Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ଲୁଣକୁ ନେଇ କରନ୍ତୁ ଏହି ଖାସ ଉପାୟ, ତାପରେ ଦେଖନ୍ତୁ ଚମତ୍କାର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆମେ ଅଧିକାଂଶ ସମୟରେ ଲୁଣ ବିଷୟରେ କହୁ। ଆମ ଜୀବନରେ ଲୁଣର ମହତ୍ତ୍ଵ ରହିଥାଏ। ଏହାସହିତ ଲୁଣ ଆମ ଆୟୁଷ ବୃଦ୍ଧି ହୋଇଥାଏ। ଆଜି ଆମେ ଆପଣଙ୍କୁ ଲୁଣକୁ ନେଇ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣ ସର୍ବଦା ସୁଖଶାନ୍ତିରେ ରହିବେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କେବେବି ଲୁଣକୁ ଷ୍ଟିଲ ପାତ୍ରରେ ରଖନ୍ତୁ ନାହିଁ। କାରଣ ଏହାର ସମ୍ବନ୍ଧ ଚନ୍ଦ୍ର ଓ ରାହୁ ସହିତ ଜଡିତ ଅଟେ। ଲୁଣକୁ ସର୍ବଦା କାଚ ପାତ୍ରରେ ରଖନ୍ତୁ। ଘରର ଶୌଚାଳୟରେ ଅଧିକ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ, ତେଣୁ ଶୌଚାଳୟରେ ଗୋଟେ କାଚର ଗିନାରେ ଲୁଣ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଯାହାଫଳରେ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ।

ଗୋଟେ ଲାଲ କପଡାରେ ଲୁଣ ଭର୍ତ୍ତି କରି ଘରର ଦୁଆର ମୁହଁରେ ଟାଙ୍ଗୀ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ। କହିବାକୁ ଗଲେ ଲୁଣ ଆମ ଘରକୁ ସୁରକ୍ଷା ଦେଇଥାଏ। ଘରର ଅଗଣାରେ ଲୁଣର ମୁଣି ଟାଙ୍ଗିଲେ, ଶନି ଦଶାରୁ ମୁକ୍ତି ମିଳିଥାଏ। ଘର ପୋଛା କରୁଥିବା ସମୟରେ ସେହି ପାଣିରେ ଅଳ୍ପ ଲୁଣ ମିଶାଇବା ଆବଶ୍ୟକ। ଏଭଳି କରିବା ଦ୍ଵାରା ଘରେ ସକାରାତ୍ମକ ପ୍ରଭାବ ପଡିଥାଏ।

ଯେତେବେଳେ ଆପଣ ସ୍ନାନ କରୁଛନ୍ତି ସେତେବେଳେ ସେହି ପାଣିରେ ଅଳ୍ପ ଲୁଣ ମିଶାଇ ସ୍ନାନ କରନ୍ତୁ। ଏହାଦ୍ବାରା ଆପଣ ନିରୋଗ ରହିବା ସହିତ ଆପଣଙ୍କ ମଧ୍ୟରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଯଦି ଆପଣଙ୍କ ମନରେ ଭୟ, ଚିନ୍ତା, କ୍ରୋଧ, ଘୃଣା ଭାବନା ଆସୁଛି, ତାହେଲେ ଆପଣ ଅଳ୍ପ ଉଷୁମ ପାଣି ରେ ଲୁଣ ମିଶାଇ ସେଥିରେ ହାତ ଧୁଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ମନରୁ ସବୁ ନକାରାତ୍ମକ ଭାବନା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *