Excuse Me Odisha

ଯାହା କହିବୁ ସତ କହିବୁ

ବେଲ ଗଛ ଗୃହର କେଉଁଠି ରହିଲେ ହୋଇଥାଏ ଧନର ବର୍ଷା,ଆଉ କେଉଁଠାରେ ରହିଲେ ହୋଇଥାଏ ସର୍ବନାଶ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବେଲ ଗଛ ଗୃହର କେଉଁଠି ରହିଲେ ଧନର ବର୍ଷା ଗୃହରେ କେଉଁଠି ରହିଲେ ହୁଏ ସର୍ବନାଶ।

ବନ୍ଧୁଗଣ ଆସନ୍ତୁ ଜାଣିବା ବେଲ ଗଛକୁ ଗୃହରେ କେଉଁଠି ଏବଂ କିପରି ରଖିଲେ ବାସ୍ତୁଦୋଷ ଦୂର ହେବା ସହ ଗୃହରେ ଧନର ବର୍ଷା ହୋଇଥାଏ। ବେଲ ଗଛ ଗୋଟେ ଏମିତି ଗଛ ଯିଏକି ସମସ୍ତ ସଂସାରର ଦୁର୍ଲଭ ଅଟେ ତାର ଦିବ୍ୟତା ତାରଦୁର୍ଲ୍ଭତା ତାର ଔଷଧୀୟ ଗୁଣ ତାର କ୍ଷମତା ପାଇଁ ସମସ୍ତ ଦେବୀ ଦେବତା ଏବଂ ସମସ୍ତ ମନୁଷ୍ୟ ଜାତିର ପ୍ରିୟ ଏବଂ ଆଦରିଣୀୟ ହୋଇଥାଏ। ପୁରାଣ ଶାସ୍ତ୍ର ଅନୁସାରେ ଏହି ଗଛର ସୃଷ୍ଟି ମା ଲକ୍ଷ୍ମୀଙ୍କର ଅଂଶରୁ ହୋଇଅଛି ଯାହାକି ଆପଣ ମାନେ ଅଳ୍ପ ବହୁତ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ ବସ୍ତୁ ଉପରେ।

ଆସନ୍ତୁ ଜାଣିବା ବେଲ ଗଛର କିଛି ଔଷଧିୟ ଏବଂ ଉପକାରିତା ଗୁଣ ବିଷୟରେ।

ଏହି ଗଛରେ ସାକ୍ଷତ ଶିବ ଏବଂ ଶକ୍ତିଙ୍କର ବାସ ହୋଇଥାଏ। ବେଲ ପତ୍ରର ତ୍ରିଶାଖାରେ ତ୍ରିଦେବ ବାସ କରିଥାନ୍ତି ବା ବ୍ରହ୍ମା ବିଷ୍ଣୁ ମହେଶ୍ୱର ବାସ କରିଥାନ୍ତି। ଏଣୁ ବେଲ ଗଛ ମୂଳରେ ସବୁଦିନ ସ୍ନାନ କରି ସାରି ପାଣି ଦେଲେ କୋଟି ପୁଣ୍ୟ ମିଳିଥାଏ ଏବଂ ଶିବ ଶଙ୍କରଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଯାହା ଫଳରେ କି ସେହି ମନୁଷ୍ୟ ସମସ୍ତ ପ୍ରାଣୀକୁ ବସ କରିବାର ଶକ୍ତି ଲାଭ କରିଥାଏ ଏବଂ ଚାକିରୀ ତଥା ବ୍ୟବସାୟରେ ସଫଳତା ଲାଭ କରିଥାଏ। ଧନବାନ ହେବାରୁ ମଧ୍ୟ କେହି ରୋକି ପାରନ୍ତି ନାହିଁ। ଅମାପ ଧନର ଅଧିକାରୀ ହୋଇଥାନ୍ତି।

ବେଲ ପତ୍ର ହେଉଛି ଭଗବାନ ଶିବ ଏବଂ ସମସ୍ତ ଦେବୀ ମାନଙ୍କର ପ୍ରିୟ ପତ୍ର। ଯାହାକି ସୁଖୀ ଯାଏ ହେଲେ କେବେବି ବାସୀ ହୁଏନାହିଁ। ଏହି ପତ୍ରରେ ଚନ୍ଦନର ଲେପ ଲଗାଇ ଶିବ ତଥା ଦେବୀଙ୍କୁ ଅର୍ପଣ କରିବା ଦ୍ୱାରା ମନୁଷ୍ୟର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ବେଲ ଗଛର କାଠିକୁ ଚନ୍ଦନ ପରି ଘୋରି ଭଗବାନ ଶିବ ତଥା ଦେବୀଙ୍କୁ ଟୀକା ଲଗେଇଲେ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ମନୁଷ୍ୟ ନିଜ ମଥାରେ ଏହି ବେଲ କାଠିର ଘୋରୀକୁ ଚନ୍ଦନ ପରି ଟୀକା ଲଗେଇଲେ ସମସ୍ତ ପ୍ରାଣୀକୁ ବସ କରିପାରିଥାଏ। ସମସ୍ତ କାର୍ଯ୍ୟରେ ବିଜୟୀ ଲାଭ କରିପାରିଥାଏ।

ସୋମବାର ଦିନ କିମ୍ବା ଚତୁର୍ଦଶି ଦିନ ବେଲ ଗଛ ମୂଳରେ ଧୂପ ଦୀପ ଭୋଗ ପଣା ଏହିସବୁ ସମର୍ପଣ କରି ସେହି ବେଲ ଗଛର ଚେରକୁ ଆଣି ଏକ ଲାଲ ସୂତାରେ ଗୁନ୍ଥି ଶରୀରରେ ଧାରଣ କଲେ ବାହାରର ନକରାତ୍ମକ ତଥା ଦୁଷ୍ଟ ଶକ୍ତିକୁ ପ୍ରବେଶ କରିବାକୁ ଦେଇନଥାଏ ଏବଂ ଶରୀରରେ ଥିବା ନକରାତ୍ମକ ତଥା ଦୁଷ୍ଟ ଶକ୍ତିକୁ ଏବଂ ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ର ଶକ୍ତିକୁ ଶରୀରରୁ ବାହାର କରି ଦେଇଥାଏ। ଯେଉଁ ମନୁଷ୍ୟର ବିବାହ ହୋଇପାରୁନଥାଏ କିମ୍ବା ସନ୍ତାନ ହେଉନଥାଏ ତ ଏହି ବେଲ ଗଛର ଚେର ଧାରଣ କରିବା ଦ୍ୱାରା ଏହି ବେଲ ଗଛକୁ ସବୁଦିନ ପୂଜା କରିବା ଦ୍ୱାରା ଖୁବଶୀଘ୍ର ବିବାହ ହୋଇଥାଏ ଏବଂ ସନ୍ତାନ ହେଉନଥିବା ଲୋକଙ୍କର ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ।

ଯେଉଁ ବ୍ୟକ୍ତି ଭଗବାନ ଶିବ ଏବଂ ଦେବୀଙ୍କର ଆରୋଧନା କରୁଥାନ୍ତି ଏବଂ ସେମାନେ ଯଦି ବେଲ ଗଛର ମୂଳରେ ବସି ଶିବ ତଥା ଦେବୀଙ୍କର ମନ୍ତ୍ର ଜପ କରନ୍ତି ତେବେ ଖୁବଶୀଘ୍ର ସେମାନଙ୍କର ସାଧନା ପୂର୍ଣ୍ଣ ହୋଇଥାଏ ଏବଂ ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ

ସାଧାରଣତଃ ଘର ଚାରି ପାଖରେ ବଡ଼ ବଡ଼ ଗଛ ରହିବା ଅଶୁଭ ହୋଇଥାଏ ଏବଂ ସେହିସବୁ ଗଛର ଛାଇ ଘରେ ପଡିବା ଦ୍ୱାରା ବାସ୍ତୁଦୋଷ ଉତ୍ପନ ହୋଇଥାଏ। ମାତ୍ର ଏହି ବେଲ ଗଛ ଏମିତି ଏକ ଦିବ୍ୟ ଗଛ ଯାହାକି ଘରର ଚତୁରପାର୍ଶ୍ଵରେ ଯେକୌଣସି ସ୍ଥାନରେ ରହିଲେ ଏହା ଶୁଭ ହୋଇଥାଏ। ଆଉ ଏହି ବେଲ ଗଛର ଛାଇ ଘର ଉପରେ ପଡିଲେ ଘରର ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ଘରର ନକରାତ୍ମକତା ମଧ୍ୟ ଦୂର ହୋଇଥାଏ।

ଆସନ୍ତୁ ଜାଣିବା ବେଲ ଗଛ ଗୃହରେ କେଉଁ ଦିଗରେ ରହିଲେ କଣ ହୋଇଥାଏ।

ବେଲ ଗଛ ଉତ୍ତର କିମ୍ବା ଉତ୍ତର-ପୂର୍ବ ଐଶ୍ଵଣ୍ୟ କୋଣରେ ରହିଲେ ଧନ କିମ୍ବା ଅର୍ଥର ଅଭାବ ରହିବ ନାହିଁ ଏବଂ ଅଭାବ ଥିଲେ ଧନ ଆଗମନର ବାଟ ଖୋଲିଯିବ।

ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଗୃହରେ ଶାନ୍ତି ବଜାୟ ରହିଥାଏ।

ଘରେ ପଶ୍ଚିମ ଦିଗରେ ଏହି ବେଲ ଗଛ ରହିଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ।

ଘରର ଦକ୍ଷିଣ ଦିଗରେ ଏହି ବେଲ ଗଛ ରହିଲେ ଦୁର୍ଘଟଣା ଜନିତ ସମସ୍ୟା ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *