Excuse Me Odisha

ଯାହା କହିବୁ ସତ କହିବୁ

ମଇ ୩୧ ନିର୍ଜଳା ଏକାଦଶୀ । ଗାଈକୁ ଚୁପଚାପ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଛୋଟ ଜିନିଷ । ଦୂର ହୋଇଯିବ ଦାରିଦ୍ର୍ୟତା ।

ସେୟାର୍ କରନ୍ତୁ

ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ କରିବା ପାଇଁ ଏକାଦଶୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ପ୍ରତ୍ୟେକ ଏକାଦଶୀର ବିଶେଷ ମହତ୍ତ୍ୱ ରହିଥାଏ ଯେଉଁଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ବ୍ୟକ୍ତିର ସବୁ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ଗାଈର ସେବା ନିସ୍ୱାର୍ଥପର ଭାବରେ କଲେ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

ଯେଉଁ ଘରେ ଗାଈର ସେବା ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ମାତ୍ର ଯେଉଁ ଘରେ ଗାଈର ସେବା ହୋଇ ନଥାଏ ସେହିଘରେ ସବୁବେଳେ ବାଧା ବିଘ୍ନ ଆସିଥାଏ । ସହରରେ ରହୁଥିବା ଲୋକ ଗାଈର ସେବା କରି ନପାରିଲେ ବି ପ୍ରତ୍ୟେକ ଦିନ ରୋଟି ନିଶ୍ଚୟ ଖୁଆଇଥାନ୍ତି ।

ଏମିତିରେ ଗାଈକୁ ପ୍ରତ୍ୟେକ ଦିନ ଘରର ପ୍ରଥମ ରୋଟି , ଗୁରୁ ଗ୍ରହ ଦୁର୍ବଳ ଥିଲେ ରୋଟିରେ ଏକ ଚିମୁଟା ହଳଦୀ , ମାନସିକ ଚିନ୍ତା ଥିଲେ ରୋଟିରେ ଗୁଡ଼ ମିଶାଇ ଖାଇବାକୁ ଦେବା ଉଚିତ । ମାତ୍ର କିଛି ଜିନିଷ ଯଥା ବାସୀ ରୋଟି , ପଚାସଢ଼ା ଖାଦ୍ୟ ଏବଂ ବଳକା ଖାଦ୍ୟ ଗାଈକୁ ଖାଇବାକୁ ଦିଅନ୍ତୁ ନାହିଁ ନଚେତ ଏହାଦ୍ବାରା ଗୋମତାଙ୍କ ଅପମାନ ହୋଇଥାଏ ।

ଏହାବ୍ୟତୀତ ଅଶ୍ୱତ୍ଥ ପତ୍ର ଖାଇବାକୁ ଦେଉଥିଲେ ନିଜେ ଗଛରୁ ଛିଡ଼ାଇ ଦିଅନ୍ତୁ ନାହିଁ ଏବଂ ଗାଈକୁ କ୍ଷୀର ମଧ୍ୟ ଖାଇବାକୁ ଦିଅନ୍ତୁ ନାହିଁ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ । ଗାଈର କୌଣସି ଅଶୁଭ ନଥାଏ ତେଣୁ ଯେଉଁ ଭୂଭାଗରେ ଘର ବନାଇବାର ଥିବ ସେଠାରେ ପନ୍ଦର ଦିନ ପାଇଁ ଗାଈ ବାଛୁରୀ ବାନ୍ଧି ଦିଅନ୍ତୁ , ଯାହାଦ୍ୱାରା ସେହି ସ୍ଥାନ ପବିତ୍ର ହୋଇଯିବ ଏବଂ ସେହି ସ୍ଥାନରୁ ସବୁ ଆସୁରିକ ଶକ୍ତିର ନାଶ ହୋଇଯିବ ।

ଗାଈ ରାସ୍ତା ଅଟକାଇଲେ , ଗାଈ ଏବଂ ବାଛୁରୀର ଏକା ସାଥିରେ ଦର୍ଶନ , ଗାଈ ଲାଞ୍ଚ ମାରିଲେ ଏହା ଶୁଭ ହୋଇଥାଏ । ଗାଈ ଠାରୁ ମିଳୁଥିବା ପଞ୍ଚଗବ୍ୟ ସବୁ ରୋଗର ନିବାରକ ଅଟେ ଏବଂ ତାହା ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ । ଗାଈ ସମ୍ମୁଖକୁ ଗଲେ ସଂକ୍ରମଣ ରୋଗ ଭଲ ହୋଇଯାଏ ।

ଗାଈକୁ ଘରେ ରଖିବାକୁ ସକ୍ଷମ ନହେଲେବି ପ୍ରତ୍ୟେକ ଦିନ ଗାଈକୁ ଖାଇବାକୁ ନିହାତି ଦେବା ଉଚିତ । ଗାଈ ନଥିଲେ ପ୍ରତ୍ୟେକ ଦିନ ଗାଈ ନାମରେ ପଇସା ରଖି ତାହାକୁ ସମୟ ସମୟରେ କୌଣସି ଗରିବକୁ ଭୋଜନ , ମନ୍ଦିର କିମ୍ବା ଗୋଶାଳାକୁ ଦାନ କରି ପାରିବେ । ଗାଈକୁ ଅଇଁଠା ଖାଇବାକୁ ପଡ଼ିଥାଏ ତାହାର କାରଣ ହେଉଛି ରାମାୟଣ ଯୁଗରେ ମାତା ସିତାଙ୍କ ଠାରୁ ମିଳିଥିବା ଅଭିଶାପ ।

ନିଜ ପୂଜ୍ୟ ପିତାଙ୍କ ପିଣ୍ଡ ଦାନ ନିମନ୍ତେ ମାତା ସୀତା , ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଗୟା ଯାଇଥିଲେ । ମାତ୍ର ପିଣ୍ଡ ଦାନ ନିମନ୍ତେ ସବୁ ଜିନିଷ ନଥିବାରୁ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଜିନିଷ ଆଣିବାକୁ ଗଲେ । ମାତ୍ର ଏପଟେ ସମୟ ହେବାରୁ ଦଶରଥଙ୍କ ଆତ୍ମା ପିଣ୍ଡ ଦାନ ମାଗିବାରୁ ମାତା ସୀତା ବାଲୁକା ସ୍ତୁପ ବନାଇ ବଟ ବୃକ୍ଷ , କେତକୀ ଫୁଲ , ଫାଲ୍ଗୁ ନଦୀ ଏବଂ ଗୋମତାଙ୍କୁ ସାକ୍ଷୀ କରି ପିଣ୍ଡ ଦାନ କଲେ । ରାମଚନ୍ଦ୍ର ଆସି ଯେତେବେଳେ ମାତା ସୀତାଙ୍କୁ ପଚାରନ୍ତି ମାତା ସୀତା ପିଣ୍ଡ ଦାନ କରିବା କରିଥିଲେ ।

କିନ୍ତୁ ରାମଚନ୍ଦ୍ର ଯେତେବେଳେ ପ୍ରମାଣ ମାଗିଲେ ସେତେବେଳେ ମାତା ସୀତା ସାକ୍ଷୀ ରଖିଥିବା ବଟ ବୃକ୍ଷ , କେତକୀ ଫୁଲ , ଫାଲ୍ଗୁ ନଦୀ ଏବଂ ଗୋମତାଙ୍କୁ ପଚାରିଲେ । କିନ୍ତୁ ବଟ ବୃକ୍ଷକୁ ଛାଡ଼ି ସମସ୍ତେ ମିଛ କହିଥିଲେ । ସେହିଦିନ ଠାରୁ ମାତା ସୀତାଙ୍କ ଅଭିଶାପ ଅନୁଯାୟୀ ଗୋମାତା ପୂଜ୍ୟ ହୋଇବି ସୁଦ୍ଧା ଅଇଁଠା ଖାଆନ୍ତି । ମାତ୍ର ଯଦି ଆପଣ ପ୍ରତ୍ୟେକ ଦିନ ଘରର ପ୍ରଥମ ରୋଟି ଗାଈକୁ ଦିଅନ୍ତି ତେବେ ଜୀବନର ସବୁ ଦୁଃଖ କଷ୍ଟ ଦୂର ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *