Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ଦିନ ନିଶ୍ଚିତ ସେବନ କରନ୍ତୁ ଏହି ଗୋଟିଏ ଜିନିଷ । ପୁରା ବର୍ଷ ଆସିବ ଟଙ୍କା ଏବଂ ଧନ ସମ୍ପତ୍ତି ।

ସେୟାର୍ କରନ୍ତୁ

ଫାଲ୍ଗୁନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମାରେ ହୋଲିକା ଦହନ ପର୍ବ ପାଳିତ ହୋଇଥାଏ । ତାହାର ଆଗାମୀ ଦିନ ଚୈତ୍ର ମାସ ପ୍ରତିପଦ ଦିନ ହୋଲି ମାନା ଯାଇଥାଏ । ଏହି ଦିନକୁ ପ୍ରେମ ଏବଂ ଉତ୍ସାହର ସହିତ ପାଳନ କରାଯାଏ ଏବଂ ଏହିଦିନ ଖରାପ ଉପରେ ଭଲର ବିଜୟ ହୋଇଥାଏ ବୋଲି ମାନାଯାଏ । ହୋଲିକା ଦହନ ଦିନ କିଛି ଖାସ ବସ୍ତୁ ଅଛି ଯାହାକୁ ନିଶ୍ଚୟ ଖାଇବା ଉଚିତ । ହୋଲିକା ଦହନ ସମୟରେ ଅନେକ ବସ୍ତୁର ଆବଶ୍ୟକ ହୋଇଥାଏ ଯଥା ଗାଈ ଗୋବର , ଘଷି , ରୋଲି , ଚାଉଳ , କ୍ଷୀର , ଜଳ , ଫୁଲ , ହଳଦୀ ଖଣ୍ଡ , ମୁଗ ଡାଲି , ଅବିର , ନଡ଼ିଆ ଏବଂ ଧାନ ନଡ଼ା ଇତ୍ୟାଦି ।

ଯଦି ଆପଣଙ୍କର କୌଣସି ମନସ୍କାମନା ଦୀର୍ଘ ସମୟ ହେବ ପୁରା ହୋଇ ପାରୁ ନାହିଁ ତେବେ କଚା ସୂତାକୁ ହୋଲିକା ଦହନ ହେଉଥିବା ସ୍ଥାନରେ ପୂର୍ବରୁ ହିଁ ଗୁଡ଼ାଇ ଦିଅନ୍ତୁ । ରୋଲି , ଚନ୍ଦନ , ଅଳ୍ପ ମୁଗ ଡାଲି , ଅଳ୍ପ ହଳଦୀ ଏବଂ ଏକ ଶୁଖିଲା ନଡ଼ିଆ ଏବଂ ଅବିର ପକାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ମନସ୍କାମନା ପୂରଣ ହୋଇଯିବ । ଜୀବନର ସବୁ ବାଧା ଦୂର ହୋଇଯିବ ।

ହୋଲିକା ଦହନ ନିଆଁରେ ଯଦି ଆପଣ ଆହୁତି ଦିଅନ୍ତି ତେବେ ପରିବାରରେ ସୁଖ ସମୃଦ୍ଧି ବଜାୟ ରହିବ । ଗହମ ନଡ଼ା ଏବଂ ଚାଉଳ ହୋଲିକା ଦହନ ନିଆଁରେ ପକାଇଲେ ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ । ଅଟା ଏବଂ ସୋରିଷ ତେଲର ଉବଟାନ ଶରୀରରେ ଲଗାଇ ତାହାକୁ ଶରୀରରୁ ବାହାର କରି ରଖି ଦିଅନ୍ତୁ ଏବଂ ରାତିରେ ହୋଲିକା ଦହନ ନିଆଁରେ ପକାଇ ଦିଅନ୍ତୁ ।

ଏହାଦ୍ବାରା ଶରୀରର ସବୁ ରୋଗ ଦୂର ହୋଇଯିବ ଏବଂ ଶରୀର ସୁସ୍ଥ ରହିବ । ଯଦି ଘରେ କାହାରି ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ଅଛି ତେବେ ଘରେ ଚାଉଳ ହାଲୁଆ ବନାଇ ଅସୁସ୍ଥ ବ୍ୟକ୍ତିଙ୍କୁ ଖୁଆଇ ଦିଅନ୍ତୁ । ଏହାବ୍ୟତୀତ ଏହିଦିନ ଗରିବଙ୍କୁ ନିଜ ସାମ୍ୟର୍ଥ ଅନୁଯାୟୀ ଦାନ କଲେ ଭଲ ଫଳ ମିଳିଥାଏ । ଏହି ଦିନ ଏକ ଶୁଖିଲା ନଡ଼ିଆ ନେଇ ସେଥିରେ ଚିନି ଏବଂ ଘିଅ ମିଶାଇ ଦିଅନ୍ତୁ

ଯେଉଁ ଭଗବାନଙ୍କୁ ଆପଣ ମାନନ୍ତି ପ୍ରାର୍ଥନା କରି ନିଜର ସମସ୍ୟା ଜଣାଇ ସେହିସବୁ ଜିନିଷକୁ ହୋଲିକା ଦହନ ଅଗ୍ନିରେ ଢ଼ାଳି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନର ସବୁ ବାଧା ଦୂର ହେବ ଏବଂ ସବୁ ସମସ୍ୟାର ଅନ୍ତ ଘଟିବ । ହୋଲିକା ଦହନ ଦିନ ଉତ୍ତର ଦିଗରେ ଏକ ଘିଅ ଦୀପ ଜାଳିବା ଉଚିତ ।

ପୁରା ରାତି କିମ୍ବା ଅଧା ଘଣ୍ଟା ଜଳିଲେବି ଘରର ସବୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ । ହୋଲିକା ଦହନ ଦିନ ପବିତ୍ରତା ପାଇଁ ହୋଲିକା ଦହନ ଅଗ୍ନିରେ କାଠ ଏବଂ ଗୋବର ଘଷି ପକାନ୍ତୁ । ଯଦି ସେହି ଗୋବର ଟେଳାକୁ ସୂତାରେ ବାନ୍ଧି ଘର ଦ୍ୱାରରେ ଝୁଲାଇ ଦିଅନ୍ତି ତେବେ ଘରର ସବୁ ସମସ୍ୟା ଦୂର ହୋଇଯିବ । ଚଳିତ ବର୍ଷ ହୋଲିକା ଦହନ ମାର୍ଚ୍ଚ ୨୯ ରେ ପାଳିତ ହେବ । ଏହିଦିନ ନିଶ୍ଚିତ ଭାବରେ ମାଲପୁଆ ଖାଇବା ଉଚିତ । ଏହାଦ୍ବାରା ଜୀବନର ସୁଖ , ବୈଭବ ଏବଂ ଐଶ୍ୱର୍ଯ୍ୟ ଆସିଥାଏ । ତେଣୁ ଏହାକୁ ଆପଣ ଭଗବାନଙ୍କୁ ମଧ୍ୟ ଅର୍ପିତ କରି ପାରିବେ । ହୋଲିକା ଦହନ ନିଆଁରେ ଗହମ ନଡ଼ା ଜାଳି ଚଣା ପକାଇ ଖାଇବାର ବିଧାନ ରହିଛି । ଏହାଦ୍ବାରା ଏକାଧିକ ସମସ୍ୟାରୁ ମୁକ୍ତି ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *