Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଲବଙ୍ଗକୁ ନେଇ ମାଳା କରି କରନ୍ତୁ ଏହି ଉପାୟ, ମାଆ ଦୁର୍ଗା ହୋଇଯିବେ ପ୍ରସନ୍ନ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନଙ୍କୁ ନବରାତ୍ରି ଉପଲକ୍ଷେ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ। ମାଆ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଅନେକ ଉପାୟ କରିଥାନ୍ତି। କହିବାକୁ ଗଲେ ବର୍ଷକରେ ଦୁଇ ଥର ନବରାତ୍ରି ପାଳିତ ହୋଇଥାଏ। ଗୋଟେ ହେଉଛି ଚୈତ୍ର ନବରାତ୍ରି ଓ ଦ୍ଵିତୀୟରେ ହେଉଛି ଆଶ୍ୱିନ ମାସର ନବରାତ୍ରି। ଏହି ନବରାତ୍ରିରେ କିଛି ବିଶେଷ ଉପାୟ କରି ଆପଣ ଲାଭବାନ ହୋଇ ପାରିବେ।

ମାନ୍ୟତା ରହିଛି କି, ନବରାତ୍ରିରେ ଲବଙ୍ଗକୁ ନେଇ ଖାସ ଉପାୟ କଲେ ଧନସମ୍ପତ୍ତି, ସୁଖ ସମୃଦ୍ଧି ବଢ଼ିଥାଏ। ଏହାସହିତ ଲବଙ୍ଗକୁ ନେଇ କରିଥିବା ଉପାୟ ଜୀବନରେ ଅନେକ ପ୍ରକାରର ସୁଖ ପ୍ରଦାନ କରିଥାଏ। ଆମେ ଆପଣଙ୍କୁ ଲବଙ୍ଗ ସହିତ ଜଡିତ କିଛି ବିଶେଷ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ଶୁଭ ଫଳ ପ୍ରାପ୍ତ କରି ପାରିବେ। ଆପଣ ସଫା ଓ ତାଜା ଲବଙ୍ଗ ନିଅନ୍ତୁ।

ତାପରେ ଆପଣ ଦେବୀ ଦୁର୍ଗାଙ୍କୁ କର୍ପୂରରେ ଆଳତି କରିବା ସମୟରେ ସେଥିରେ ଦୁଇଟି ଲବଙ୍ଗ ପକାଇ ଦିଅନ୍ତୁ। ଆଳତି କରିବା ପରେ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ଆଳତିକୁ ବୁଲାଇ ଆଣନ୍ତୁ। ଏହି ଉପାୟ କରିବା ଦ୍ଵାରା ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ତ ଅଭିଳାଷା ପୂରଣ ହୋଇଯିବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସୁରୁଖୁରୁରେ ସମାପନ ହେବ। ଏହି ଉପାୟ ଆପଣ ନବରାତ୍ରିରେ ନଅ ଦିନ ପର୍ଯ୍ୟନ୍ତ କରନ୍ତୁ।

ମାଆ ଦୁର୍ଗାଙ୍କ ପାଖରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଏହି ଘିଅର ଦୀପରେ ଦୁଇଟି ଲବଙ୍ଗ ପକାଇ ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ ଏବଂ ଦେବୀ ଦୁର୍ଗାଙ୍କର କୃପା ସର୍ବଦା ଆପଣଙ୍କ ଉପରେ ରହିବ। ଏହି ଉପାୟ ଆପଣ ସକାଳେ ଓ ସନ୍ଧ୍ୟାରେ କରି ପାରିବେ। ଯଦି ଆପଣଙ୍କର ବୈବାହିକ ଜୀବନରେ କୌଣସି ସମସ୍ୟା ସୃଷ୍ଟି ହେଉଛି ବା ଅନେକ ସମସ୍ୟା ଦେଇ ଗତି କରିବାକୁ ପଡୁଛି, ତାହେଲେ ଗୋଟେ ବିଶେଷ ଉପାୟ କରନ୍ତୁ।

ଉପାୟ ହେଉଛି ଗୋଟେ ସବୁଜ ଓ ତାଜା ପାନ ପତ୍ର ନିଅନ୍ତୁ। ଏଥିରେ ଦୁଇ ଗୋଟି ଲବଙ୍ଗ ରଖି ଦେବୀ ଦୁର୍ଗାଙ୍କ ଚରଣରେ ଅର୍ପଣ କରି ଦିଅନ୍ତୁ। ଅର୍ପଣ କରିବା ସମୟରେ ଆପଣ ନିଜ ଜୀବନର ସମସ୍ୟା ଓ ଅଭିଳାଷା ବ୍ୟକ୍ତ କରନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ବୈବାହିକ ଜୀବନରେ ସମ୍ପର୍କ ସୁଦୃଢ଼ ରହିବ। ଯଦି କୌଣସି ଅବିବାହିତ ବ୍ୟକ୍ତିଙ୍କର ବିବାହରେ ବାଧା ବିଘ୍ନ ସୃଷ୍ଟି ହେଉଛି, ତାହେଲେ ଏହି ଉପାୟ କରନ୍ତୁ।

ଆପଣ ନିଜ ବୟସ ଅନୁସାରେ ଲବଙ୍ଗ ନିଅନ୍ତୁ, ତାପରେ ଏହାକୁ ଗୋଟେ ରକ୍ଷା ସୂତ୍ରରେ ବାନ୍ଧି ମାଳା ପ୍ରସ୍ତୁତ କରନ୍ତୁ। ଯଦି ଆପଣ ପୁରୁଷ ତାହେଲେ ଏହି ଲବଙ୍ଗ ମାଳାକୁ ମାଆ ଦୁର୍ଗାଙ୍କର ଚରଣରେ ରଖି ଦୁର୍ଗା ମନ୍ତ୍ର ଜପ କରନ୍ତୁ। ଯଦି ଆପଣ ମହିଳା, ତାହେଲେ ଏହି ଲବଙ୍ଗ ମାଳାକୁ ମାଆ ଦୁର୍ଗାଙ୍କର ଗଳାରେ ପିନ୍ଧାଇ ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଖୁବ୍ ଶୀଘ୍ର ଆସିବ ଏବଂ ସବୁ ବାଧାବିଘ୍ନ ଦୂର ହୋଇଯିବ। ନବରାତ୍ରିରେ କୌଣସି ଦିନ ଆପଣ ଗୋଟେ ଲାଲ କପଡ଼ାରେ କିଛି ଲବଙ୍ଗ ରଖି ଅର୍ପଣ କରନ୍ତୁ, ତାପରେ ନବରାତ୍ରି ସରିବା ପରେ ଏହାକୁ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଖୁବ୍ ଶୀଘ୍ର ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *