Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀରେ କନ୍ୟାଙ୍କୁ ଭୁଲରେ ଖୁଆନ୍ତୁ ନାହିଁ ଏହି ଗୋଟିଏ ଜିନିଷ । ଘରକୁ ଆସିବ ବର୍ବାଦି । ହେବ ଧନ ନଷ୍ଟ ।

ସେୟାର୍ କରନ୍ତୁ

ନବରାତ୍ରୀର ପର୍ବ ନଅ ଦେବୀ ଅର୍ଥାତ ନଅ କନ୍ୟାଙ୍କୁ ସମର୍ପିତ ଅଟେ । ତେଣୁ କନ୍ୟା ପୂଜନ ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । କହିରଖିବୁ ଯେ ଏଥର ମାତା ରାଣୀ ନୌକାରେ ପୃଥିବୀ ପୃଷ୍ଠରେ ଅବତରଣ କରିବେ । ଯାହାଦ୍ୱାରା ଜୀବନରେ ଖୁସି ଆସିବ ।

ଚଳିତ ବର୍ଷ ଚୈତ୍ର ନବରାତ୍ରୀ ଅନେକ ଭଲ ସଂଯୋଗ ନେଇ ଆସୁଛି , ଯାହାକି ମାର୍ଚ୍ଚ ୨୨ ବୁଧବାରରୁ ଆରମ୍ଭ ହୋଇ ଏହାର ସମାପନ ମାର୍ଚ୍ଚ ୩୦ ଗୁରୁବାର ଦିନ ହେବ । ନବରାତ୍ରିର ଅଷ୍ଟମୀ ଦିନ କନ୍ୟା ପୂଜନର ବିଧି ରହିଛି । ତେଣୁ ୨୯ ତାରିଖ ଅଷ୍ଟମୀ ଏବଂ ୩୧ ରେ ଦଶମୀ ତିଥି ରହିଛି । ଶାସ୍ତ୍ରରେ ନଅ ଦିନର ଏବଂ ଦଶ ଦିନର ନବରାତ୍ରୀକୁ ଅତ୍ୟନ୍ତ ଖାସ ଏବଂ ଶୁଭ ମାନା ଯାଇଛି ।

ତେଣୁ ଏହିଦିନ କନ୍ୟା ପୂଜନ କଲେ ଜୀବନର ସବୁ ଦୁଃଖ କଷ୍ଟ ମାତା ହରଣ କରି ନିଅନ୍ତି । କନ୍ୟା ପୂଜନ ଦ୍ୱାରା ମାତା ରାଣୀ ବହୁତ ଜଲଦି ପ୍ରସନ୍ନ ହୋଇ ଯାଆନ୍ତି । ନବରାତ୍ରୀଙ୍କୁ ଛୋଟ ଛୋଟ କନ୍ୟାଙ୍କୁ ପୂଜା କରାଯାଏ , ଉପହାର ଦେଇ ପ୍ରସନ୍ନ କରାଯାଏ । ଯଦି କନ୍ୟା ମାନେ ଉପହାରକୁ ଖୁସିରେ ଖୁସିରେ ଗ୍ରହଣ କରନ୍ତି ତେବେ ମାନା ଯାଏ ଯେ ମାତା ରାଣୀ ପ୍ରସନ୍ନ ହୋଇଛନ୍ତି ।

ଅଷ୍ଟମୀ ଏବଂ ନବମୀରେ କନ୍ୟାଙ୍କ ପାଦ ଧୋଇ ଭୋଜନ କରାଇବା ଉଚିତ । ଏହାବ୍ୟତୀତ ଉପହାର ମଧ୍ୟ ଦେବା ଉଚିତ । ପ୍ରଥମେ କନ୍ୟାଙ୍କ ପାଦ ଧୋଇ ଏକ ପରିଷ୍କାର କପଡ଼ା ଉପରେ ବସାଇବା ଉଚିତ । ଏହାପରେ ଅକ୍ଷତ ଫୁଲ ଏବଂ ଚନ୍ଦନ ଲଗାଇବା ପରେ ଭୋଜନ କରାଇ ଉପହାର ଦେବା ଉଚିତ ।

ମାତ୍ର କନ୍ୟାଙ୍କ ଥାଳିରେ ତିନୋଟି ପୁରୀ ରଖନ୍ତୁ ନାହିଁ । କାରଣ ତିନୋଟି ପୁରୀ ମୃତ ବ୍ୟକ୍ତିଙ୍କ ପାଇଁ ଦିଆଯାଇଥାଏ । ଭୋଜନ ପରେ କନ୍ୟାଙ୍କ ଉପରେ ନାଲି ଚୁନରି ଘୋଡ଼ାଇବା ଉଚିତ । ଆପଣ କୌଣସି ନିରାମିଷ ବ୍ୟଞ୍ଜନ ଖୁଆଇ ପାରିବେ ମାତ୍ର ବିନା ପିଆଜ ରସୁଣରେ । ଅନେକ ଲୋକ ମାର୍କେଟରୁ ରେଡିମେଡ ଜିନିଷ ଆଣି ଏବଂ କୁରକୁରି ଆଣି ଖୁଆଇ ଥାଆନ୍ତି ଯାହାକି ଆଦୋୖ ଉଚିତ ନୁହେଁ ।

ମାତାଙ୍କୁ ଘରେ ପ୍ରସ୍ତୁତ ହୋଇଥିବା ଭୋଜନ ହିଁ ଅତ୍ୟନ୍ତ ପ୍ରିୟ ଅଟେ । କନ୍ୟାଙ୍କୁ ପ୍ଲାଷ୍ଟିକ ପାତ୍ରରେ ଭୋଜନ ପରୋଶିବା ଉଚିତ ନୁହେଁ । ଏପରି ବାସନ ପୂଜାପାଠ ପାଇଁ ଅଶୁଭ ହୋଇଥାଏ । ସର୍ବଦା ଷ୍ଟିଲ କିମ୍ବା ପତ୍ରରେ ଭୋଜନ କରାନ୍ତୁ । ଭୋଜନ ପରେ କନ୍ୟାଙ୍କ ଥାଳିରେ ଲବଙ୍ଗ ନିଶ୍ଚୟ ରଖି ଦିଅନ୍ତୁ ।

ଲବଙ୍ଗରେ ମାତା ଦୁର୍ଗାଙ୍କ ବାସ ହୋଇଥାଏ । ନବରାତ୍ରୀରେ ମାତା ଦୁର୍ଗାଙ୍କୁ ଲବଙ୍ଗ ଭୋଗ ହିଁ ଅର୍ପିତ କରାଯାଇଥାଏ । ଏହାଦ୍ବାରା ଆପଣଙ୍କ ଭାଗ୍ୟ ଚମକି ଯିବ ଏବଂ ଆପଣଙ୍କର କୌଣସି ଅଭାବ ହେବ ନାହିଁ । କନ୍ୟାଙ୍କୁ ଖୁସି କରିବା ପାଇଁ ଥାଳିରେ ଦକ୍ଷିଣା ଦିଅନ୍ତୁ ।

ଶାସ୍ତ୍ର ଅନୁଯାୟୀ କନ୍ୟା ଯେତିକି ଖୁସି ହୁଅନ୍ତି ମାତା ରାଣୀ ସେତିକି ପ୍ରସନ୍ନ ହୁଅନ୍ତି । ତେଣୁ ଆପଣ ସୁନ୍ଦର ବସ୍ତ୍ର କିମ୍ବା ଚକଲେଟ ମଧ୍ୟ ଦେଇ ପାରିବେ । ମାତ୍ର କଳା ପୋଷାକ ଦିଅନ୍ତୁ ନାହିଁ । ଷ୍ଟିଲ ବାସନ ଦେଇ ପାରିବେ । ଲୁହା ନିର୍ମିତ କୌଣସି ବସ୍ତୁ ଦିଅନ୍ତୁ ନାହିଁ । ନବରାତ୍ରୀ ସମୟରେ ଯଦି ଆପଣ ଲଗାଇଥିବା ଜଅ ଅତ୍ୟନ୍ତ ସବୁଜ ଏବଂ ସୁନ୍ଦର ଦେଖାଯାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଆପଣଙ୍କ ଜୀବନକୁ ସୁଖ ସମୃଦ୍ଧି ଆସିବାକୁ ଯାଉଛି ।

ଯଦି ନବରାତ୍ରୀରେ ଜଅ ଶୁଖି ଯାଉଛି , ମରି ଯାଉଛି କିମ୍ବା ବଢୁନାହିଁ ତେବେ ଏହା ଅଶୁଭ ସଙ୍କେତ ଅଟେ । ଏହାର ଅର୍ଥ କୌଣସି କାରଣରୁ ମାତା ରାଣୀ କ୍ରୋଧିତ ହୋଇଛନ୍ତି । ତେଣୁ ଏପରି ହେଲେ ମାତାଙ୍କୁ କ୍ଷମା ନିଶ୍ଚୟ ମାଗି ନିଅନ୍ତୁ । ଏପରି କୁହାଯାଏ ଯଦି ଏକ ଟଙ୍କିଆ କୋଏନ ଜଅ ମଝିରେ ମାଟିରେ ଦବାଇ ଦିଆଯାଏ ତେବେ ସୁଖ ସମୃଦ୍ଧି ଆସିଥାଏ ।

ଏହାଦ୍ବାରା ପରିବାର ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ । ଯଦି ଆପଣଙ୍କ ନିଦ ନବରାତ୍ରୀ ସମୟରେ ସକାଳ ୪ କିମ୍ବା ୫ ରେ ଭାଙ୍ଗି ଯାଉଛି ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । କାରଣ ଏହା ବ୍ରହ୍ମ ମୁହୂର୍ତ୍ତ ହୋଇଥାଏ । ଏହି ସମୟରେ ଉଠିବା ଅର୍ଥ ମାତାଙ୍କ କୃପା ପ୍ରାପ୍ତ କରିବା ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *