Excuse Me Odisha

ଯାହା କହିବୁ ସତ କହିବୁ

ଶିବ ଲିଙ୍ଗରେ ମହିଳାମାନେ ଏହି ଭୁଲ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶିବ ଲିଙ୍ଗରେ ମହିଳାମାନେ ଏହି ଭୁଲ କରନ୍ତୁ ନାହିଁ।

ଏହି ଶ୍ରାବଣ ମାସକୁ ପ୍ରେମର ମାସ ବି କୁହାଯାଏ। ଏହି ମାସକୁ ଶିବ ଭକ୍ତ ବହୁତ ଜୋରସୋରରେ ଅପେକ୍ଷା କରି ରହିଥାନ୍ତି। ଏହି ମାସରେ ଭଗବାନ ଶିବ ଧରତୀକୁ ଆସି ବାସ କରନ୍ତି ଏବଂ ତାଙ୍କର ଭକ୍ତଙ୍କର ଭକ୍ତିରେ ପ୍ରସନ୍ନ ହୋଇ ଧନ ସମ୍ପତ୍ତି ପ୍ରଦାନ କରିଥାନ୍ତି। ଏହି ବର୍ଷ ଶ୍ରାବଣ ମାସ ୧୪ ଜୁଲାଇ ଗୁରୁବାର ଦିନ ଆରମ୍ଭ ହେବ ଏବଂ ଶେଷ ହେବ ଶ୍ରାବଣ ମାସ ୧୨ ଅଗଷ୍ଟରେ। ଶ୍ରାବଣ ମାସର ଶେଷ ଦିନର ପୂର୍ବ ଦିନରେ ରକ୍ଷା ବନ୍ଧନ ପର୍ବ ପଡିବ।

ଆସନ୍ତୁ ଜାଣିବା ଏହି ଶ୍ରାବଣ ମାସରେ କେତୋଟି ସୋମବାର ପଡିବ।

ଶ୍ରାବଣ ମାସ ୧୪ ଜୁଲାଇ ଗୁରୁବାର ଦିନ ଆରମ୍ଭ ହେବ। ୧୮ ଜୁଲାଇକୁ ପ୍ରଥମ ଶ୍ରାବଣ ମାସର ସୋମବାର ବ୍ରତ ହେବ ୨୫ ଜୁଲାଇକୁ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ବ୍ରତ ୧ ଅଗଷ୍ଟକୁ ତୃତୀୟ ଶ୍ରାବଣ ମାସର ସୋମବାର ବ୍ରତ ୮ ଅଗଷ୍ଟରେ ଶ୍ରାବଣ ମାସର ଚତୁର୍ଥ ସୋମବାର ବ୍ରତ ରହିବ। ଏମିତି ୪ ଟି ସୋମବାର ପଡିବ। ୧୨ ଅଗଷ୍ଟରେ ଶ୍ରାବଣ ମାସ ଶେଷ ହେବ।

ଆସନ୍ତୁ ଜାଣିବା ଏହି ମାସରେ କେଉଁ ଭୁଲ କରିବା ଉଚିତ ନୁହେଁ। କିଛି ବି ହୋଇଗଲେ ଏମିତି ୫ ଜଣ ପୁରୁଷ ଏବଂ ମହିଳାଙ୍କୁ ଶ୍ରାବଣ ମାସର ବ୍ରତ ରଖିବା ଉଚିତ ନୁହେଁ ନଚେତ ଭଗବାନ ଶିବ କ୍ରୋଧିତ ହୋଇଯିବେ।

ସ୍ୱାମୀ ସ୍ତ୍ରୀଙ୍କୁ ଏହି ବ୍ରତ ରଖିବା ଉଚିତ। ଏହି ବ୍ରତ ରଖିଲେ ତାଙ୍କର ବୈବାହିକ ଜୀବନ ପୂର୍ଣ୍ଣ ହୋଇଥାଏ। ଯଦି ଆପଣ ହିନ୍ଦୁ ରୀତିନୀତିରେ ସାତ ଫେରା ନ ନେଇଥିବେ ତ ଆପଣ ପବିତ୍ର ଶ୍ରାବଣ ମାସର ବ୍ରତ ଭୁଲରେ ବି କରିବେ ନାହିଁ। ଏହାର କଥା ଶୁଣିବା ବି ଆପଣଙ୍କ ପାଇଁ ପାପ ଅଟେ। କୌଣସି ବି ମହିଳା ଏବଂ ପୁରୁଷ ସାତ ଫେରା ନନେଇଥିବା ଯାଏଁ ଏହି ବ୍ରତ ରଖିବେ ନାହିଁ। କୋର୍ଟ ମେରେଜ କରିଥିଲେ ମଧ୍ୟ ଏହି ବ୍ରତ ରଖିବେ ନାହିଁ। ପ୍ରଥମେ ସାତ ଫେରା ନେଇ ନିଅନ୍ତୁ ତାପରେ ଏହି ବ୍ରତ ପାଳନ କରନ୍ତୁ। କୁଆଁରୀ ଝିଅ ଏବଂ ପୁଅ ଏହି ବ୍ରତ କରିପାରିବେ କିନ୍ତୁ ଅଧା ବିବାହ ହୋଇଥିବା ଲୋକଙ୍କୁ ବ୍ରତ କରିବା ଉଚିତ ନୁହେଁ।

ମନରେ ଘୃଣା ଭାବ। ମନରେ କୌଣସି ଖରାପ ଚିନ୍ତା ରଖି ଏହି ବ୍ରତ ପାଳନ କରିବେ ନାହିଁ। ଯଦି ଆପଣ ଅନ୍ୟ ପ୍ରତି ଖରାପ ଚିନ୍ତା ରଖିଥିବେ ତ ଏହି ବ୍ରତ କେବେବି ରଖନ୍ତୁ ନାହିଁ। ଭଗବାନ ଶିବ ଏମିତି ଲୋକଙ୍କ ଉପରେ ସର୍ବଦା କ୍ରୋଧିତ ରହିଥାନ୍ତି। ଯଦି ଆପଣଙ୍କ ମନ ପବିତ୍ର ଥାଏ ତେବେ ଯାଇ ଭଗବାନ ଶିବ ଆପଣଙ୍କ କଥା ଶୁଣିବେ।

ତଲାକ ସୁଧା ବ୍ୟକ୍ତି। ଶାସ୍ତ୍ର ଅନୁସାରେ ବିବାହ ପରେ ତଲାକ ସୁଧା ମହିଳା ହୁଅନ୍ତୁ କି ପୁରୁଷ ଏହି ବ୍ରତ କେବେବି କରିବା ଉଚିତ ନୁହେଁ। କାରଣ ଏହି ମାସ ପ୍ରେମର ପ୍ରତୀକ ମାନାଯାଏ।ଶାସ୍ତ୍ର ଅନୁସାରେ ଯେଉଁ ପ୍ରେମୀ ଯୋଡି ଦୂରରେ ରହୁଛନ୍ତି ତାଙ୍କୁ ଏକ ହୋଇଯିବା ଉଚିତ। ସେତେବେଳେ ଯାଇ ଭଗବାନ ଶିବ ତାଙ୍କ ଭକ୍ତି ସ୍ୟୁକାର କରିଥାନ୍ତି। ମାନ୍ୟତା ଅନୁସାରେ ବିବାହ ଦୁଇଟି ହୃଦୟର ମିଳନ ଅଟେ। ଏକା ସାଙ୍ଗରେ ଜୀବନ ସାରା ରହିବା ଉଚିତ। ଏକା ସାଙ୍ଗରେ ପୂଜା କଲେ ଅନେକ ଗୁଣା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ସ୍ୱାମୀ ସ୍ତ୍ରୀ ଯଦି ବ୍ରତ ରଖିବେ ତ ଭଗବାନ ଶିବ ସବୁଠାରୁ ଅଧିକ ପ୍ରସନ୍ନ ହୋଇଥାନ୍ତି ଏବଂ ଦେଇଥାନ୍ତି ବରଦାନ। ଯଦି ତଲାକ ପରେ ଏହି ବ୍ରତ ରଖିବେ ତେବେ ପାପ ଲାଗିଥାଏ।

ଗୋଟେ ବେଶ୍ୟାକୁ କେବେବି ଶ୍ରାବଣ ମାସର ପୂଜା କରିବା ଉଚିତ ନୁହେଁ କି କରବାଚୌଥର ବ୍ରତ। ବ୍ୟକ୍ତିର ଶରୀରର ପବିତ୍ରତା ଶେଷ ଯଦି ହୋଇଯାଇଥାଏ ତ କେବଳ ଦୁଶ୍ଚରିତ୍ରା ନୁହେଁ ପାପୀ ବି କୁହାଯାଏ। ଏଥିପାଇଁ ଏମିତି ମହିଳାଙ୍କ ପୂଜା କେବେବି ସଫଳ ହୋଇନଥାଏ କିମ୍ବା ଭଗବାନ କେବେବି ଗୋଟେ ବେଶ୍ୟାର ପୂଜା ସ୍ୟୁକାର କରନ୍ତି ନାହିଁ।

କୁଆଁରୀ କନ୍ୟାକୁ କେବେବି ଶିବ ଲିଙ୍ଗ ସ୍ପର୍ଶ କରିବା ଉଚିତ ନୁହେଁ। ଏହାକୁ ପାପ ମାନାଯାଏ।

ଶ୍ରାବଣ ମାସରେ ଯଦି କେଉଁ କୁଆଁରୀ କନ୍ୟା ଭଲ ଭାବରେ ପବିତ୍ର ମନରେ ବ୍ରତ ରଖିଥାନ୍ତି ତ ଭଗବାନ ଶିବ ତାଙ୍କୁ ଭଲ ବର ଦେଇଥାନ୍ତି ଅର୍ଥାତ ତାଙ୍କୁ ଭଗବାନ ଶିବଙ୍କ ଭଳି ସ୍ୱାମୀ ମିଳିଥାଏ।

ଭୁଲରେ ଭଗବାନ ଶିବଙ୍କ ପାଖରେ ୫ ଟି ଜିନିଷ ରଖିବେ ନାହିଁ।

ଭଗବାନ ଶିବଙ୍କ ପାଖକୁ ଜୂତା ଚପଲ ନେଇ ଯିବେ ନାହିଁ।

ମାସିକ ଧର୍ମରେ ମହିଳାମାନେ ପୂଜା ପାଠ କରନ୍ତୁ ନାହିଁ। ଏହା ବହୁତ ବଡ଼ ପାପ ହୋଇଥାଏ।

ଶିବ ଲିଙ୍ଗ ଉପରେ ସର୍ବଦା ଜଳ ଧାରା ରହିବା ଉଚିତ।

ତୁଳସୀ ଗଛ ପାଖରେ ଭଗବାନ ଶିବ ଏବଂ ଭଗବାନ ଗଣେଶଙ୍କୁ ରଖିବେ ନାହିଁ। ଶିବ ଲିଙ୍ଗରେ ତୁଳସୀ ଅର୍ପଣ କରିବେ ନାହିଁ।

ଶାରୀରିକ ସମ୍ବଦ୍ଧ ବନେଇବା ପରେ ଭଗବାନଙ୍କ ପାଖକୁ ପୂଜା କରିବାକୁ ଯାଆନ୍ତୁ ନାହିଁ।

ଶ୍ରାବଣ ମାସରେ କୌଣସି ବି ଶୁଭ କାର୍ଯ୍ୟ କିମ୍ବା ବାହାଘର କରିବା ଉଚିତ ନୁହେଁ।

ଆପଣ ଜାଣିଛନ୍ତି କି ଭୋଳାନାଥଙ୍କୁ କ୍ଷୀର ଦ୍ଵାରା ଅଭିଷେକ କରାଯାଏ। ଏମିତିରେ ଶ୍ରାବଣ ମାସରେ କ୍ଷୀରର ବି ସେବନ କରିବା ଉଚିତ ନୁହେଁ କାରଣ ଏହା ଦ୍ଵାରା ଭୋଳାନାଥ କ୍ରୋଧିତ ହୋଇ ଯାଆନ୍ତି।

ଏହା ଛଡା ଆପଣଙ୍କୁ ଏହି କଥାର ଖାସ ଧ୍ୟାନ ରଖିବା ଉଚିତ କି ସୂର୍ଯ୍ୟ ଉଦୟ ପରେ ଶୟନ କରିବା ବିଲକୁଲବି ଶୁଭ ହୋଇ ନଥାଏ।

ଶ୍ରାବଣ ମାସରେ ବାଇଗଣର ବି ସେବନ କରିବା ଉଚିତ ନୁହେଁ।

ଯଦି ଶ୍ରାବଣ ମାସରେ ଆପଣଙ୍କ ଘରେ କୌଣସି ଷଣ୍ଢ ଆସି ଯାଉଛି ତେବେ ତାହାକୁ ନିଜ ଘରୁ ଘଉଡାଇ ଦିଅନ୍ତୁ ନାହିଁ ତାକୁ କିଛି ଭୋଜନ କରାନ୍ତୁ। ଏହାର ଶୁଭ ଫଳ ମିଳିବ।

ଯଦି ଆପଣ ନିଜ ଘରେ ଏକ ସୁଖମୟ ପରିବେଶ ଚାହୁଁଛନ୍ତି ତେବେ ସବୁଦିନ ଭଗବାନ ଶିବ ଓ ପାର୍ବତୀଙ୍କର ପୂଜା କରିବା ଉଚିତ। ଯଦି ଏହିଭଳି କରୁଛନ୍ତି ତେବେ ଆପଣଙ୍କ ଘରେ ସୁଖ ଶାନ୍ତି ବନିରହିଥାଏ।

ଶ୍ରାବଣ ମାସରେ ଭଗବାନ ଶିବଙ୍କ ସହିତ ଜଡ଼ିତ କୌଣସି ବି ଜିନିଷ କାହାରିକୁ ଉଧାରରେ ଦିଅନ୍ତୁ ନାହିଁ। ଯେମିତିକି ଭଗବାନ ଶିବଙ୍କର ପସନ୍ଦର ଫୁଲ ଫଳ ବସ୍ତ୍ର ଆଦି କାହାରିକୁ ଉଧାରରେ ଦିଅନ୍ତୁ ନାହିଁ।

ଏହି ମାସକୁ ଧନ ପ୍ରାପ୍ତିର ମାସ ମାନାଯାଏ। ଏହି ମାସରେ କାହାରିକୁ ଧନ ଉଧାରରେ ଦିଅନ୍ତୁ ନାହିଁ କି ଏହି ମାସରେ କାହା ଠାରୁ ଧନ ଉଧାର ନିଅନ୍ତୁ ନାହିଁ। ଏହି ମାସରେ ଧନ ଉଧାରରେ ଦେଲେ କିମ୍ବା ନେଲେ ସେହି ଧନ ଫେରସ୍ତ ମିଳିନଥାଏ କି ଯେଉଁ କରଜ ନେଇ ନେଇଥିବେ ସେହି କରଜ ପରିଶୋଧ କରିହେବ ନାହିଁ। ଏଥିପାଇଁ ଏହି ଭୁଲ କରନ୍ତୁ ନାହିଁ।

ଏହି ମାସରେ କେବେବି କାହାରିକୁ କ୍ଷୀର ଦହି ଉଧାରରେ ଦିଅନ୍ତୁ ନାହିଁ। ଏମିତି କଲେ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲିଯିବେ।

 

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *