Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରବାର ଦିନ ରାତିରେ ଦୁଇଟି ଅଳେଇଚ ଜଳାଇ ଦିଅନ୍ତୁ ଏହି ସ୍ଥାନରେ । ରାତାରାତି ରୋଡ଼ପତିରୁ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଶୁକ୍ରବାର ଦିନ କିଛି ବିଶେଷ ପ୍ରୟୋଗ ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଏହାଦ୍ବାରା ଜୀବନରେ ସବୁ ସମସ୍ୟା ମଧ୍ୟ ଦୂର ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ସହଜ ନୁହେଁ । କିନ୍ତୁ ଲଗାତାର ତିନି ବର୍ଷ ପର୍ଯ୍ୟନ୍ତ ଯଦି କନକଧାରା ସ୍ତୋତ୍ର ପାଠ କରାଯାଏ ତେବେ ଧନ ପ୍ରାପ୍ତି ହୋଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ମାତ୍ର ଆଃ ଆକସ୍ମିକ ଭାବରେ ପ୍ରାପ୍ତ ହୁଏନାହିଁ ଏବଂ ଧୀରେ ଧୀରେ ସବୁକିଛି ମିଳିଥାଏ । ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ଅତର ଏବଂ ଗୋଲାପ ନିଶ୍ଚୟ ଅର୍ପିତ କରିବା ଉଚିତ ଏବଂ ସେଥିରୁ ନିଜ ହାତରେ ମଧ୍ୟ ଲଗାଇ ଦେବା ଉଚିତ । ଏହାଦ୍ବାରା ଧନ ଜନିତ ସମସ୍ୟା ଦୂର ହୋଇଥାଏ ।

ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ଧଳା ମିଠା ନିଶ୍ଚୟ ଭୋଗ ଲଗାଇବା ଉଚିତ ଏବଂ ପରିବାର ସଦସ୍ୟଙ୍କ ସହିତ ମିଶି ପ୍ରସାଦ ଆକାରରେ ସେବନ ମଧ୍ୟ କରିବା ଉଚିତ । ଭୋଗ ଲଗାଇବା ସମୟରେ ତୁଳସୀ ପତ୍ର ଆଦୋୖ ଅର୍ପିତ କରନ୍ତୁ ନାହିଁ । ଶୁକ୍ରବାର ଦିନ ସ୍ୱାମୀ ସ୍ତ୍ରୀ ଝଗଡ଼ା ମଧ୍ୟ କରିବା ଉଚିତ ନୁହେଁ । ନଚେତ ଝଗଡ଼ାର ସମାଧାନ ହେବ ନାହିଁ ।

ଧନ ପ୍ରାପ୍ତି ନିମିତ୍ତ ଶୁକ୍ରବାର ଦିନ ରାତିରେ ଏକ ଛୋଟ ନାଲି କପଡ଼ା ନେଇ ସେଥିରେ ଗୋଟିଏ ଲବଙ୍ଗ ରଖି ତାହାକୁ ମାତା ଲକ୍ଷ୍ମୀଙ୍କ ଚରଣରେ ରଖି ପରେ ତାହାକୁ ବାନ୍ଧି ଯତ୍ନର ସହିତ ଧନ ରଖାଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ହୋଇ ନଥାଏ । ଯଦି ଆପଣ ଶୁକ୍ରବାର ଦିନ ଗୋଲାପ ପାଖୁଡ଼ା ଉପରେ ଦୁଇଟି ଲବଙ୍ଗ ରଖି ମାତାଙ୍କୁ ଅର୍ପିତ କରି ଆଗାମୀ ସମୟରେ ଲବଙ୍ଗକୁ ପ୍ରସାଦ ଆକାରରେ ଗ୍ରହଣ କଲେ ଭାଗ୍ୟ ମଜବୁତ ହୋଇଥାଏ ।

ମାତା ଲକ୍ଷ୍ମୀଙ୍କୁ ଲକ୍ଷ୍ମୀଙ୍କୁ ଗୋଟା ଚାଉଳ ଅତ୍ୟନ୍ତ ପସନ୍ଦ ଥାଏ ତେଣୁ ଆପଣ ଚାଉଳ ଅର୍ପଣ କଲେ ଭାଗ୍ୟ ମଜବୁତ ହୋଇଥାଏ । ଘରର ମହିଳା ଘରର ଲକ୍ଷ୍ମୀ ହୋଇଥାନ୍ତି । ତେଣୁ ସର୍ବଦା ଘରର ଲକ୍ଷ୍ମୀଙ୍କ ସମ୍ମାନ କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଯେଉଁ ଘରେ ମହିଳାଙ୍କୁ ସମ୍ମାନ କରାଯାଏ ନାହିଁ ସେହି ଘରକୁ ମାତା ଲକ୍ଷ୍ମୀ ତ୍ୟାଗ ଦିଅନ୍ତି ।

ଶୁକ୍ରବାର ଦିନ କୌଣସି କାର୍ଯ୍ୟ ନିମନ୍ତେ ବାହାରକୁ ଗଲେ ଦହି ଖାଇ ଯିବା ଉଚିତ ଯାହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଥିଲେ ଧଳା ମିଠା ଖୁଆନ୍ତୁ । ଶୁକ୍ରବାର ଦିନ ଶୋଇବା କକ୍ଷରେ ଏକ ପାତ୍ରରେ ଲୁଣ ରଖି ସେଥିରେ କିଛି ଲବଙ୍ଗ ପକାଇ ଦିଅନ୍ତୁ ।

ଏହାଦ୍ବାରା ଘରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଯିବ । ଶୁକ୍ରବାର ଦିନ ଅଶ୍ୱତ୍ଥ ବୃକ୍ଷକୁ ପୂଜା କଲେ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏକ ଲୋଟା ଜଳରେ କଳା ତିଳ , କିଛି ବୁନ୍ଦା କ୍ଷୀର ଏବଂ ମିଠା ବସ୍ତୁ ଦେଇ ଅଶ୍ୱତ୍ଥ ବୃକ୍ଷରେ ଅର୍ପିତ କଲେ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ ମାତା ଲକ୍ଷ୍ମୀଙ୍କ ଆଠଟି ସ୍ୱରୂପ ରହିଛି ଏବଂ ଆଠଟି ସ୍ୱରୂପକୁ ପ୍ରସନ୍ନ କରିବା ଜରୁରୀ ଅଟେ । ଏହାଦ୍ବାରା ଜୀବନ ସଫଳ ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନତା ଅଧିକ ପସନ୍ଦ ଅଟେ ତେଣୁ ସର୍ବଦା ସ୍ୱଚ୍ଛ ବସ୍ତ୍ର ଧାରଣ କରିବା ସହିତ ପରିଷ୍କାର ରୁହନ୍ତୁ । ଏହାଦ୍ବାରା ଶୁକ୍ର ମଜବୁତ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଆକର୍ଷିତ ହୋଇଥାନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *