Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ସୋମବାର : ଆଜି ଏହି ତିନୋଟି ଭୁଲ କଦାପି କରନ୍ତୁ ନାହିଁ। ନଚେତ ଭଗବାନ ଶିବଙ୍କର କୋପ ଦୃଷ୍ଟି ପଡ଼ିବ ଏବଂ ଆପଣଙ୍କର ସମ୍ପୂର୍ଣ୍ଣ ପରିବାର ହୋଇଯିବ ନଷ୍ଟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସପ୍ତାହର ସାତ ଦିନ ପ୍ରତ୍ୟେକ ଦେବୀ ଓ ଦେବତା ଏବଂ ଗ୍ରହ ମାନଙ୍କୁ ସମର୍ପିତ କରାଯାଇଛି। ଯଦି ଆମେ ପ୍ରତ୍ୟେକ ବାର ଗୁଡିକରେ କିଛି ଖାସ ଉପାୟ କରିବା, ତାହେଲେ ଏହାର ଶୁଭ ପ୍ରଭାବ ଆମ ଜୀବନ ଉପରେ ପଡ଼ିବ। କିନ୍ତୁ ଆଜି ଅନେ ଆପଣଙ୍କୁ ସୋମବାର ଦିନ ବିଷୟରେ କହିବାକୁ ଯାଉଛୁ। ଏହିଦିନ କେଉଁ ବ୍ରତ ଉପବାସ ଆଦି ରଖିବା ଉଚିତ, କେଉଁ ଭୋଜନ କରିବା ଉଚିତ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସୋମବାର ଦିନ ଭଗଣ ଶିବଙ୍କୁ ସମର୍ପିତ ଅଟେ। ସୋମବାର ଦିନର ଅଧିପତି ଚନ୍ଦ୍ର ମଧ୍ୟ ଅଟନ୍ତି। ସୋମବାର ଦିନ ବ୍ରତ ଉପବାସ କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତେଣୁ ଏହିଦିନ ଭଗବାନ ଶିବଙ୍କର ଭକ୍ତ ନିଜର ଅଭିଳାଷା ପୂର୍ଣ୍ଣ କରିବା ପାଇଁ ତଥା ପରିବାରର ସୁଖଶାନ୍ତି ପାଇଁ ବ୍ରତ ରଖି ପାରିବେ। କହିବାକୁ ଗଲେ ସୋମବାର ଦିନର ବ୍ରତ ବିଶେଷ କରି ଅବିବାହିତ କନ୍ୟା ମାନେ ଉତ୍ତମ ବର ପ୍ରାପ୍ତି ପାଇଁ ରଖି ଥାନ୍ତି।

ସୋମବାର ଦିନ ଭଗବାନ ଶିବଙ୍କର ମନ୍ଦିର ଯାଇ ବେଲପତ୍ର, କ୍ଷୀର, ଜଳ, ଅରଖ ଫୁଲ ଆଦି ଅର୍ପଣ କରିବା ଉଚିତ। ଏହା ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଜିନିଷ ଅଟେ। ସୋମବାର ଦିନ ରାତିରେ ଚନ୍ଦ୍ରଙ୍କ ଅର୍ଘ୍ୟ ଦେବା ନିହାତି ଆବଶ୍ୟକ ଅଟେ ।ଏହାଦ୍ବାରା ଜୀବନରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ସୋମବାର ଦିନ ଭଗବାନ ଶିବଙ୍କୁ ଧଳା ରଙ୍ଗର ବସ୍ତୁ ଅର୍ପଣ କରିବା ଉଚିତ, ଯେପରି କ୍ଷୀର, ଦହି ଇତ୍ୟାଦି।

ସୋମବାର ଦିନ ଆପଣ ଘରୁ କୌଣସି କାର୍ଯ୍ୟ ମାମଲାରେ ବାହାରକୁ ଯିବା ସମୟରେ ଆଇନାରେ ନିଜ ମୁହଁ ଦେଖି ନିଅନ୍ତୁ। ଏହାଦ୍ବାରା ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆଉକିଛି ଏଭଳି କାର୍ଯ୍ୟ ଯାହା ଆପଣଙ୍କୁ ସୋମବାର ଦିନ କରିବା ଉଚିତ ନୁହେଁ। ସୋମବାର ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ନୁହେଁ। ସୋମବାର ଦିନ ବିବାହିତ ଦମ୍ପତ୍ତି କଦାପି ସମ୍ଭୋଗ କରିବା ଉଚିତ ନୁହେଁ। ଏହିଦିନ କେବେବି ମାଂସ, ମଦିରା ଆଦିର ସେବନ କରିବା ଉଚିତ ନୁହେଁ।

ଭଗବାନ ଶିବ ପଶୁ ପ୍ରେମୀ ଅଟନ୍ତି। ସୋମବାର ଦିନ ଘରକୁ ଆସୁଥିବା ଗାଈ, କୁକୁର ଆଦିଙ୍କୁ ଖାଇବାକୁ ଦିଅନ୍ତୁ। ଏହାସହିତ ପକ୍ଷୀ ମାନଙ୍କୁ ମଧ୍ୟ ଦାନା ଦିଅନ୍ତୁ। ଏହିଦିନ କୌଣସି ପଶୁପକ୍ଷୀଙ୍କୁ ହଇରାଣ କରନ୍ତୁ ନାହିଁ। ନଚେତ ଭଗବାନ ଶିବ ରୁଷ୍ଟ ହୋଇଥାନ୍ତି। ଯଦି ଆପଣଙ୍କ ଜୀବନରେ ଅନେକ ସମସ୍ୟା ଲାଗି ରହୁଛି ଏବଂ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡୁଛି, ତାହେଲେ ପ୍ରତ୍ୟେକଦିନ ଘରକୁ ଆସୁଥିବା ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ। ଆପଣ ଗାଈକୁ ରୁଟିରେ ଅଳ୍ପ ହଳଦୀ ଲଗାଇ ଖାଇବାକୁ ଦେଇ ପାରିବେ, ଏହାଦ୍ବାରା ଆପଣଙ୍କ ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *