Excuse Me Odisha

ଯାହା କହିବୁ ସତ କହିବୁ

ପଣା ସଂକ୍ରାନ୍ତି ଠାରୁ ସୁନା ଭଳି ଚମକିବ ଏହି ଛଅ ଗୋଟି ରାଶିର ଭାଗ୍ୟ। ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ନାହିଁ ତ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନଙ୍କୁ ଆସୁଥିବା ପଣା ସଙ୍କ୍ରାନ୍ତି ବା ମହାବିଷୁବ ପଣା ସଙ୍କ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା। କହିବାକୁ ଗଲେ ପଣା ସଙ୍କ୍ରାନ୍ତି ଦିନ ଓଡ଼ିଶାରେ ନୂଆବର୍ଷ ପାଳନ କରାଯାଏ ଅର୍ଥର ଓଡ଼ିଆ ନବବର୍ଷ ଭାବରେ ସାରା ଓଡିଶାରେ ପାଳନ କରାଯାଏ। କିନ୍ତୁ ଏହି ପଣା ସଂକ୍ରାନ୍ତି ଦିନ ଗ୍ରହ ମାନଙ୍କର ଶୁଭ ଚଳନ ହେବାକୁ ଯାଉଛି। ଗ୍ରହ ମାନଙ୍କର ଶୁଭ ଚଳନ ଯୋଗୁଁ ଏହାର ପ୍ରଭାବ କିଛି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି

କହିବାକୁ ଗଲେ ପ୍ରତ୍ୟେକ ରାଶିରେ ଗ୍ରହ ଚଳନ ହୋଇଥାଏ। ଏହାର ଶୁଭ ବା ଅଶୁଭ ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ପଡ଼ିଥାଏ। ଗ୍ରହ ମାନଙ୍କର ପ୍ରଭାବ ଯୋଗୁଁ ବ୍ୟକ୍ତିକୁ ଜୀବନରେ ଦୁଃଖ, ସୁଖ ଆଦି ଭୋଗିବାକୁ ପଡ଼ିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ମହାବିଷୁବ ସଂକ୍ରାନ୍ତି ଦିନ କେଉଁ ବିଶେଷ ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପ୍ରଥମେ ହେଉଛି ବୃଷ ରାଶି । ଏହି ରାଶିର ଲୋକଙ୍କ ଭାଗ୍ୟ ମାନବିଶୁବ ସଂକ୍ରାନ୍ତି ଦିନ ଚମକିବାକୁ ଯାଉଛି । ଯାହାଫଳରେ ଏମାନେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀ ମାନଙ୍କ କ୍ୟାରିୟରରେ ଅଗ୍ରଗତି ହେବ। ଅଧିକ ଉପାର୍ଜନ କରିବା ପାଇଁ ନୂତନ ପନ୍ଥା ଅବଲମ୍ବନ କରିବେ। ପରିବାରରେ ସର୍ବଦା ସୁଖଶାନ୍ତି ବିଦ୍ୟମାନ ହେବ।

ଦ୍ଵିତୀୟରେ ହେଉଛି କୁମ୍ଭ ରାଶି। ନବ ବର୍ଷ ଠାରୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି ଏବଂ ଆପଣଙ୍କ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ।ବ୍ୟବସାୟିକ ମାମଲାରେ ଆପଣ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ କରିବା ପାଇଁ ଆପଣ ପ୍ରଭୁ ହନୁମାନଙ୍କ ମନ୍ଦିର ଯାଇ ସିନ୍ଦୂର ଓ ଦୀପ ଦାନ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ଖୁବ୍ ଶୀଘ୍ର ପୂରଣ ହୋଇଯିବ।

ତୃତୀୟରେ ହେଉଛି ତୁଳା ରାଶି। ଏହି ରାଶିର ଲୋକଙ୍କ ପାଇଁ ପଣା ସଙ୍କ୍ରାନ୍ତି ବହୁତ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରଭୁ ହନୁମାନଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ବ୍ୟବସାୟରେ ଆପଣ ଆଶାନୁରୂପ ସଫଳତା ହାସଲ କରିବେ। ସନ୍ତାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବା ପାଇଁ ଆପଣଙ୍କ ପ୍ରୟାସ ସଫଳ ହେବ।

ଚତୁର୍ଥରେ ହେଉଛି କନ୍ୟା ରାଶି। ପଣା ସଂକ୍ରାନ୍ତି ଠାରୁ ଆପଣଙ୍କ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣ ନିଜ ଭବିଷ୍ୟତକୁ ନେଇ ଯାହା ବିଚାର କରିବେ, ତାହା ହିଁ ଘଟିତ ହେବ। ଆପଣଙ୍କୁ ନିଜ ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ପିତାମାତାଙ୍କ ଠାରୁ ଉତ୍ତମ ପରାମର୍ଶ ନିଅନ୍ତୁ। କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ।

ପଞ୍ଚମରେ ହେଉଛି ମିଥୁନ ରାଶି। ଆସନ୍ତା ନବବର୍ଷ ଠାରୁ ଆପଣଙ୍କ ଭାଗ୍ୟ ଅଚାନକ ଚମକିବାକୁ ଯାଉଛି। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଈଶ୍ବରଙ୍କ କୃପାରୁ ଶୋନଙ୍କର ପରିବାରରେ ସୁଖଶାନ୍ତି ବଜାୟ ରହିବ। ଆପଣଙ୍କର ସମସ୍ତ ଅଭିଳାଷା ପୂର୍ଣ୍ଣ ହେବ। ସନ୍ତାନ ନଥିବା ଦମ୍ପତ୍ତି ସନ୍ତାନ ସୁଖ ପ୍ରାପ୍ତ କରିବେ। ରାସ୍ତାରେ ଗାଡ଼ି ଚଳାଇବା ସମୟରେ ଧ୍ୟାନ ରଖନ୍ତୁ।

ଷଷ୍ଠରେ ହେଉଛି ମକର ରାଶି। ଆପଣଙ୍କ ପାଇଁ ଓଡିଆ ନବ ବର୍ଷ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ଅର୍ଜନ କରିବେ। ଘରେ ହୋମ ବା ଯଜ୍ଞ କରନ୍ତୁ, ଏହାଦ୍ବାରା ପରିବାରରେ ଶାନ୍ତି ବିରାଜମାନ କରିବ। ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଆଶାନୁରୂପ ସଫଳତା ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *