Excuse Me Odisha

ଯାହା କହିବୁ ସତ କହିବୁ

ଏହି ୮ ଗୋଟି କଥା କାହା ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ, ନଚେତ ସାରା ଜୀବନ ଦୁଃଖକଷ୍ଟ ଭୋଗ କରିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। କିଛି ଏଭଳି ବିଶେଷ କଥା ରହିଛି, ଯାହାକୁ ଅନ୍ୟ ଲୋକଙ୍କ ସମ୍ମୁଖରେ ପ୍ରକାଶ କରିବା ଉଚିତ ନୁହେଁ। ତେବେ ଆଜି ଆମେ ଆପଣଙ୍କୁ ସେହିପରି କିଛି କଥା ସମ୍ପର୍କରେ ଆଲୋଚନା କରିବା ପାଇଁ ଯାଉଛୁ, ଯାହାକୁ ଆପଣ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ପ୍ରଥମେ ଆର୍ଥିକ ଅବସ୍ଥା ବିଷୟରେ ଜାଣିବା। ଆପଣ କେବେବି ନିଜର ଆର୍ଥିକ ଅବସ୍ଥା ବିଷୟରେ କେବେବି ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ କରିବା ଉଚିତ ନୁହେଁ।ନଚେତ ଆପଣ ଏକ କଥାକୁ ନେଇ ଭବିଷ୍ୟତରେ ଅନେକ ଅସୁବିଧାରେ ପଡ଼ି ପାରନ୍ତି। ଏହାସହିତ ଆପଣ ନିଜର ଆର୍ଥିକ ଅବସ୍ଥା ସେମାନଙ୍କୁ କହିବା ଦ୍ଵାରା ସେମାନେ ଏହାର ଫାଇଦା ମଧ୍ୟ ଉଠାଇ ପାରନ୍ତି।

– କେବେବି ଅନ୍ୟମାନଙ୍କ ସାମ୍ନାରେ ନିଜର ପ୍ରେମ ମାମଲା ବିଷୟରେ ଆଲୋଚନା କରିବା ଉଚିତ ନୁହେଁ।ପ୍ରେମ ହେଉଛି ଭଗବାନଙ୍କ ଦାନ ଅଟେ। ଯଦି ଆପଣ ନିଜର ପ୍ରେମ ସମ୍ପର୍କରେ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବେ,ତାହେଲେ ଆପଣ ନିଜେ ଅନେକ ଅସୁବିଧାର ସମ୍ମୁଖୀନ ହେବାର ମଧ୍ୟ ସମ୍ଭାବନା ରହିଛି। କାରଣ ଆଜିର ଦୁନିଆରେ କେହି କାହା କଥା ବୁଝି ପାରନ୍ତି ନାହିଁ। ତେଣୁ ଏଭଳି ଭୁଲ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

– ଆପଣ ନିଜ ଜୀବନରେ କଣ କରିବାକୁ ଚାହୁଁଛନ୍ତି ବା ଆପଣଙ୍କର ଲକ୍ଷ୍ୟସ୍ଥଳ ବିଷୟରେ ଅନ୍ୟମାନଙ୍କ ସହିତ ଆଲୋଚନା କରନ୍ତୁ ନାହିଁ।ଏପରି କରିବା ଦ୍ବାରା ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଏହାସହିତ ଆପଣ ଯଦି ସଫଳ ନ ହୋଇ ପାରିଲେ ତେବେ ଆପଣ ପରିହାସର ଶିକାର ମଧ୍ୟ ହୋଇପାରନ୍ତି। ତେଣୁ ଏଭଳି ଭୁଲ କରନ୍ତୁ ନାହିଁ।

– ଆପଣ କେବେବି ନିଜର ଦୁର୍ବଳତା ବିଷୟରେ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବା ଉଚିତ ନୁହେଁ।ଏଭଳି କରିବା ଫଳରେ ଆପଣ ନିଜ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କ ଶତ୍ରୁ ଏହାର ଲାଭ ଉଠାଇବାର ଅନେକ ସମ୍ଭାବନା ରହିଛି।

– ଆପଣ ଯଦି ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ତାହେଲେ ଏହି ବିଷୟରେ ଆପଣଙ୍କୁ ଅନ୍ୟମାନଙ୍କ ସାମ୍ନାରେ କେବେବି ପ୍ରକାଶ କରିବା ଉଚିତ ନୁହେଁ।ଯଦି ଆପଣ ନିଜର ଦାନ ସମ୍ପର୍କରେ ଅନ୍ୟମାନଙ୍କ ସମ୍ମୁଖରେ ଏହାକୁ ପ୍ରକାଶ କରିବେ, ତେବେ ଆପଣ ଉପହାସର ପାତ୍ର ହୋଇ ପାରନ୍ତି। ଏହାସହିତ ଆପଣଙ୍କ ପୁଣ୍ୟ ମଧ୍ୟ କ୍ଷୟ ହୋଇଥାଏ।

– ଆପଣଙ୍କୁ କେବେବି ନିଜର ବୟସ ସମ୍ପର୍କରେ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବା ଉଚିତ ନୁହେଁ। କେବଳ ଆବଶ୍ୟକ ସମୟରେ ଆପଣ ନିଜର ବୟସ ସମ୍ପର୍କରେ ପ୍ରକାଶ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *