Excuse Me Odisha

ଯାହା କହିବୁ ସତ କହିବୁ

ଚୈତ୍ର ନବରାତ୍ରି ଆସିବା ପୂର୍ବରୁ ଘରୁ ହଟାଇ ଦିଅନ୍ତୁ ଏହି ଖାସ ଜିନିଷ, ନଚେତ ଦେବୀ ଲକ୍ଷ୍ମୀ ହୋଇଯିବେ କ୍ରୋଧିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରିର ମହା ପର୍ବ ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଆପଣଙ୍କୁ କହି ରଖୁଛୁ ଏହି ବର୍ଷ ଚୈତ୍ର ମାସରେ ଦେବୀ ଦୁର୍ଗା ନୌକାରେ ସବାରୀ ହୋଇ ପୃଥିବୀ ପୃଷ୍ଠକୁ ଆଗମନ କରିବେ। ଏଥର ଚୈତ୍ର ମାସର ନବରାତ୍ରି ମାର୍ଚ୍ଚ ୨୨ ତାରିଖ ବୁଧବାର ଦିନ ଠାରୁ ଆରମ୍ଭ ହୋଇ ଏହାର ସମାପନ ମାର୍ଚ୍ଚ ୩୦ ଗୁରୁବାର ଦିନ ହେବ। ନବରାତ୍ରିରେ କଳସ ସ୍ଥାପନା ହେବାର ଶୁଭ ମୂହୁର୍ତ୍ତ ୨୨ ମାର୍ଚ୍ଚ ସକାଳ ୬:୨୯ ମିନିଟରୁ ଆରମ୍ଭ ହୋଇ ୭:୩୯ ମିନିଟ ପର୍ଯ୍ୟନ୍ତ ରହିବ।

ସଠିକ ମୁହୂର୍ତ୍ତରେ ପୂଜାର୍ଚ୍ଚନା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ନବରାତ୍ରି ଆସିବା ପୂର୍ବରୁ ଯେଉଁ ବ୍ୟକ୍ତି ଏହି ଜିନିଷ ଗୁଡ଼ିକୁ ଘରୁ ହଟାଇ ଦେଇଥାନ୍ତି, ତାଙ୍କ ଘରକୁ ଦେବୀ ଦୁର୍ଗାଙ୍କର ଆଗମନ ହୋଇଥାଏ। ଆଜି ଆମେ କିଛି ଏଭଳି ଭୁଲ ବିଷୟରେ ଜାଣିବା, ଯାହାଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଥାଆନ୍ତି। ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଘରର ମନ୍ଦିରକୁ ଭଲଭାବରେ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଠାକୁର ଘରେ ଯଦି କୌଣସି ମୂର୍ତ୍ତି ଭାଙ୍ଗି ଯାଇଛି, ତାହେଲେ ସେହି ମୂର୍ତ୍ତିକୁ କୌଣସି ପୋଖରୀ ବା ନଦୀରେ ଭସାଇ ଦିଅନ୍ତୁ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ସକାରାତ୍ମକ ଉର୍ଜାର ସଞ୍ଚାର କରିବା ଅନେକ ମହତ୍ତ୍ୱପୂର୍ଣ୍ଣ କଥା କୁହାଯାଇଛି। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି ଘରର ପ୍ରତ୍ୟେକ ବସ୍ତୁ ମଧ୍ୟରେ ନକାରାତ୍ମକ ଓ ସକରାତ୍ମକ ଗୁଣ ରହିଥାଏ। ଯାହାଦ୍ଵାରା ଏହି ଜିନିଷ ଗୁଡ଼ିକୁ ସଠିକ ସ୍ଥାନରେ ନ ରଖିବା ଦ୍ଵାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ। ଏହାର ଖରାପ ପ୍ରଭାବ ଘରର ଆର୍ଥିକ ପରିସ୍ଥିତି ଉପରେ ପଡ଼ିଥାଏ। ଏହାସହିତ ଘରେ କ୍ଳେଶ କଳହ ବଢ଼ି ଯାଇଥାଏ।

ଏହି ଜିନିଷ ଗୁଡ଼ିକୁ ସଠିକ ସ୍ଥାନରେ ରଖିବା ଦ୍ଵାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଘରର ମୁଖ୍ୟ ଦୁଆର ସୁଖ ସମୃଦ୍ଧି ବୈଭବ ଆଦି ପ୍ରବେଶ କରିବାର ଦୁଆର ଅଟେ। ସେଥିପାଇଁ ବାସ୍ତୁ ଶାସ୍ତ୍ରରେ ଘରର ମୁଖ୍ୟ ଦୁଆରକୁ ଅଧିକ ମହତ୍ତ୍ଵ ଦିଆଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିନିଷ ଘରର ମୁଖ୍ୟ ଦୁଆର ମୁହଁରେ ରଖିବା ଉଚିତ ନୁହେଁ,ଯାହାଦ୍ଵାରା ଘରର ଅନିଷ୍ଟ ହୋଇଥାଏ। ଘର ସାମନାରେ କେବେବି ଅପରିଷ୍କାର ପାଣି ଜମା ହୋଇ ରହିବା ଉଚିତ ନୁହେଁ।

ଏହା ପରିବାର ଉପରକୁ ବିପଦ ମାଡି ଆସିବାର ସହାୟକ ହୋଇଥାଏ। ଏହାସହିତ ରୋଗ ମଧ୍ୟ ବ୍ୟାପି ଥାଏ। ଘରର ମୁଖ୍ୟ ଦୁଆର ସାମ୍ନାରେ କେବେବି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ, ଏହା ଘର ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ। କଣ୍ଟା ଜାତୀୟ ହଚ ଘର ଆଗରେ ରହିଲେ, ପରିବାର ଲୋକଙ୍କ ମଧ୍ୟରେ ବାରମ୍ବାର ବିବାଦ ଓ କଳହ ଲାଗି ରହିଥାଏ। ଘରର ଆଖପାଖରେ କେବେବି ଅଳିଆ ଆବର୍ଜନା ପକାଇବା ଉଚିତ ନୁହେଁ। ନଚେତ ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ଘରର ମୁଖ୍ୟ ଦୁଆର ମୁହଁ ସାମ୍ନାରେ କେବେବି ସିଡି ବନେଇବା ଉଚିତ ନୁହେଁ। ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଘରର ଦୁଆର ମୁହଁ ସାମ୍ନାରେ ଆମ୍ବପତ୍ର ଓ ଫୁଲ ଦେଇ ସଜାଇ ଦିଅନ୍ତୁ। ଏହାସହିତ ପ୍ରତ୍ୟେକଦିନ ସକାଳୁ ଓ ସନ୍ଧ୍ୟା ସମୟରେ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ଝୁଣା ବୁଲାଇ ଆଣନ୍ତୁ, ବିଶେଷ କରି ମୁଖ୍ୟ ଦୁଆର ମୁହଁରେ ଝୁଣା ବୁଲାଇ ଆଣନ୍ତୁ।ଦେଖିବେ ଏଭଳି କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କର ବିଶେଷ କ୍କୃପା ପରିବାର ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *