ବଡ଼ ଗୁରୁବାର : କରନ୍ତୁ ଏହି ଉପାୟ ବାସ ଟିକିଏ ହଳଦୀ ଦ୍ଵାରା,ବର୍ଷସାରା ଜମେଇକି ଆସିବ ଟଙ୍କା,ମାତା ଲକ୍ଷ୍ମୀ ନିଜେ କହିଛନ୍ତି
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଗୁରୁବାର ଦିନ ହେଉଛି ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ବଡ଼ ଗୁରୁବାର ଦିନ ହଳଦୀକୁ ନେଇ ଖାସ ଉପାୟ କଲେ କେଉଁ ପ୍ରକାର ଶୁଭ ଫଳ ପ୍ରାପ୍ତି ହୋଇଥାଏ। କହିବାକୁ ଗଲେ ଆମେ ନିଜ ଜୀବନରେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ନଥାଉ। ତେଣୁ ହଳଦୀର କିଛି ଖାସ ଉପାୟ କରି ଆପଣ ସୁଫଳ ପାଇ ପାରିବେ।
ହଳଦୀ ମଧ୍ୟରେ ପ୍ରଚୁର ପରିମାଣରେ ଔଷଧୀୟ ଗୁଣ ଭରି ରହିଛି। ହଳଦୀ ଦାନ କରିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ବିବାହିତ ଲୋକେ ପ୍ରତ୍ୟେକ ଦିନ ହଳଦୀ ତିଳକ ଲଗାଇବା ଉଚିତ। ସ୍ନାନ କରିବା ସମୟରେ ପାଣିରେ ଅଳ୍ପ ହଳଦୀ ମିଶାଇ ସ୍ନାନ କଲେ ଶରୀର ନିରୋଗ ହୋଇଥାଏ ଏବଂ ଶାରୀରିକ ଓ ମାନସିକ ଶୁଦ୍ଧତା ପ୍ରାପ୍ତ ହୋଇଥାଏ।
ସକାଳୁ ଉଠି ସ୍ନାନ କରି ଭଗବାନ ସୂର୍ଯ୍ୟଙ୍କୁ ହଳଦୀ ମିଶା ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ହଳଦୀର ବୃହସ୍ପତି ଗ୍ରହ ସହିତ ସମ୍ବନ୍ଧ ରହିଥାଏ। କୁଣ୍ଡଳୀରେ ବୃହସ୍ପତି ଗ୍ରହ ଶୁଭ ସ୍ଥିତିରେ ରହିଥିଲେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ ଏବଂ ଧନ ସଂପତ୍ତି ପ୍ରାପ୍ତ ହୋଇଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଅଶୁଭ ସ୍ଥିତିରେ ଅଛନ୍ତି, ତାହେଲେ ଆପଣ ହଳଦୀକୁ ନେଇ ଏହି ଉପାୟ କରନ୍ତୁ। ଏହାଦ୍ବାରା ଆପଣଙ୍କର ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ।
ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡିତ ହୋଇଛନ୍ତି, ତାହେଲେ ଆପଣ ପେଶା ହୋଇଥିବା ହଳଦୀ ଦାନ କରନ୍ତୁ। ଏହାଦ୍ବାରା ଆପଣଙ୍କୁ ରୋଗରୁ ଧୀରେ ଧୀରେ ମୁକ୍ତି ମିଳିଯିବ। ଛୋଟ ଖଣ୍ଡ ହଳଦୀକୁ ଆପଣ ଛୋଟ ହଳଦିଆ କପଡ଼ାରେ ବାନ୍ଧି ନିଜ ଗଳାରେ ଧାରଣ କରନ୍ତୁ।ଏଭଳି କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ସୁଦୃଢ ରହିବେ।
ଆପଣ ସ୍ନାନ କରିବା ପୂର୍ବରୁ ପାଣିରେ ଅଳ୍ପ ପେଶି ଥିବା ହଳଦୀ ଗୁଣ୍ଡ ମିଶାଇ ସ୍ନାନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ।
ଯଦି ଆପଣ କ୍ୟାରିୟରରେ ସଫଳତା ହାସଲ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ପ୍ରତ୍ୟେକଦିନ ହଳଦୀର ଟିକା ନିଜ ମଥାରେ ଲଗାନ୍ତୁ। ଏହାଦ୍ବାରା ଆପଣଙ୍କର ବିଗିଡି ଯାଇଥିବା କାର୍ଯ୍ୟ ସମ୍ପନ୍ନ ହେବ। ଘରର ଏରୁଣ୍ଡୀ ବନ୍ଧରେ ହଳଦୀର ରେଖା ଟାଣିବା ଦ୍ଵାରା ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।