Excuse Me Odisha

ଯାହା କହିବୁ ସତ କହିବୁ

ଏହିପରି ହୋଇଥାଏ ସ୍ୱର୍ଗ କିମ୍ବା ନର୍କ ପ୍ରାପ୍ତି । ଏହିଭଳି ରହିଥାଏ ଅନ୍ତର ।ଜାଣି ନିଅନ୍ତୁ ହିନ୍ଦୁ ଧର୍ମ କଣ କହୁଛି

ସେୟାର୍ କରନ୍ତୁ

ଅନେକ ବ୍ୟକ୍ତିଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ ଯେ ମୃତ୍ୟୁ ପରେ ତାକୁ ସ୍ୱର୍ଗ କିମ୍ବା ମୃତ୍ୟୁ ମିଳିବ । ଭଗବତ ଗୀତା ଅନୁଯାୟୀ ମନୁଷ୍ୟର ଭଲ କିମ୍ବା ଖରାପ କର୍ମ ଅନୁଯାୟୀ ହିଁ ଫଳ ପ୍ରାପ୍ତ ହୋଇଥାଏ । କଣ ମନୁଷ୍ୟକୁ ସ୍ୱର୍ଗ କିମ୍ବା ନର୍କରେ ଦୁଃଖ କଷ୍ଟ ଭୋଗିବାକୁ ପଡ଼ିଥାଏ କିମ୍ବା ତାହା ଏକ କଳ୍ପନା ଅଟେ ? ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହି ବିଷୟରେ କହିବୁ । ଶାସ୍ତ୍ର ଅନୁଯାୟୀ ସ୍ଵର୍ଗରେ ଭଲ ଆତ୍ମା ମାନେ ରହୁଥିବା ବେଳେ ନର୍କରେ ଖରାପ ଆତ୍ମା ମାନେ ରହନ୍ତି । ଭଲ ଆତ୍ମାକୁ ସ୍ୱର୍ଗକୁ ଖୁସି ଭୋଗିବା ପାଇଁ ଏବଂ ଖରାପ ଆତ୍ମାକୁ ନର୍କକୁ କଷ୍ଟ ଭୋଗିବା ପାଇଁ ପଠାଇ ଦିଆଯାଇଥାଏ ।

ହିନ୍ଦୁ ଧର୍ମରେ ଯମରାଜଙ୍କୁ ମୃତ୍ୟୁର ଦେବତା ମାନା ଯାଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ବ୍ୟକ୍ତିର ମୃତ୍ୟୁ ପରେ ଯମରାଜ ସେହି ବ୍ୟକ୍ତିର ଆତ୍ମାକୁ ମର୍ତ୍ତରୁ ଯମଲୋକକୁ ନେଇ ଯାଆନ୍ତି । ସେହିଠାରେ ହିଁ ତାର ପାପ ଏବଂ ପୁଣ୍ୟର ହିସାବ ହୋଇଥାଏ । ସେହି ଆଧାରରେ ଯମରାଜ ଉକ୍ତ ବ୍ୟକ୍ତିକୁ ସ୍ୱର୍ଗ କିମ୍ବା ନର୍କକୁ ପଠାଇ ଥାନ୍ତି । ଏହିଭଳି ସବୁ ଧର୍ମରେ ମଧ୍ୟ ଏହି ମାନ୍ୟତା ରହିଛି ଯେ ଈଶ୍ୱର ସ୍ୱର୍ଗ ଏବଂ ନର୍କର ରଚନା କରିଛନ୍ତି । ଯେଉଁଠି ସବୁ ବ୍ୟକ୍ତିକୁ ନିଜ କର୍ମ ଅନୁଯାୟୀ ଫଳ ପ୍ରାପ୍ତ ହୋଇଥାଏ । ଇସଲାମରେ ସ୍ୱର୍ଗକୁ ଜନ୍ନତ କୁହାଯାଇଛି ଏବଂ ନର୍କକୁ ଜହାନନୁର କୁହାଯାଇଛି ।

କୋରାନରେ କୁହାଯାଇଛି ଯେ ଯଦି ମନୁଷ୍ୟ ଦ୍ୱାରା କରାଯାଇଥିବା ପୁଣ୍ୟ ତାହାର ପାପ ଉପରେ ଭାରି ପଡ଼ିଥାଏ ତେବେ ତାକୁ ଜନ୍ନତର ସୁଖ ପ୍ରାପ୍ତ ହୋଇଥାଏ । ଯଦି ପାପର ଭାର ବଢ଼ିଯାଏ ତେବେ ତାକୁ ଜହାନନୁରରେ ସ୍ଥାନ ମିଳିଥାଏ । ଇସଲାମରେ ଜହାନନୁରକୁ ନିଆଁ ଏବଂ ଦଣ୍ଡର ମିଶ୍ରଣ ବୋଲି ବର୍ଣ୍ଣନା କରାଯାଇଛି । ଏଠାରେ ଆତ୍ମା ପହଞ୍ଚିବା ପରେ ତାକୁ ନିଆଁରେ ପକାଇ ଦିଆଯାଏ । ଏହାପରେ ତାକୁ ଲୁହାରେ ଆଘାତ କରାଯାଏ । ସେହିଭଳି ଈସାଇ ଧର୍ମ ଅନୁଯାୟୀ ସ୍ୱର୍ଗ ସେହି ସ୍ଥାନ ଅଟେ ଯେଉଁଠି ଭଗବାନ ଏବଂ ଭଲ ଆତ୍ମା ରହନ୍ତି । ମାତ୍ର ନର୍କରେ ଖରାପ ଆତ୍ମା ଏବଂ ରାକ୍ଷସ ରହନ୍ତି ।

ପାର୍ସି ଧର୍ମ ଅନୁଯାୟୀ ମୃତ୍ୟୁ ପରେ ସବୁ ଆତ୍ମା ସ୍ୱର୍ଗକୁ ହିଁ ଯାଇଥାଏ । ମାତ୍ର ସେଠାରେ ସେମାନଙ୍କୁ ପହଞ୍ଚିବାକୁ କେତେ ସମୟ ଲାଗିଥାଏ ତାହା ସେମାନଙ୍କ ପାପ ଏବଂ ପୁଣ୍ୟ ଉପରେ ନିର୍ଭର କରିଥାଏ । ମାତ୍ର ହିନ୍ଦୁ ଧର୍ମରେ ଏହା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ହିନ୍ଦୁ ଧର୍ମ ଅନୁଯାୟୀ ମନୁଷ୍ୟ ଜୀବନ ହିଁ ନର୍କ ଅଟେ । ସଂସାର ଏକ ଏପରି ସ୍ଥାନ ଅଟେ ଯାହାକି ମନୁଷ୍ୟର ଜନ୍ମ ଏବଂ ମୃତ୍ୟୁର ଚକ୍ରକୁ ଦର୍ଶାଇ ଥାଏ । ଯଦି ମନୁଷ୍ୟ ପୁଣ୍ୟ କରେ ତେବେ ତାକୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ମାତ୍ର ଯଦି ସେ ପାପ କରେ ତେବେ ତାକୁ ସଂସାର ମିଳିବ । ଯାହାଦ୍ୱାରା ସେ ସଂସାର ମଧ୍ୟରେ ନର୍କରେ ବାନ୍ଧି ହୋଇ ରହିବ । କିନ୍ତୁ ଏହି ମତକୁ ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ଭାବରେ ନେଇ ପାରନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *