତୀକ ଅଟେ । ତେଣୁ ଘରର ମନ୍ଦିରରେ ସ୍ୱସ୍ତିକ ଚିହ୍ନ ଆଙ୍କି ନିଶ୍ଚୟ ରଖନ୍ତୁ । ଘରର ମନ୍ଦିରରେ ସ୍ୱସ୍ତିକ ଚିହ୍ନ ବନାଇ ତାହା ଉପରେ କଳସ ସ୍ଥାପନା କଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ । ସମୁଦ୍ର ମନ୍ଥନ ସମୟରେ ୧୪ ରତ୍ନ ମଧ୍ୟରୁ ଶଙ୍ଖର ମଧ୍ୟ ଉତ୍ପତ୍ତି ହୋଇଥିଲା ।

ତେଣୁ ପୂଜଘରେ ଶଙ୍ଖ ନିଶ୍ଚୟ ରଖନ୍ତୁ । ଶଙ୍ଖ ଧ୍ୱନି ଦ୍ୱାରା ପରିବେଶ ସକାରାତ୍ମକ ହୋଇଥାଏ । ଏହାବ୍ୟତୀତ ଘରର ପୂଜଘରେ ଘଣ୍ଟି ରହିବା ମଧ୍ୟ ନିତାନ୍ତ ଜରୁରୀ ଅଟେ । ଏହାଦ୍ବାରା ପରିବେଶ ଏବଂ ବାତାବରଣ ଶୁଦ୍ଧ ରହିବା ସହିତ ଘରକୁ ସୁଖ ସମୃଦ୍ଧି ଆସିଥାଏ । କିଛି ଏଭଳି ମଧ୍ୟ ଜିନିଷ ଅଛି ଯାହାକୁ ପୂଜା ଘରେ ଆଦୋୖ ରଖିବା ଉଚିତ ନୁହେଁ ।

ଭଗବାନ ଗଣେଶଙ୍କର ବିଷମ ସଂଖ୍ୟାରେ ଗଣେଶ ମୂର୍ତ୍ତି ପୂଜଘରେ ରଖିବା ଅଶୁଭ ହୋଇଥାଏ । ତେଣୁ ଆପଣ କେବଳ ଦୁଇଟି ଗଣେଶ ମୂର୍ତ୍ତି ରଖି ପାରିବେ । ପୂଜଘରେ ଭଙ୍ଗା ଚାଉଳ କିମ୍ବା ଅନେକ ପୂର୍ବରୁ ରଖା ଯାଇଥିବା ଚାଉଳ ରଖିବା ଉଚିତ ନୁହେଁ । କାରଣ ଏହାଦ୍ବାରା ନକରାତ୍ମକତା ସୃଷ୍ଟି ହୋଇଥାଏ ।

ଏହାବ୍ୟତୀତ ପୂଜଘରେ ଚାଉଳ ରଖୁଥିଲେ ସେଥିରେ ହଳଦୀ ମିଶାଇ ରଖିଲେ ତାହା ଅଧିକ ଶୁଭ ଏବଂ ଫଳପ୍ରଦ ହୋଇଥାଏ । ଘରର ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ଲଗାଉଥିଲେ ତାଙ୍କ ମୁହଁକୁ ଘର ଭିତର ଦିଗକୁ ରଖନ୍ତୁ । ଯଦି ଆପଣ ଗଣେଶଙ୍କ ପିଠି ଘର ଭିତର ଦିଗକୁ ରଖନ୍ତି ତେବେ ଘରକୁ ଦାରିଦ୍ର୍ୟତା ଆସିଥାଏ । କାରଣ ଶ୍ରୀଗଣେଶଙ୍କ ପିଠିରେ ଦାରିଦ୍ର୍ୟତା ବାସ କରିଥାଏ । ପୂଜଘରେ ଦେବଦେବୀଙ୍କ ବ୍ୟତୀତ ଅନ୍ୟ କାହାରି ଫୋଟ ଯେମିତିକି ପୂର୍ବ ପୁରୁଷ କିମ୍ବା କୌଣସି ସାଧୁଙ୍କ ଫୋଟ ରଖନ୍ତୁ ନାହିଁ ।

ହୁଏତ ସେମାନେ ପୂଜ୍ୟ ହୋଇ ପାରନ୍ତି କିନ୍ତୁ ସେମାନେ ଭଗବାନଙ୍କ ସମାନ ନୁହଁନ୍ତି । ସେମାନଙ୍କ ଫୋଟ ଘରର କାନ୍ଥରେ କିନ୍ତୁ ପୂଜା ଘର ବାହାରେ ଲଗାଇ ପାରିବେ । ଭୈରବ , ଶନିଦେବ କିମ୍ବା ମାତା କାଳୀଙ୍କ ମୂର୍ତ୍ତି ସମେତ ଛିଡ଼ା ହୋଇଥିବା ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ପୂଜଘରେ ରଖନ୍ତୁ ନାହିଁ । ଘରର ପୂଜଘରେ ଗଙ୍ଗା ଜଳ ରହିବା ନିତାନ୍ତ ଜରୁରୀ ଅଟେ । ତେଣୁ ତମ୍ବାର ଏକ ଛୋଟ ପାତ୍ରରେ ଗଙ୍ଗା ଜଳ ରଖିଲେ ପୂଜାଘରର ଶୁଦ୍ଧତା ବଜାୟ ରହିଥାଏ ।

ପୂଜାରେ କଳସର ଉପଯୋଗ ଦେବତାଙ୍କୁ ଆବାହନ କରିବା ପାଇଁ ବ୍ୟବହାର କରାଯାଇଥାଏ । ତେଣୁ ପୂଜଘରେ କଳସ ସ୍ଥାପନା ନିଶ୍ଚୟ କରନ୍ତୁ । ଭଗବାନଙ୍କ ସାମ୍ନାରେ ତମ୍ବାର ପାତ୍ରରେ ଜଳ ଭରି ରଖିଲେ ତାହାର ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ପ୍ଲାଷ୍ଟିକ ପାତ୍ରରେ ଗଙ୍ଗା ଜଳ ଭୁଲରେବି ରଖନ୍ତୁ ନାହିଁ । ଶିବଲିଙ୍ଗରେ କେତକୀ ଫୁଲ ଆଦୋୖ ଅର୍ପିତ କରନ୍ତୁ ନାହିଁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା ସମୟରେ ବିଶେଷ ଭାବରେ ପଦ୍ମ ଫୁଲ ନିଶ୍ଚୟ ଅର୍ପିତ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *