Excuse Me Odisha

ଯାହା କହିବୁ ସତ କହିବୁ

ନୀଳକଣ୍ଠର ଏହି ୮ଟି କଥା ଜାଣି ନିଅନ୍ତୁ,ଏକ ଗରିବ ଭାଇ ଓ ଧନୀ ଭଉଣୀର କାହାଣୀ……

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଏକ କାହାଣୀ କହିବାକୁ ଯାଉଛୁ, ଯାହା ଜୀବନରେ ବଡ଼ ଶିକ୍ଷା ଦେଇଥାଏ। ଏହି କାହାଣୀଟି ଶୁଣି ଆପଣ ଜାଣି ପାରିବେ କି ଭାଇ ଓ ଭଉଣୀର ସମ୍ପର୍କ କିପରି ହେବା ଉଚିତ। ଏହି କାହାଣୀରୁ ଆପଣ ଜାଣିବେ ଦାରିଦ୍ର୍ୟତା ବହୁତ ବଡ଼ ଶତ୍ରୁ ହୋଇଥାଏ। ଜାଣତରେ ହେଉ ଅବା ଅଜାଣତରେ ଏଭଳି କେଉଁ ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ଆମକୁ ଦାରିଦ୍ର୍ୟତାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଆସନ୍ତୁ ଏକ କାହାଣୀ ମାଧ୍ୟମରେ ଜାଣିବା।

ଗୋଟେ ଜଙ୍ଗଲରେ ଶୀତ ଋତୁର ରାତ୍ରି ସମୟରେ ପକ୍ଷୀ ନୀଳକଣ୍ଠ ଓ ତାର ପତ୍ନୀ ଗଛ ଡାଳରେ ବସିଥିଲେ। ତାର ପତ୍ନୀ କହିଲା ହେ ନାଥ ଗୋଟେ କାହାଣୀ କୁହନ୍ତୁ, ମୁଁ ଶୁଣିବି। ଯାହାଫଳରେ ରାତି ଏମିତି ପାହି ଯିବ। ତାପରେ ନୀଳକଣ୍ଠ ତାର ପତ୍ନୀର କହିବା ଅନୁଯାୟୀ ଜଣେ ଗରିବ ଭାଇ ଓ ଧନୀକ ଭଉଣୀର କାହାଣୀ କହିବାକୁ ଯାଉଛି, ଧ୍ୟାନ ଦେଇ ଶୁଣିବ। ଗୋଟେ ନଗରରେ ଜଣେ ଚାଷୀ ବାସ କରୁଥିଲେ। ତାଙ୍କର ଦୁଇଟି ସନ୍ତାନ ଥିଲା। ଜଣେ ପୁତ୍ର ଓ ଆଉ ଜଣେ ପୁତ୍ରି। ଚାଷୀ ପୁତ୍ରର ନାମ ରାମୁ ଓ ପୁତ୍ରୀର ନାମ କିଶୋରୀ ରଖିଲେ।

ସମୟ କ୍ରମେ ଦୁଇ ଜଣ ବଡ଼ ହେଲେ। କିଶୋରୀ ଦେଖିବାକୁ ସୁନ୍ଦରୀ ଥିଲା। ଚାଷୀ କିଶୋରୀର ବିବାହ ଗୋଟେ ବଡ଼ ଜମିଦାର ଘରେ କଲେ ଏବଂ ପୁତ୍ରର ବିବାହ କୌଣସି ଗୋଟେ ଗରିବ ପରିବାରର ଝିଅ ସହିତ କଲେ। କିଛିଦିନ ପରେ ଚାଷୀ ସ୍ୱର୍ଗବାସୀ ହୋଇଗଲେ। ରାମୁ ଚାଷ କାର୍ଯ୍ୟ କରି ପରିବାର ପୋଷଣ କରେ। କିଶୋରୀ ଧନୀ ଘରେ ବିବାହ କରିଥିବାରୁ ସେ ନିଜ ଭାଇକୁ ଘୃଣା କରିବାକୁ ଲାଗିଲା।

କିଶୋରୀର ଦେଢ଼ସୁରଙ୍କ ଝିଅର ବିବାହ ନିମନ୍ତେ ରାମୁ ପାଖକୁ ନିମନ୍ତ୍ରଣ ଆସିଲା। ତେଣୁ ରାହୁ ଅର୍ଥ ଋଣ କରି ନିଜ ଭଉଣୀ ପାଇଁ ଦାମୀ ଶାଢ଼ୀ ସବୁ କିଣିଲା। ତାପରେ ସେ କିଶୋରୀର ଶ୍ଵଶୁର ଘରକୁ ଗଲା ଏବଂ ସେ ଦରିଦ୍ର ଥିବାରୁ ଚିରା ପୋଷାକ ପିନ୍ଧି ଯାଇଥିଲା। ସେଠାରେ କିଶୋରୀ ତାକୁ ଚିରା ଫଟା ପୋଷାକ ପିନ୍ଧି ଥିବାରୁ ସମସ୍ତଙ୍କ ସାମ୍ନାରେ ଅପମାନିତ କଲା। ଏହା ଶୁଣି ସେ କାନ୍ଦି କାନ୍ଦି ଭୋକ ଶୋଷରେ ଘରକୁ ଫେରିଲା। ଆସିବା ମାର୍ଗରେ ସେ ମୁଣ୍ଡ ବୁଲାଇ ତଳେ ପଡ଼ିଗଲା।

ଏହିସମୟରେ ଜଣେ ବୁଢୀ ମା ରାମୁକୁ ଉଠାଇ ପାଣି ପିଇବାକୁ ଦେଲେ। ଏହି ବୁଢୀ ମାଆ ଆଉ କେହି ନୁହନ୍ତି, ସ୍ଵୟଂ ଦେବୀ ଦୁର୍ଗା। କାରଣ ରାମୁର ପତ୍ନୀ ଦେବୀ ଦୁର୍ଗାଙ୍କର ଭକ୍ତ ଅଟନ୍ତି। ବୁଢ଼ୀ ମାଆ ରାମୁକୁ ସବୁକଥା ପଚାରିଲେ ଓ ସବୁ କଥା ଶୁଣିଲେ। ତାପରେ ବୁଦ୍ଧି ମାଆ ରାମୁକୁ କହିଲେ, ତୁମେ ମୋ ବଗିଚାରୁ କିଛି ତରଭୁଜ ଓ ଅମୃତଭଣ୍ଡା ନେଇ ଘରକୁ ଯାଅ। ତୁମ ସ୍ତ୍ରୀ ଓ ପିଲା ମାନେ ପଚାରିଲେ କହିବ ଏହା ତୁମ ଭଉଣୀ ଘରୁ ଆସିଛି।

ରାହୁ ଏଗୁଡ଼ିକୁ ନେଇ ଘରକୁ ଗଲା। ଏହିସବୁ ଜିନିଷରେ ହୀରା ମୋତି, ମାଣିକ୍ୟ ରହିଥିଲା। ଏହା ଦେଖି ରାମୁ ସେହି ବୁଢ଼ୀ ମା ସ୍ଵୟଂ ଦେବୀ ଦୁର୍ଗା ବୋଲି ବୁଝି ଗଲା। ତାପରେ ରାମୁ ରାଜା ମହାରାଜାଙ୍କ ଭଳି ବାସ କଲା। ସେତେବେଳେ ରାମୁର ଭଉଣୀ ଘୋର ଅଭାବରେ ଦିନ କାଟୁ ଥିଲା। ଏହା ଦେଖି ରାମୁ ତାର ଭଉଣୀକୁ ସାହାଯ୍ୟ କଲା ଏବଂ କିଶୋରୀ ନିଜର ଭୁଲ ବୁଝି ପାରି ରାମୁକୁ କ୍ଷମା ପ୍ରାର୍ଥନା ମାଗିଲା। ଏହି କାହାଣୀରୁ ଏହି ଶିକ୍ଷା ମିଳିଲା କି ପାଖରେ ଧନ ରହିଲେ କେବେବି ଗର୍ବ ଅହଙ୍କାର କରିବା ଉଚିତ ନୁହେଁ, ନଚେତ ଏହି ଅହଙ୍କାର ଆପଣଙ୍କର ସର୍ବସ୍ବ ନେଇ ଦରିଦ୍ର ଆଡ଼କୁ ଆପଣଙ୍କୁ ଠେଲି ଦେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *