Excuse Me Odisha

ଯାହା କହିବୁ ସତ କହିବୁ

୧୫ ଦିନରେ ଥରେ ଏହି ଉପାୟ କରନ୍ତୁ, କବଜ, ରକ୍ତହୀନତା, କୋଷ୍ଠକାଠିନ୍ୟ, ଅର୍ଶ ଭଳି ରୋଗରୁ ମୁକ୍ତି ପାଇବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ଆଜିକାଲି ଲିଭର ସମସ୍ଯା, ରକ୍ତହୀନତା ଭଳି ସମସ୍ଯା ସାଧାରଣ ହୋଇ ଗଲାଣି। ଲୋକମାନଙ୍କ ଶରୀରରେ ପୋଷଣର ଅଭାବ ଯୋଗୁଁ ସେମାନେ ଅନେକ ରୋଗରେ ପୀଡିତ ହେଉଛନ୍ତି। ତେବେ ଯଦି ଆପଣଙ୍କର କୋଷ୍ଠ କାଠିନ୍ୟ ବା କବଜ ଭଳି ସମସ୍ଯା, ଅର୍ଶ ଭଳି ସମସ୍ଯା ରହିଛି

ତାହେଲେ ଆମେ ଆପଣଙ୍କୁ ଏକ ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ସେବନ କରିବା ଦ୍ଵାରା ଆପଣ ଅନେକ ରୋଗରୁ ମୁକ୍ତି ପାଇବେ। ଏହି ଉପଚାରକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ ଅଟେ।ତେବେ ଆସନ୍ତୁ ଜାଣିବା ଏହି ଉପଚାର ପାଇଁ କେଉଁ ସବୁ ସାମଗ୍ରୀର ଆବଶ୍ୟକତା ରହିଛି ଏବଂ ଏହାକୁ କିପରି ପ୍ରସ୍ତୁତ କରିବେ।

ଆମେ ଯେଉଁ ଘରୋଇ ପ୍ରାକୃତିକ ଉପାୟ ବିଷୟରେ କହିବାକୁ ଯାଉଛୁ, ତାହା ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ବିଟ, ଗାଜର ଓ ପାଳଙ୍ଗ ଶାଗ, ଆମଲା ପାଉଡର ଆବଶ୍ୟକ ଅଟେ। ଏହା ଆପଣଙ୍କୁ ନିଜ ଘରୁ ବା କୌଣସି ପରିବା ଦୋକାନରୁ ଅତି ସହଜରେ ମିଳିଯିବ।ଏହି ୩ ପ୍ରକାରର ପରିବାକୁ ଭଲ ଭାବେ ଧୋଇ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଏହାର ଜୁସ ପ୍ରସ୍ତୁତ କରନ୍ତୁ। ଏହି ଜୁସକୁ ସେବନ କଲେ, ଖୁବ୍ ଶୀଘ୍ର ଆପଣ ସୁଫଳ ପାଇବେ।

ଏହି ଜୁସକୁ ଗୋଟେ ଗ୍ଲାସରେ କାଢି, ଏଥିରେ ଅଧ ଚାମଚ ଆମଲା ପାଉଡର ମିଶାଇ ଦିଅନ୍ତୁ। ଏହି ଜୁସକୁ ଆପଣ ମାତ୍ର ୧୫ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। କିନ୍ତୁ ଏହାକୁ ସକାଳୁ ଖାଲି ପେଟରେ ସେବନ କରିବେ।ଏଭଳି କରିବା ଦ୍ୱାରା ଆପଣଙ୍କ ଶରୀରର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କୁ ଆରାମ ମିଳିବ। ଯଦି ଆପଣଙ୍କର ଏନିମିଆ ବା ରକ୍ତହୀନତା ଭଳି ସମସ୍ଯା ରହିଛି

ତାହେଲେ ଆପଣ ଏହି ଜୁସକୁ ନିଶ୍ଚିତ ଭାବରେ ସେବନ କରନ୍ତୁ। ଦେଖିବେ ଖୁବ୍ ଅଳ୍ପ ଦିନରେ ଆପଣଙ୍କ ଶରୀରରେ ରକ୍ତ ବୃଦ୍ଧି ହେବା ସହିତ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିବ।ଏହି ପ୍ରାକୃତିକ ଉପଚାରକୁ ପ୍ରସ୍ତୁତ କରିବା ବହୁତ ସହଜ ଅଟେ। ଏଭଳି ୧୫ ଦିନ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କଲେ ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିବ।

ବନ୍ଧୁଗଣ, ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *