Excuse Me Odisha

ଯାହା କହିବୁ ସତ କହିବୁ

କେବଳ ୧ ଚାମଚ ଖାଆନ୍ତୁ,ପେଟରୁ ଗ୍ୟାସ ପବନ ଭଳି ବାହାରିଯିବ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆପଣଙ୍କୁ ଗୋଟେ ଏଭଳି ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କାଟିବା ଦ୍ଵାରା ଆପଣଙ୍କର ସମସ୍ୟା ପେଟ ଜନିତ ସମସ୍ୟା ଦୂର ହୋଇଯିବ। ଏହାସହିତ ପେଟରେ ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ। କହିବାକୁ ଗଲେ ପେଟରେ କାହିଁକି ଗ୍ୟାସ ସୃଷ୍ଟି ହୋଇଥାଏ, ସେହି ବିଷୟରେ ଜାଣିବା। ଖୁବ୍ ଶୀଘ୍ର ଖାଦ୍ୟର ସେବନ କରିବା, ଶୀଘ୍ର ପାଣିର ସେବନ କରିବା, ସଠିକ ସମୟରେ ନ ଶୋଇବା ଆଦି ଗ୍ୟାସ ବା କୋଷ୍ଠ କାଠିନ୍ୟ ଓ କବଜ ହେବାର କାରଣ ଅଟେ। ଏହାଦ୍ବାରା ଶରୀରରେ ଅନେକ ସମସ୍ୟା ସୃଷ୍ଟି ହେବା ଆରମ୍ଭ ହୋଇ ଯାଇଥାଏ।

ତେବେ ବନ୍ଧୁଗଣ ଗ୍ୟାସ ସମସ୍ୟାକୁ ଦୂର କରିବା ପାଇଁ ପ୍ରଥମ ଉପାୟଟି ଜାଣି ନିଅନ୍ତୁ। ଏଥିପାଇଁ ଆପଣଙ୍କୁ ଜୁଆଣି ଗୁଣ୍ଡ, କଳା ଲୁଣ, ଗରମ ପାଣି ଆବଶ୍ୟକ ଅଟେ। ଏହି ଘରୋଇ ପ୍ରାକୃତିକ ଉପଚାର କରିବା ଖୁବ୍ ସହଜ ଅଟେ। ତେବେ ଆପଣ ଏହାକୁ କିପରି ବ୍ୟବହାର କରିବେ, ସେହି ବିଷୟରେ ଜାଣନ୍ତୁ। ଆପଣ ଖାଇବା ପୂର୍ବରୁ ବା ପରେ ଅଧ ଚାମୋଚ ଜୁଆଣି ଗୁଣ୍ଡ ଓ ଅଳ୍ପ କଳା ଲୁଣ ଖାଇ ନିଅନ୍ତୁ। ତାପରେ ଗୋଟେ ଗ୍ଲାସ ଉଷୁମ ପାଣି ପିଅନ୍ତୁ। ଯଦି ଆପଣ ଏଭଳି ସେବନ କରିବାକୁ ପସନ୍ଦ କରୁ ନାହାନ୍ତି ତାହେଲେ ଆପଣ ଗୋଟେ ଗ୍ଲାସ ଉଷୁମ ପାଣିରେ ଅଧ ଚାମୋଚ ଜୁଆଣି ଗୁଣ୍ଡ ଓ ଅଳ୍ପ କଳା ଲୁଣ ମିଶାଇ ଏହାକୁ ସେବନ କରି ପାରିବେ।

ଏବେ ପେଟର ଗ୍ୟାସ ସମସ୍ୟାକୁ ଦୂର କରିବା ପାଇଁ ଦିତୀୟ ଉପାୟଟି ଜାଣି ନିଅନ୍ତୁ। ଏଥିପାଇଁ ଆପଣଙ୍କୁ ଫାଳେ ଲେମ୍ବୁର ରସ, ପାନମହୁରି ଆବଶ୍ୟକ ଅଟେ। ଏହି ଲେମ୍ବୁ ରସରେ ଗୋଟେ ଚାମୋଚ ପାନମହୁରି ମିଶାଇବା ଉଚିତ। ଯେତେବେଳେ ପାନମହୁରୀ ଲେମ୍ବୁ ରସରେ ଭଲଭାବରେ ମିଶି ଯିବ, ତାପରେ ଏହାକୁ ସେବନ କରନ୍ତୁ।ଏହି ଉପାୟକୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ, ଦେଖିବେ ନିଶ୍ଚିତ ଭାବରେ ଆପଣ ସୁଫଳ ପାଇବେ।

ଏବେ ଆସନ୍ତୁ ପେଟର ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ତୃତୀୟ ଉପାୟ ବିଷୟରେ ଜାଣିବା।ଏଥିପାଇଁ ଆପଣଙ୍କୁ ଗୋଟେ ଗ୍ଲାସ ଉଷୁମ ପାଣି, ହଳଦୀ ଗୁଣ୍ଡ ଓ ସାଧାରଣ ଲୁଣର ଆବଶ୍ୟକତା ରହିଛି। ଆପଣ ଅଳ୍ପ ହଳଦୀ ଗୁଣ୍ଡ ଓ ଅଳ୍ପ ଲୁଣ ନେଇ ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କର ପେଟ ଜନିତ ସମସ୍ୟା ଦୂର ହୋଇଯିବ।

ଏବେ ଆସନ୍ତୁ ପେଟର ଗ୍ୟାସ ସମସ୍ୟାକୁ ଦିର କରିବା ପାଇଁ ଚତୁର୍ଥ ଉପାୟ ବିଷୟରେ ଜାଣିବା। ଏଥିପାଇଁ ଆପଣ ଗୋଟେ ଗିନାରେ ପାଣି ନିଅନ୍ତୁ। ସେଥିରେ ଲେମ୍ବୁରସ ଚିପୁଡି ଦିଅନ୍ତୁ। ଏହାକୁ ଆପଣ ନିୟମିତ ଭାବରେ ଖାଲି ପେଟରେ ବ୍ୟବହାର କରି ପାରିବେ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ଗ୍ୟାସ, ବଦହଜମ, କବଜ ଭଳି ସମସ୍ୟାରୁ ମୁକ୍ତି ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *