Excuse Me Odisha

ଯାହା କହିବୁ ସତ କହିବୁ

2023 ଶିବରାତ୍ରି ପୂଜାରେ ଏହି ତିନୋଟି ଭୁଲ ଆଦୋୖ କରନ୍ତୁ ନାହିଁ ,ନଚେତ୍ ଘରକୁ ବିପଦ ମାଡ଼ି ଆସିବ !

ସେୟାର୍ କରନ୍ତୁ

ଆମ ହିନ୍ଦୁ ଧର୍ମରେ ଶିବରାତ୍ରିର ଅନେକ ମହତ୍ତ୍ୱ ରହିଛି । ଏହା ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ହୋଇଥାଏ । ଏପରି କୁହାଯାଏ ଯେ ଏହିଦିନ ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିଥିଲେ । ତେଣୁ ଏହିଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୂଜା ଅର୍ଚ୍ଚନା କଲେ ଜୀବନରେ ସୁଖ ସମୃଦ୍ଧି ଧନ ଧାନ୍ୟରେ ଭରି ଯାଏ । ଭଗବାନ ଶିବ ବହୁତ ଜଲଦି ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ।

ସେହିଭଳି ଯଦି ଆପଣ କିଛି ଜିନିଷ ଭଗବାନ ଶିବଙ୍କ ପୂଜାରେ ପ୍ରୟୋଗ ନକରନ୍ତି ତେବେ ମହାଦେବଙ୍କ ପୂଜା ଅଧୁରା ହୋଇଥାଏ । ଏହାବ୍ୟତୀତ କିଛି ଏଭଳି ବସ୍ତୁ ଅଛି ଯାହାକୁ ଭଗବାନ ଶିବଙ୍କ ପୂଜାରେ ଭୁଲ ବଶତଃ ବି ଲଗାଇଲେ ଭଗବାନ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ପବିତ୍ର ମହା ଶିବରାତ୍ରିରେ ଭଗବାନ ଶିବଙ୍କୁ କେଉଁ ଜିନିଷ ଅର୍ପିତ କରିବା ଉଚିତ ନୁହେଁ ସେହି ବିଷୟରେ କହିବୁ ।

ଶିବରାତ୍ରି ଦିନ ରାତିରେ ମହାଦେବଙ୍କ ପୂଜା ଧଳା କିମ୍ବା ନାଲି ବସ୍ତ୍ର ଧାରଣ କରି କରନ୍ତୁ । ଏହିଦିନ ଭଗବାନ ଶିବ ଲିଙ୍ଗ ଆକାରରେ ପ୍ରକଟ ହୋଇଥିଲେ ତେଣୁ ଏହିଦିନ ଶିବଲିଙ୍ଗକୁ ପୂଜା କରିବାର ବିଶେଷ ଉପାୟ ରହିଛି । ଏହିଦିନ ରାତିରେ ଚାରି ପ୍ରହର ଭଗବାନ ଶିବଙ୍କ ପୂଜା କରିବାର ନିୟମ ରହିଛି । ମାତ୍ର ଆପଣ ପ୍ରଦୋଷ କାଳରେ ପୂଜା କରିବା ମଧ୍ୟ ଅଧିକ ଲାଭ ଦାୟକ ହୋଇଥାଏ କାରଣ ପ୍ରଦୋଷ କାଳ ମହାଦେବଙ୍କ କାଳ ହୋଇଥାଏ ।

ତେଣୁ ଶିବରାତ୍ରିର ପ୍ରଦୋଷ କାଳ ଫେବୃଆରୀ ୧୭ ରେ ଆରମ୍ଭ ହେଉଛି । ତେଣୁ କହିବାକୁ ଗଲେ ପ୍ରଦୋଷ ପର୍ବ ଫେବୃଆରୀ ୧୮ ରେ ହିଁ ପାଳିତ ହେବ । ଶିବରାତ୍ରି ଦିନ ରାତିରେ ମହାଦେବଙ୍କ ପୂଜା କରନ୍ତୁ ଏବଂ ତାସହିତ ମାତା ପାର୍ବତୀଙ୍କର ମଧ୍ୟ ପୂଜା କରନ୍ତୁ । ଏହାଦ୍ବାରା ଉଭୟ ମହାଦେବ ଏବଂ ମାତା ପାର୍ବତୀଙ୍କ କୃପା ପ୍ରାପ୍ତ ହେବ । ମହା ଶିବରାତ୍ରି ଦିନ ଭଗବାନଙ୍କୁ ବେଲ ପତ୍ର ନିଶ୍ଚିତ ଅର୍ପିତ କରନ୍ତୁ । ବିନା ବେଲ ପତ୍ରରେ ପୂଜାର ମୂଲ୍ୟ ରହେନାହିଁ କାରଣ ଏହା ମହାଦେବଙ୍କ ପ୍ରିୟ ହୋଇଥାଏ ।

ଏହାଦ୍ବାରା ଆପଣଙ୍କ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବ । ମହା ଶିବରାତ୍ରି ଦିନ ସକାଳୁ ଭଗବାନ ଗଣେଶ , କାର୍ତ୍ତିକ , ନନ୍ଦି ଏବଂ ମାତା ପାର୍ବତୀଙ୍କ ପୂଜା ନିଶ୍ଚୟ କରନ୍ତୁ । ନଚେତ ମହାଦେବଙ୍କ କୃପା ପ୍ରାପ୍ତ ହୁଏନାହିଁ । ଏହିସବୁ କାର୍ଯ୍ୟ କରିବା ଦ୍ୱାରା ମହାଦେବ ଏବଂ ପାର୍ବତୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ଏହିଦିନ କିଛି କାର୍ଯ୍ୟ କରିବାକୁ ବାରଣ ମଧ୍ୟ କରାଯାଇଛି । ଶିବରାତ୍ରି ଦିନ ସକାଳୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ ଏବଂ ଜଲଦି ଉଠି ସ୍ନାନ କରନ୍ତୁ । ଏହାପରେ ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ ।

ଏହିଦିନ ଭୁଲରେବି କଳା ବସ୍ତ୍ର ଧାରଣ କରନ୍ତୁ ନାହିଁ ନଚେତ ମହାଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ମାତ୍ର ଭଗବାନଙ୍କୁ ଅର୍ପିତ ହୋଇଥିବା ଜିନିଷ ଗ୍ରହଣ କରନ୍ତୁ ନାହିଁ । ଏହିଦିନ ଶିବଲିଙ୍ଗକୁ ଅଭିଷେକ କରିବା ସମୟରେ ମନେ ରଖନ୍ତୁ ତମ୍ବା ଲୋଟାରେ ଯେପରି କ୍ଷୀର କିମ୍ବା ଦହି ନରଖନ୍ତି । ନଚେତ ତାହା ବିଷ ପାଲଟି ଯାଏ । ଅନ୍ୟ କୌଣସି ଧାତୁର ଲୋଟାରେ ଆପଣ ଜଳ କିମ୍ବା କ୍ଷୀର ନେଇ ଅର୍ପିତ କରି ପାରିବେ । ଭଗବାନ ଶିବ ଏବଂ ଗଣେଶଙ୍କୁ ଭୁଲରେବି ତୁଳସୀ ପତ୍ର ଅର୍ପିତ କରନ୍ତୁ ନାହିଁ । ନଚେତ ଏହାଦ୍ବାରା କାଳ ସର୍ପ ଦୋଷ ଲାଗିଥାଏ ।

ଭଗବାନ ଶିବଙ୍କୁ କେତକୀ ଏବଂ ଚମ୍ପା ଫୁଲ ଲଗାନ୍ତୁ ନାହିଁ । ମହାଦେବଙ୍କ ପୂଜାରେ ଏହା ବର୍ଜିତ ହୋଇଥାଏ । ଭଗବାନ ଶିବଙ୍କୁ ହଳଦୀ ଅବିର ଲଗାନ୍ତୁ ନାହିଁ କାରଣ ଭଗବାନ ଶିବ ବୈରାଗୀ ଅଟନ୍ତି । ଯେଉଁଠି ମାତା ପାର୍ବତୀ ଏବଂ ଗଣେଶ ବିଦ୍ୟମାନ ଥିବେ ସେଠାରେ ଆପଣ କରି ପାରିବେ । ମହା ଶିବରାତ୍ରି ଦିନ ଭୁଲରେ ବି କାହାକୁ ଅପଶବ୍ଦ କହିବା ଉଚିତ ନୁହେଁ ଏବଂ କଳହ କରିବା ଉଚିତ ନୁହେଁ । ନଚେତ ମହାଦେବଙ୍କ କୃପା ପ୍ରାପ୍ତ ହେବ ନାହିଁ । ଶିବରାତ୍ରି ଦିନ ମାଂସ ଏବଂ ମଦ ସେବନ କରନ୍ତୁ ନାହିଁ । ଏହିଦିନ ସମ୍ପୂର୍ଣ୍ଣ ଉପାସ କିମ୍ବା ସାତ୍ଵିକ ଭୋଜନ କଲେ ଉତ୍ତମ ହୋଇଥାଏ ।

ଏହାଦ୍ୱାରା ଉଭୟ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହିଦିନ କୌଣସି ପଶୁ ପକ୍ଷୀକୁ କଷ୍ଟ ଦେବା ଉଚିତ ନୁହେଁ କିମ୍ବା ମାରିବା ଉଚିତ ନୁହେଁ । ନଚେତ ଆପଣଙ୍କର ସବୁ ପୁଣ୍ୟ ଫଳ ନଷ୍ଟ ହୋଇଯିବ । ଏହିଦିନ ମହିଳା ଏବଂ କନ୍ୟାଙ୍କୁ ଶିବଲିଙ୍ଗର ସ୍ପର୍ଶ କରିବା ଉଚିତ ନୁହେଁ । ଶିବଲିଙ୍ଗରେ ଜଳ ଅର୍ପିତ କରିବା ସମୟରେ ସେହି ଜଳ ଯେପରି ପାଦରେ ନବାଜେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ସେହି ଜଳକୁ ନିଜ ପିଲାଙ୍କ ଉପରେ ସିଞ୍ଚିବା ଆବଶ୍ୟକ । ଏହାଦ୍ବାରା ନଜର ଦୋଷ ଏବଂ ଅନ୍ୟାନ୍ୟ ସମସ୍ୟା ଦୂର ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *