Excuse Me Odisha

ଯାହା କହିବୁ ସତ କହିବୁ

ଫେବୃୟାରୀ ୧ ତାରିଖ ଭୀଷ୍ମ ଏକାଦଶୀ: ଗାଈକୁ ଖାଇବାକୁ ଦିଅନ୍ତୁ ଏହି ଗୋଟେ ଜିନିଷ, କୋଟିପତି ହେବାରୁ ଆପଣଙ୍କୁ କେହି ରୋକି ପାରିବେ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଏକାଦଶୀ ବ୍ରତ ପାଳନ କରାଯାଇଥାଏ। ଏହି ବ୍ରତ କରିବା ଦ୍ଵାରା ଜୀବନରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ବ୍ୟବସାୟ କ୍ଷେତ୍ରରେ ପ୍ରଗତି ହୋଇଥାଏ। ଏକାଦଶୀ ବ୍ରତ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ପ୍ରତ୍ୟେକ ଏକାଦଶୀ ତିଥିର ଅଲଗା ମହତ୍ତ୍ଵ ରହିଥାଏ। ଆଜି ଆମେ ଆପଣଙ୍କୁ ଗାଈକୁ ନେଇ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ଲାଭବାନ ହୋଇ ପାରିବେ।

ହିନ୍ଦୁଧର୍ମରେ ଗାଈକୁ ମାଆ ବୋଲି ଆଖ୍ୟା ଦିଆଯାଇଛି। ଗାଈ ମଧ୍ୟରେ ୩୩ କୋଟି ଦେବୀ ଓ ଦେବତା ବାସ କରିଥାନ୍ତି। ଯଦି ଗାଈର ନିଶ୍ଵାର୍ଥ ଭାବରେ ସେବା କରାଯାଏ, ତାହେଲେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ସନାତନ ଧର୍ମରେ ଗାଈକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି। କୁହାଯାଏ କି ଗାଈର ସେବା କରିବା ଦ୍ୱାରା ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଘରକୁ ଆସୁଥିବା ଗାଈକୁ କିଛି ନ କିଛି ଖାଇବାକୁ ଦେବା ଉଚିତ। ତେବେ ଆସନ୍ତୁ ଜାଣିବା ଗାଈକୁ କେଉଁ ତିନୋଟି ଜିନିଷ ଖାଇବାକୁ ଦେବା ଉଚିତ ନୁହେଁ।

ଆପଣ ଘରେ ପ୍ରସ୍ତୁତ କରୁଥିବା ରୁଟିରୁ ପ୍ରଥମ ରୁଟି ଘରକୁ ଆସୁଥିବା ଗାଈକୁ ଦେବା ଉଚିତ। ଏହାଦ୍ବାରା ଦେବୀ ଓ ଦେବତା ମାନେ ପ୍ରସନ୍ନ ହୋଇଥାନ୍ତି। ଯଦି ଆପଣଙ୍କ କୁଣ୍ଡଳୀରେ ଗୁରୁ ଗ୍ରହ ଅଶୁଭ ସ୍ଥିତିରେ ରହିଛନ୍ତି, ତାହେଲେ ଗୁରୁ ଗ୍ରହକୁ ସୁଦୃଢ ରଖିବା ପାଇଁ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ ରୁଟିରେ ଅଳ୍ପ ହଳଦୀ ଲଗାଇ ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଯିବ। ଯେଉଁମାନେ ମାନସିକ ରୂପରେ ପୀଡିତ ଅଛନ୍ତି, ସେମାନେ ଗାଈକୁ ରୁଟି ଦେବା ସମୟରେ ଅଳ୍ପ ଗୁଡ଼ ମିଶାଇ ଦିଅନ୍ତୁ।

ଯଦି ଆପଣଙ୍କୁ ଅନୁଭବ ହେଉଛି କି, ଆପଣଙ୍କ ଭାଗ୍ୟ କେବେବି ଆପଣଙ୍କ ସପକ୍ଷରେ ରହୁ ନାହିଁ, ତେଣୁ ପ୍ରତ୍ୟେକଦିନ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। ତେବେ ଆସନ୍ତୁ ଜାଣିବା ଗାଈକୁ କେଉଁ ଜିନିଷ ଖାଇବାକୁ ଦେବା ଉଚିତ ନୁହେଁ। ବାସି ରୁଟି କେବେବି ଗାଈକୁ ଖାଇବାକୁ ଦେବା ଉଚିତ ନୁହେଁ। ପଚା ବା ଖରାପ ହୋଇ ଯାଇଥିବା ପନିପରିବା ଓ ବାସି ହୋଇ ଯାଇଥିବା ଖାଦ୍ୟ କେବେବି ଗାଈକୁ ଖାଇବାକୁ ଦିଅନ୍ତୁ ନାହିଁ। ମାନ୍ୟତା ରହିଛି କି ୪୪ ଲକ୍ଷ ଯୋନି ପରେ ଆତ୍ମା ବିଶ୍ରାମ ନେବା ପାଇଁ ଶେଷ ଯୋନିରେ ପ୍ରବେଶ କରି ଗାଈ ରୂପରେ ଜନ୍ମ ଗ୍ରହଣ କରିଥାଏ।

ଗାଈ ମଧ୍ୟରେ ସକାରାତ୍ମକ ଉର୍ଜା ଭରି ରହିଥାଏ। ତେଣୁ ଗାଈକୁ ଘରେ ରଖି ସେବା କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟ ନାଶ ହୋଇଥାଏ ଏବଂ ଘରେ ସକାରାତ୍ମକ ଉର୍ଜା ଭରି ରହିଥାଏ। ଗାଈର କ୍ଷୀରରେ ଅନେକ ମିଠା, ଘିଅ, ଦହି ଏଭଳି ଅନେକ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। କହିବାକୁ ଗଲେ ଗାଈକୁ ଅଇଁଠା ଖାଇବାକୁ ପଡ଼ିଥାଏ। ଏହା ପଛରେ ଗୋଟେ ପୌରାଣିକ କାହାଣୀ ରହିଛି। ବାଲ୍ମିକୀ ରାମାୟଣ ଅନୁସାରେ ଥରେ ଭଗବାନ ଶ୍ରୀରାମ ଓ ଦେବୀ ସୀତା ଓ ଭାଇ ଲକ୍ଷ୍ମଣ ରାଜା ଦଶରଥଙ୍କ ଶ୍ରାଦ୍ଧ ନିମନ୍ତେ ଗୟାରେ ପହଞ୍ଚିଲେ।

ଗୟାରେ ପହଞ୍ଚିବା ପରେ ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମଣ ଜିନିଷପତ୍ର ଆଣିବା ପାଇଁ ଚାଲି ଗଲେ। ଦୁଇଭାଇ ଆସିବାରେ ବିଳମ୍ବ ହେଲା। ଯାହାଫଳରେ ପିଣ୍ଡଦାନ କରିବାର ସମୟ ଗାଡ଼ି ଆସୁଥିଲା। ସେହି ସମୟରେ ରାଜା ଦଶରଥଙ୍କ ଆତ୍ମା ଦେବୀ ସୀତାଙ୍କୁ ପିଣ୍ଡଦାନ ମାଗିଲେ। ଏହା ଦେଖି ଫାଲଗୁ ନଦୀ ପାଖରେ ବସିଥିବା ସୀତା ଚିନ୍ତାରେ ପଡିଗଲେ । ତାପରେ ଫାଲଗୁ ନଦୀ, ବର ଗଛ, କେତକୀ ଫୁଲ ଓ ଗାଈକୁ ସାକ୍ଷୀ ରଖି ସେ ବାଲି ପିଣ୍ଡ ଅର୍ପଣ କରି ରାଜା ଦଶରଥଙ୍କୁ ପିଣ୍ଡଦାନ କରି ଦେଲେ।

ତାପରେ ଭଗବାନ ଶ୍ରୀରାମ ଓ ଲକ୍ଷ୍ମଣ ଆସିବା ପରେ ଜାଣିଲେ କି ପିଣ୍ଡଦାନ ଦେବୀ ଶୀତ କରି ସାରିଛନ୍ତି। ଦେବୀ ସୀତା ପ୍ରମାଣ ସ୍ୱରୂପ ଫାଲଗୁ ନଦୀ, ବର ଗଛ, କେତକୀ ଫୁଲ ଓ ଗାଈକୁ ପଚାରିଲେ। କିନ୍ତୁ ଗାଈ, ଫାଲଗୁ ନଦୀ ଓ କେତକୀ ଫୁଲ ଦେବୀ ସୀତା ମିଛ କହିଛନ୍ତି ବୋଲି ଶ୍ରୀରାମଙ୍କୁ କହିଲେ। ଏହା ଶୁଣି ଦେବୀ ସୀତା ରାଜା ଦଶରଥଙ୍କ ଆତ୍ମାକୁ ଆବାହନ କଲେ ଏବଂ ରାଜା ଦଶରଥଙ୍କ ଆତ୍ମା ଆସି ଦେବୀ ସୀତାଙ୍କୁ ସତ୍ୟ ସାବ୍ୟସ୍ତ କଲେ।

ଦେବୀ ସୀତା ଫାଲଗୁ ନଦୀକୁ ଅଭିଶାପ ଦେଲେ କି, ତୁ ଖାଲି ନାମରେ ଏହି ଯିବୁ। ତୋର ପାଣି ଶୁଖି ଯିବ। କେତକୀ ଫୁଲକୁ ଅଭିଶାପ ଦେଲେ କି ତୋତେ କେବେବି କୌଣସି ପୂଜାରେ ପ୍ରୟୋଗ କରାଯିବ ନାହିଁ। ଗାଈକୁ ଅଭିଶାପ ଦେଲେ, ତୋତେ ସମସ୍ତଙ୍କର ଅଇଁଠା ଖାଇବାକୁ ପଡିବ। ତାପରେ ବରଗଛକୁ ଲମ୍ବା ଆୟୁଷ ହେବାର ଆଶୀର୍ବାଦ ଦେଲେ। ତେବେ ଗାଈର ସେବା କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହେବା ସହିତ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *