Excuse Me Odisha

ଯାହା କହିବୁ ସତ କହିବୁ

୫ ଅକ୍ଟୋବର ୨୦୨୨ ରାଶିଫଳ : ମେଷ ରାଶିରୁ କନ୍ୟା ରାଶି ପର୍ଯ୍ୟନ୍ତ ଜାଣନ୍ତୁ ରାଶିଫଳ। ଦଶହରା ଦିନ କଣ କହିଛି ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ଦଶହରା ପର୍ବ ଅତ୍ୟନ୍ତ ଶୁଭ ଅଟେ। ଏହିଦିନ ଭଗବାନ ଶ୍ରୀରାମ ଅହଙ୍କାରୀ ରାବଣ ବଧ କରିଥିଲେ।ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାର, ତିଥି, ଗ୍ରହ ଓ ନକ୍ଷତ୍ର ମାନଙ୍କୁ ଆଧାର କରି ରାଶିଫଳ ଗଣନା କରାଯାଇଥାଏ। ଏହି ରାଶିଫଳ ଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ଵ, କ୍ୟାରିୟର, ବ୍ୟାପାର, ଚାକିରି , ପ୍ରେମ ଜୀବନ ବୈବାହିକ ଜୀବନ ଏବଂ ଭବିଷ୍ୟତରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣା ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ଭବିଷ୍ୟତ କିପରି ରହିଛି।

ମେଷ ରାଶି :-

ଆଜିର ଦଶହରା ପର୍ବ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ମାନସିକ ସ୍ତରରେ ଆପଣଙ୍କ ମନ ଅଶାନ୍ତ ରହିପାରେ। ଜୀବନସାଥୀ ଆପଣଙ୍କୁ ଖାସ ଉପହାର ଦେଇ ପାରନ୍ତି। ବନ୍ଧୁଙ୍କ ଠାରୁ ଆପଣଙ୍କୁ ସହଯୋଗ ପ୍ରାପ୍ତି ହୋଇପାରେ। ଭଗବାନ ଶ୍ରୀରାମଙ୍କ କୃପାରୁ ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ।

ବୃଷ ରାଶି :-

ଆଜିର ଦଶହରା ପର୍ବ ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାର ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। ବୈବାହିକ ଜୀବନରେ ମଧୁରତା ଆସିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।

ମିଥୁନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ବିନମ୍ର ସ୍ଵଭାବ ଯୋଗୁଁ ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ। ଆପଣ କୌଣସି ବିବାଦରେ ପଡନ୍ତୁ ନାହିଁ। ଭଗବାନ ଶ୍ରୀରାମଙ୍କ କୃପାରୁ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

କର୍କଟ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିବ। ଜୀବନସାଥୀଙ୍କ ସହିତ କୌଣସି କାରଣ ବଶତଃ ମତଭେଦ ହୋଇପାରେ। ଶାରୀରିକ ଓ ମାନସିକ ସ୍ତରରେ ଆପଣ ସୁସ୍ଥ ରହିବେ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ସିଂହ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଆପଣ ଗୁରୁଜନଙ୍କ ସହିତ ପରାମର୍ଶ କରନ୍ତୁ। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ।

କନ୍ୟା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।ପରିବାର ସହିତ ଆପଣ କୌଣସି ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ପ୍ରେମ ଜୀବନ ସୁଖମୟ ରହିବ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନ ସୁଖମୟ ରହିବ।

ତୁଳା ରାଶି :-

ଆଜିର ଦିନରେ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପିତାଙ୍କ ଠାରୁ ଆର୍ଥିକ ସହଯୋଗ ମିଳିପାରେ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ସମୟର ସଦୁପଯୋଗ କରନ୍ତୁ। ବିବାହିତ ଲୋକେ ସନ୍ତାନ ସୁଖ ଭୋଗ କରି ପାରନ୍ତି।

ବିଛା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପୂର୍ବ ଅପେକ୍ଷା ଘରର ଆର୍ଥିକ ପରିସ୍ଥିତି ସୁଧୁରି ଯିବ। ଆପଣଙ୍କୁ ଅଫିସ ଓ ପରିବାର ମଧ୍ୟରେ ଉତ୍ତମ ତାଳମେଳ ବନେଇ ରଖିବା ଆବଶ୍ୟକ। ଜୀବନସାଥୀ ଆପଣଙ୍କୁ ଉପହାର ଦେଇ ପାରନ୍ତି। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।

ଧନୁ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। କୌଣସି ସ୍ଥାନରେ ନିବେଶ କରି ଆପଣ କ୍ଷତି ସହି ପାରନ୍ତି। ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ।

ମକର ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୌଣସି ସମ୍ପର୍କୀୟଙ୍କ ସହିତ ମତଭେଦ ହୋଇପାରେ। ଆପଣଙ୍କୁ କୌଣସି ପାର୍ଟିକୁ ଯିବାର ଅବସର ପ୍ରାପ୍ତ ହେବ। ପ୍ରେମ ଜୀବନରେ ମଧୁରତା ଆସିବ। କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ଚାପ ଗ୍ରସ୍ତ ରହିବେ।

କୁମ୍ଭ ରାଶି :-

ଆଜିର ଦଶହରା ପର୍ବ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରେମୀ ଆପଣଙ୍କ ପାଇଁ କିଛି ଖାସ କରି ପାରନ୍ତି। ଆର୍ଥିକ ମାନ୍ଦାବସ୍ଥା କାରଣରୁ ଆପଣଙ୍କର ରଚନାତ୍ମକ କାର୍ଯ୍ୟରେ ବାଧା ସୃଷ୍ଟି ହେବ। ଆପଣଙ୍କୁ ନିଜ ଜୀବନରେ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

ମୀନ ରାଶି :-

ଆଜିର ଦଶହରା ପର୍ବ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ପ୍ରଭୁ ଶ୍ରୀରାମଙ୍କ କୃପାରୁ ଆପଣ ଯେଉଁ ମଧ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *