ସ୍ୱପ୍ନରେ ମୃତ ଲୋକର ଏହି 5 ଟି ସ୍ୱପ୍ନ ଦେଖାଦେଲେ, ଭୁଲରେ ବି ଅନ୍ୟମାନଙ୍କୁ କୁହନ୍ତୁ ନାହିଁ | କେଉଁ ସ୍ୱପ୍ନ କେଉଁ ପ୍ରକାରର ଫଳ ଦେବ |
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରାୟତଃ ସମସ୍ତେ ଆଖି ବୁଜି ଶୋଇବା ପରେ ନିଶ୍ଚିତ ଭାବରେ ସ୍ବପ୍ନ ଦେଖିଥାନ୍ତି। ଯଦି ଆପଣ ସ୍ବପ୍ନ ଦେଖୁଛନ୍ତି, ତାହେଲେ ଅନ୍ୟମାନଙ୍କ ସାମ୍ନାରେ କେବେବି ସେୟାର କରିବାର ଭୁଲ କରନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ୫ ପ୍ରକାରର ସ୍ବପ୍ନ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଦେଖିବା ପରେ ଆପଣ ଅନ୍ୟମାନଙ୍କ ସାମ୍ନାରେ ସେୟାର କରିବା ଉଚିତ ନୁହେଁ।
ସ୍ବପ୍ନ ଦେଖିବା ଏକ ସାମାନ୍ୟ ପ୍ରକ୍ରିୟା ଅଟେ। ସ୍ବପ୍ନ ଶାସ୍ତ୍ର ଅନୁସାରେ କୁହାଯାଇଛି କି, ଆମେ ଦେଖୁଥିବା ସ୍ବପ୍ନ ଆମକୁ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡ଼ିକର ସୂଚନା ଦେଇଥାଏ। ଆମେ ଦେଖୁଥିବା ସ୍ବପ୍ନ ବେଳେବେଳେ ଆମେ ମନେ ରଖି ଥାଉ କିମ୍ବା ଭୁଲି ଯାଇ ଥାଉ। କିଛି ଏଭଳି ସ୍ବପ୍ନ ରହିଛି, ଯାହାକୁ ଆପଣ ଅନ୍ୟମାନଙ୍କ ସହିତ ସେୟାର କରିବା ଉଚିତ ନୁହେଁ। କାରଣ ଶାସ୍ତ୍ର ଅନୁସାରେ ସେହି ସ୍ବପ୍ନ ଯୋଗୁଁ ଭବିଷ୍ୟତରେ ମିଳିବାକୁ ଥିବା ଶୁଭ ଫଳ ନଷ୍ଟ ହୋଇଯାଏ।
ଯଦି ଆପଣ ନିଜ ସ୍ୱପ୍ନରେ ପ୍ରକୃତିକୁ ଦେଖୁଛନ୍ତି ଅର୍ଥାତ ନିଜ ସ୍ବପ୍ନରେ ସମୁଦ୍ର, ପାହାଡ଼, ଗଛଲତା, ନଦୀ ଆଦି ଦେଖନ୍ତି, ତାହେଲେ ବୁଝି ଯାଆନ୍ତୁ କି ଅଚାନକ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ଯେପରି ଆମେ ପ୍ରକୃତି ପାଖକୁ ଗଲେ ଆପଣଙ୍କୁ ଶାନ୍ତି ପ୍ରାପ୍ତି ହୋଇଥାଏ। ଯଦି ଆପଣ ଏହି ସ୍ବପ୍ନ ବିଷୟରେ ଅନ୍ୟମାନଙ୍କୁ ଜଣାଇ ଦେଉଛନ୍ତି, ତାହେଲେ ହୁଏତ ଆପଣଙ୍କ ଉପରେ କିଛି ଫଳପ୍ରଦ ନହୋଇ ପାରେ।
ଯଦି ଆପଣ ନିଜ ସ୍ୱପ୍ନରେ କାହାର ମୃତ୍ୟୁ ହେବାର ଦେଖନ୍ତି, ତାହେଲେ ଭୟ କରନ୍ତୁ ନାହିଁ। ଏଭଳି ସ୍ୱପ୍ନର ଅର୍ଥ ହେଉଛି, ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହେବାକୁ ଯାଉଛି। ସ୍ୱପ୍ନରେ ସାପ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କିନ୍ତୁ କିଛି ଲୋକେ ସ୍ୱପ୍ନରେ ସାପ ଦେଖି ଭୟଭୀତ ହୋଇ ଯାଇଥାନ୍ତି। ସ୍ୱପ୍ନରେ ସାପ ଦେଖିବାର ଅର୍ଥ ଭବିଷ୍ୟତରେ ଆପଣଙ୍କୁ ଅଧିକ ଲାଭ ପ୍ରାପ୍ତ ହେବାକୁ ଯାଉଛି। ଆପଣ ଖୁବ୍ ଶୀଘ୍ର ସଫଳତାର ଶୀର୍ଷରେ ପହଞ୍ଚିବେ। ଏହି ସ୍ବପ୍ନକୁ ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ କରିବା ଅନୁଚିତ ନଚେତ ଶୁଭ ଫଳ ପ୍ରାପ୍ତି ହୋଇ ନଥାଏ।
ଯଦି ଆପଣ ନିଜ ସ୍ୱପ୍ନରେ ପିତୃପୁରୁଷଙ୍କୁ ଦେଖୁଛନ୍ତି, ତାହେଲେ ଏହି କଥା ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ। ସ୍ୱପ୍ନରେ ପିତୃପୁରୁଷଙ୍କୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହେବାକୁ ଯାଉଛି। ଯଦି ଆପଣ ନିଜ ସ୍ୱପ୍ନରେ ମାଛକୁ ପହଁରୁ ଥିବାର ଦେଖନ୍ତି, ତାହେଲେ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସଂକେତ ମିଳୁଛି। ଆପଣଙ୍କର ସବୁ ଆର୍ଥିକ ସମସ୍ୟା ଦୂର ହୋଇଯିବ।