Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ପର୍ବରେ ଭୁଲରେ ମଧ୍ୟ ସେବନ କରନ୍ତୁ ନାହିଁ ଏହି ଗୋଟେ ଜିନିଷ, ଦେବୀ ଲକ୍ଷ୍ମୀ ହୋଇଯିବେ ରୁଷ୍ଠ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁ ଧର୍ମରେ ହୋଲି ପର୍ବକୁ ଅତ୍ୟନ୍ତ ଶୁଭ ଓ ରଙ୍ଗର ପର୍ବ ରୂପରେ ପାଳନ କରାଯାଇଥାଏ। ହୋଲି ପୂର୍ବରୁ ହୋଲିକା ଦହନ ପାଳିତ ହୋଇଥାଏ। ସେହିଦିନ ପବିତ୍ର ଅଗ୍ନିକୁ ପୂଜାର୍ଚ୍ଚନା କରାଯାଇଥାଏ। ହୋଲିକା ଦହନ ଦିନ ଅନେକ ତାନ୍ତ୍ରିକ କାର୍ଯ୍ୟ ଓ ଅନେକ ଖାସ ଉପାୟ କରାଯାଇଥାଏ। ଏହିଦିନ ଯେଉଁ ଉପାୟ କରାଯାଇଥାଏ,ଏହା ସମ୍ପୂର୍ଣ୍ଣ ରୂପରେ ଫଳଦାୟୀ ହୋଇଥାଏ।

ଏହିଦିନ ନକାରାତ୍ମକ ଶକ୍ତି ଉଗ୍ର ହୋଇ ଯାଇଥାଏ, ଯାହାଫଳରେ ଏହିଦିନ ଆପଣଙ୍କ ଉପରେ ଅନେକ ଖରାପ ପ୍ରଭାବ ପଡିବାର ସମ୍ଭାବନା ରହିଥାଏ, ତେଣୁ ମନୁଷ୍ୟକୁ ସତର୍କ ରହିବାର ଆବଶ୍ୟକତା ରହିଛି ଏବଂ ଶାସ୍ତ୍ରରେ ଦିଆଯାଇଥିବା ଖାସ ନିୟମ ଗୁଡିକ ପାଳନ କରିବା ଆବଶ୍ୟକ। ହୋଲିକା ଦହନ ଦିନ ଆପଣଙ୍କୁ ଏହି ଖାସ ତିନୋଟି ଜିନିଷର ସେବନ କରିବା ଆବଶ୍ୟକ ଅଟେ। ଯାହାଦ୍ଵାରା ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତି ହେବ।

ତେବେ ଆସନ୍ତୁ ଜାଣିବା ହୋଲିକା ଅଗ୍ନିରେ କେଉଁ ଜିନିଷ ଅର୍ପଣ କରିବା ଉଚିତ ଏବଂ ସେହିଦିନ କେଉଁ ଜିନିଷର ସେବନ କରିବା ନିହାତି ଆବଶ୍ୟକ ଅଟେ। ହୋଲିକା ଅଗ୍ନିରେ ପାଣି ଥିବା ନଡ଼ିଆ ଅର୍ପଣ କରିବା ଉଚିତ ନୁହେଁ। ପାଣି ନଥିବା ନଡ଼ିଆ ଅର୍ପଣ କରିବା ଦ୍ୱାରା ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଯିବ। ଅଗ୍ନିରେ ନଡ଼ିଆ ଅର୍ପଣ କରିବା ଦ୍ୱାରା ଅଗ୍ନିଦେବ ଓ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ହୋଲିକା ଦହନ ଦିନ ଘରେ ପ୍ରସ୍ତୁତ ହୋଇଥିବା ବ୍ୟଞ୍ଜନ ଅର୍ପଣ କରିବା ଆବଶ୍ୟକ। ଏହାଦ୍ବାରା ହୋଲିକା ଦେବୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଦୂର କରିଥାନ୍ତି। ଯଦି ନୂଆ କୌଣସି ଫସଲ ହୋଇଛି ଅର୍ଥାତ ଗହମ ବା ଧାନ ତାହେଲେ ଏହାକୁ ହୋଳିକା ଅଗ୍ନିରେ ଅର୍ପଣ କରିବା ଆବଶ୍ୟକ। ହୋଲିକା ଅଗ୍ନିରେ କେବେବି କପଡ଼ା ବା ପୋଷାକ ଜଳାଇବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।

ହୋଲିକା ଅଗ୍ନିରେ କେବେବି ପ୍ଲାଷ୍ଟିକ ବା ଆବର୍ଜନା ପକାଇବା ଉଚିତ ନୁହେଁ। ଏହିଦିନ ଗର୍ଭବତୀ ମହିଳା ମାନଙ୍କୁ ବିଶେଷ ସାବଧାନ ରହିବାର ଆବଶ୍ୟକତା ରହିଛି। କାରଣ ଏହିଦିନ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଏହିଦିନ ଅନ୍ୟମାନଙ୍କୁ କ୍ଷୀର, ଦହି ଭଳି ଧଳା ଜିନିଷ ଦାନ କରିବା ଉଚିତ ନୁହେଁ।

ଏହାସହିତ ହୋଲିକା ଦହନ ଦିନ ଆପଣ ବାସି ଖାଦ୍ୟ ସେବନ କରନ୍ତୁ ନାହିଁ।ଏହିଦିନ ସତେଜ ଭୋଜନ ଗ୍ରହଣ କରିବା ଉଚିତ। ନଚେତ ଆପଣଙ୍କୁ ଅନେକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଏହାସହିତ ଦେବୀ ହୋଲିକା ମଧ୍ୟ ଆପଣଙ୍କ ଉପରେ କ୍ରୋଧିତ ହୋଇ ଯାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *