Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ନିଅନ୍ତି ଏହି ଗୁପ୍ତ ଗଣେଶ ମନ୍ତ୍ର । ବଦଳିଯିବ ଯିବ ଦୁର୍ଭାଗ୍ୟ ଏବଂ ଗରୀବରୁ ହୋଇଯିବେ ଧନୀ ।

ସେୟାର୍ କରନ୍ତୁ

ଗୁପ୍ତ ଗଣେଶ ମନ୍ତ୍ର ଯଦି ଆପଣ ଥରୁଟିଏ ଶୁଣି ନିଅନ୍ତି ତେବେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ସମସ୍ୟା ଚୁଟକିରେ ଦୂର ହୋଇଯିବ । ଏହି ମନ୍ତ୍ରକୁ ଥରେ ଶୁଣିନେଲେ ଜୀବନ ବଞ୍ଚିବା ମଧ୍ୟ ଅତ୍ୟନ୍ତ ସରଳ ହୋଇଯିବ । ଭଗବାନ ଗଣେଶଙ୍କୁ ବିଘ୍ନ ହରତା କୁହାଯାଏ । ତେଣୁ ଏପରି କୁହାଯାଏ ଯେ ଜୀବନରେ ଆସୁଥିବା ଦୁଃଖ କଷ୍ଟ ସମସ୍ୟାକୁ ଦୂରେଇ ଦେବା ପାଇଁ ଭଗବାନ ଗଣେଶଙ୍କ ଆରାଧନା ନିହାତି କରିବା ଉଚିତ । ଏହାଦ୍ବାରା ଭଗବାନ ନିଜ ଭକ୍ତର ଡାକ ଶୁଣିଥାନ୍ତି ଏବଂ ସବୁ ସମସ୍ୟାରୁ ମୁକ୍ତ କରିଥାନ୍ତି ।

କହିବାକୁ ଗଲେ ବିଶେଷ କରି ଗଣେଶଙ୍କ ମନ୍ତ୍ରରେ ଅତ୍ୟନ୍ତ ଅଦ୍ଭୁତ ଶକ୍ତି ରହିଛି । ତେବେ ମନ୍ତ୍ରରେ ଯେଉଁ ଭକ୍ତି , ଶକ୍ତି ଏବଂ ଛନ୍ଦ ରହିଥାଏ ତାହା ମନୁଷ୍ୟ ଜୀବନର ସବୁ କଷ୍ଟକୁ ଦୂର କରିଥାଏ । ତେବେ କେବଳ ସେତିକି ନୁହେଁ ନିଜର ମନସ୍କାମନା ପୂରଣ ପାଇଁ ଏବଂ ମନ ବାଞ୍ଛନା ଏବଂ ଆଶା ମୁତାବକ ଫଳ ପ୍ରାପ୍ତି ପାଇଁ ମଧ୍ୟ ଆପଣ ଏହି ମନ୍ତ୍ରର ଜପ କରି ପାରିବେ । ଆପଣ ନିଜେ ଏହାର ଜପ କରି ପାରିବେ କିମ୍ବା ଶ୍ରବଣ ମଧ୍ୟ କରି ପାରିବେ । ଫଳ ସମାନ ହିଁ ପ୍ରାପ୍ତ ହେବ । ମାତ୍ର ମନ୍ତ୍ରକୁ ନିଜେ ଉଚାରିତ କଲେ ସେଥିରେ ଅଧିକ ନିଷ୍ଠା ରହିଥାଏ ।

ମାତା ପାର୍ବତୀ ଏବଂ ଭଗବାନ ଶିବଙ୍କ ପୁତ୍ର ଗଣେଶ ଏବଂ ତାଙ୍କ ମନ୍ତ୍ର ହେଉଛି ।

” ଓଁ ଗ୍ଲୋଔମ ଗୌରୀ ପୁତ୍ର , ବକ୍ରତୁଣ୍ଡ ,

ଗଣପତି ଗୁରୁ ଗଣେଶ ।

ଗ୍ଲୋଉମ ଗଣପତି , ୠଦ୍ଧି ପତି , ସିଦ୍ଧି ପତି ।

ମେରେ କର ଦୂର କ୍ଳେଶ ।।

ଏହି ମନ୍ତ୍ର ଏପରି ଯାହାକି ଯଦି ଆପଣ ଏହାକୁ କେବଳ ଶ୍ରବଣ କରନ୍ତି ତେବେ ମଧ୍ୟ ଏହାର ଫଳ ଆପଣଙ୍କୁ ପ୍ରାପ୍ତ ହେବ । ଏହାଦ୍ବାରା ଆପଣଙ୍କ ରୋଗ , କ୍ଳେଶ , ଦୁଃଖ ସବୁକିଛି ଦୂର ହେବ । ଏହାବ୍ୟତୀତ ଆର୍ଥିକ ସମସ୍ୟା , କରଜ ଏହି ସବୁକିଛିରୁ ମଧ୍ୟ ମୁକ୍ତି ମିଳିଥାଏ । ମାତ୍ର ଏହି ମନ୍ତ୍ରକୁ ଜପ କରୁଥିବା କିମ୍ବା ଶ୍ରବଣ କରୁଥିବା ବ୍ୟକ୍ତି କିଛି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ ।

ଅର୍ଥାତ ଏହି ମନ୍ତ୍ରକୁ ଜପ କରିବା ପୂର୍ବରୁ , ସମୟରେ କିମ୍ବା ପରେ କୌଣସି ପ୍ରକାରର ଈର୍ଷା , ଜ୍ଵଳନ , କ୍ରୋଧ ଏଭଳି ମନୋଭାବ ରଖିବା ଉଚିତ ନୁହେଁ । ନଚେତ ଏହି ମନ୍ତ୍ରର ଜପ କିମ୍ବା ଶୁଣିବାର ଫପ ପ୍ରାପ୍ତ ହେବ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *