Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଶରୀରର ଏହି ଅଙ୍ଗରେ ସୋରିଷ ତେଲ ଲଗାନ୍ତୁ। ତାପରେ ଦେଖନ୍ତୁ ଚମତ୍କାର, ଜୀବନରେ ଗ୍ରାସ କରିବ ନାହିଁ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଖାସ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ଏହାସହିତ ଆପଣଙ୍କ ଜୀବନରେ ଧନ ପ୍ରାପ୍ତି ହେବାର ନୂତନ ମାର୍ଗ ମଧ୍ୟ ଖୋଲିଥାଏ। ଯେତେବେଳେ ଆପଣ ଏହି ଉପାୟ କରିବେ, ଖୁବ୍ ଶୀଘ୍ର ଆପଣଙ୍କୁ ସୁଫଳ ମିଳିବ। ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ବା ଖାସ ଉପାୟ ଗୁଡ଼ିକ ପ୍ରୟୋଗ କରିବା ପାଇଁ ଶନିବାର ଦିନ ଅତ୍ୟନ୍ତ ଶୁଭ ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଯେତେବେଳେ ଶନିଦେବଙ୍କର କୋପ ଦୃଷ୍ଟି ପଡ଼ିଥାଏ, ସେତେବେଳେ ବ୍ୟକ୍ତିକୁ ସବୁ କ୍ଷେତ୍ରରେ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେପରି ପରିବାର ଜୀବନରେ ଅଶାନ୍ତି ଲାଗି ରହେ, ଚାକିରି କ୍ଷେତ୍ରରେ ଅସଫଳତା ପ୍ରାପ୍ତ ହୋଇଥାଏ, ପରିବାର ଲୋକଙ୍କର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ତେବେ ଏଇ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରତ୍ୟେକ ଦିନ ଘରର ମୁଖ୍ୟ ଦୁଆର ସାମ୍ନାରେ ଗଙ୍ଗାଜଳ ସିଞ୍ଚନ କରିବା ଉଚିତ। ଯଦି ଆପଣ ଘରେ ଝାଡୁ ବା ପୋଛା ଲଗାଉଛନ୍ତି, ତାହେଲେ ସେହି ପାଣିରେ ଅଳ୍ପ ଲୁଣ ବା ଫିଟିକିରୀ ମିଶାଇ ଦିଅନ୍ତୁ। ଏହାଦ୍ୱାରା ଘରେ ଥିବା ନକରାତ୍ମକ ଉର୍ଜା ଦୂର ହୋଇ ଯାଇଥାଏ।

– ଶନିବାର ଦିନ ଯଦି ଆପଣ ସାଧାରଣ କଥା ଉପରେ ଧ୍ୟାନ ଦେବେ, ତାହେଲେ ଆପଣଙ୍କୁ କେବେବି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଯଦି ଆପଣ ଅଧିକ କରଜରେ ବୁଡି ରହିଛନ୍ତି ଏବଂ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି, ତାହେଲେ ଶନିବାର ଦିନ ପାନ ପତ୍ର ଗୋଟେ ବିଡା ନେଇ ପ୍ରଭୁ ହନୁମାନଙ୍କର ମନ୍ଦିର ଯାଆନ୍ତୁ ଓ ଅର୍ପଣ କରନ୍ତୁ। ଆଉ ଏକ ଉପାୟ ମଧ୍ୟ ଆପଣ କରି ପାରିବେ। ଶନିବାର ଦିନ ଆପଣ ଗୋଟେ ଷ୍ଟିଲ ଗିନାରେ ସୋରିଷ ତେଲ ନିଅନ୍ତୁ ଓ ସେଥିରେ ନିଜ ଛାୟା ଦେଖନ୍ତୁ। ତାପରେ ଏହି ତେଲରେ କୌଣସି ଡାଲିର ବଡା ଛାଣି କୁକୁରକୁ ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣ ଖୁବ୍ ଶୀଘ୍ର ଶୁଭ ପରିଣାମ ପ୍ରାପ୍ତ କରିବେ।

– ପ୍ରତ୍ୟେକ ଶନିବାର ଦିନ ଆପଣ ନିଜ ମଥାରେ ନିଶ୍ଚିତ ଭାବରେ ତେଲ ଲଗାନ୍ତୁ।ଏହାସହିତ ରାତିରେ ଶୋଇବା ପୁର୍ବରୁ ନାଭିରେ ସୋରିଷ ତେଲ ଲଗାଇ ଶୁଅନ୍ତୁ। ପ୍ରତ୍ୟେକ ଶନିବାର ଦିନ ଶନି ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତୁ। ଯଦି ଆପଣ ଭଗବାନ ଶନିଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି, ତାହେଲେ ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ଜଳ, ଫୁଲ, ଚାଉଳ ଆଦି ଅର୍ପଣ କରି ପ୍ରଣାମ କରନ୍ତୁ। ଏଭଳି କରିବା ଦ୍ଵାରା ଭଗବାନ ଶନି ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବା ସହିତ ଦେବୀ ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଯଦି ଆପଣ ନିଜ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଏବଂ ସର୍ବଦା ସୁଖରେ ଜୀବନ ଅତିବାହିତ କରିବାକୁ ଚାହୁଁଛନ୍ତି, ତାହେଲେ ପ୍ରତ୍ୟେକଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *