Excuse Me Odisha

ଯାହା କହିବୁ ସତ କହିବୁ

ଛୋଟ ପିଲାଙ୍କର କୃମିଦୋଷ, ଜାଣନ୍ତୁ ଏହାର କାରଣ ଏବଂ ଲକ୍ଷଣ ,ଆଉ କେମିତି ଏହାର ଉପଚାର କରିବେ ?

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ପ୍ରାୟତଃ ଅଧିକାଂଶ ଛୋଟ ପିଲା ମାନଙ୍କୁ କୃମି ହୋଇଥାଏ।ଯାହାଫଳରେ ସେମାନଙ୍କର ମଳଦ୍ୱାରକୁ କୁଣ୍ଡାଇ ହୁଏ,ଖାଦ୍ୟ ଖାଇବା କମିଯାଏ, ପେଟ ଫୁଲିଯାଏ, ପାଠ ପଢ଼ିବାକୁ ଇଚ୍ଛା ହୁଏନାହିଁ। ଏହି ସମୟ ରେ ସେମାନଙ୍କ ମଳରେ ଛୋଟ ଛୋଟ କୃମି ପଡିଥିବାର ଦେଖିବାକୁ ମିଳେ। ଏହାକୁ କୃମି ଦୋଷ ବୋଲି କୁହାଯାଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଛୋଟ ପିଲାଙ୍କୁ କୃମି ଦୋଷ ହେଲେ ସେମାନଙ୍କୁ ବେଳେବେଳେ ନାଳଝାଡ଼ା ମଧ୍ୟ ହୋଇଥାଏ।ତେଣୁ ଯଦି ଆପଣଙ୍କ ପିଲାଙ୍କର କୃମି ଦୋଷର ଏଭଳି ଲକ୍ଷଣ ଦେଖା ଯାଉଛି, ତାହେଲେ ତୁରନ୍ତ ଏହାର ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯଦି ଛୋଟ ପିଲାମାନେ ଖୋଲା ପଡ଼ିଆରେ ମଳ ତ୍ୟାଗ କରନ୍ତି, ତାହେଲେ ଅଳ୍ପ ଦିନ ମଧ୍ୟରେ ସେଥିରୁ ଲାଭା ବାହାରି ତାଙ୍କ ଚର୍ମ ଦେଇ ଏହି ଲାଭା ଶରୀରକୁ ପ୍ରବେଶ କରିଥାଏ।

ଅଧିକାଂଶ ଛୋଟ ପିଲାମାନେ ମାଟିରେ ଖେଳିବାକୁ ଭଲ ପାଇଥାନ୍ତି। ମାଟିରେ ଖେଳିବା ସମୟରେ ପାଟିରେ ମଧ୍ୟ ହାତ ମାରିଥାନ୍ତି। ତେବେ ପାଟି ଦେଇ ଏହି କୃମି ପେଟକୁ ଯାଇଥାଏ। ଏହି ଲାଭା ଗୁଡ଼ିକ ବହୁତ ଛୋଟ ହୋଇଥାନ୍ତି ଓ ଏହା କେବେବି ଖାଲି ଆଖିରେ ଦେଖା ଯାଆନ୍ତି ନାହିଁ। ତେବେ ଏହି କୃମି ଛୋଟ ପିଲାଙ୍କ ଶରୀରରେ ରହିବା ଦ୍ଵାରା ସେମାନଙ୍କ ଶରୀରରେ ପୃଷ୍ଟିହିନତା ଓ ରକ୍ତହୀନତା ଭଳି ସମସ୍ୟା ଦେଖା ଦେଇଥାଏ।

ରକ୍ତହୀନତା ଅଭାବରୁ ପିଲାଙ୍କର ମାନସିକ ଓ ଶାରିରୀକ ବିକାଶରେ ବାଧା ଉତ୍ପନ୍ନ ହୋଇଥାଏ। ଏହାସହିତ ପିଲାଙ୍କର ଉଚ୍ଚତା ଓ ଓଜନ ହ୍ରାସ ହେବା ସହିତ ବୁଦ୍ଧିର ବିକାଶ ମଧ୍ୟ ହୋଇନଥାଏ। ତେଣୁ କୃମି ଦୋଷ ଠାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ସ୍ୱଚ୍ଛତା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।

କେବେ ଖୋଲା ସ୍ଥାନରେ ମଳତ୍ୟାଗ କରିବା ଉଚିତ ନୁହେଁ। ଏଥିପାଇଁ ପାଇଖାନା ବ୍ୟବହାର କରନ୍ତୁ। ବଜାରରୁ ପରିବା କିଣି ଘରକୁ ଆଣିବା ପରେ ଏହାକୁ ଭଲଭାବରେ ଧୋଇ ନିଅନ୍ତୁ।ସର୍ବଦା ପାଣିକୁ ଫୁଟାଇ ଓ ଛାଣି କରି ସେବନ କରନ୍ତୁ।ଛୋଟ ପିଲାମାନେ ସବୁବେଳେ ପାଟିରେ ହାତ ଦେଇଥାନ୍ତି। ତେଣୁ ସେମାନଙ୍କ ହାତକୁ ସର୍ବଦା ଧୁଅନ୍ତୁ ଓ ପରିଷ୍କାର ରଖନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ସହିତ ଆପଣଙ୍କ ପରିବାର ଲୋକେ ଓ ପିଲାମାନେ ନିରୋଗ ରହିବେ।

କୃମି ଦୋଷ ହେଲେ, ପିଲାମାନେ ମଳଦ୍ୱାର କୁଣ୍ଡେଇ ଥାଆନ୍ତି, ଯାହାଫଳରେ ସେମାନଙ୍କ ନଖରେ ସେହି ଅଣ୍ଡା ଗୁଡ଼ିକ ଲାଗି ଯାଇଥାଏ। ଏହାପରେ ପୁଣି ସେମାନେ ନିଜ ହାତକୁ ପାଟିରେ ପୁରେଇ ଥାଆନ୍ତି। ଏଭଳି ହେବା ଦ୍ଵାରା ଏହାଦ୍ୱାରା ଅଧିକ ସଂକ୍ରମଣ ଅଧିକ ବୃଦ୍ଧି ପାଇଥାଏ। ଏହା ଶରୀରର ପାଇଁ କ୍ଷତିକାରକ ଅଟେ।

ଏହାସହିତ ଆପଣ ସର୍ବଦା ସେମାନଙ୍କ ହାତକୁ ପରିଷ୍କାର କରନ୍ତୁ ଓ ସେମାନଙ୍କ ପୋଷାକ, ବେଡ଼ସିଟ ଆଦିକୁ ଗରମ ପାଣିରେ ସଫା କରି ଟାଣ ଖରାରେ ଶୁଖାଇ ଦିଅନ୍ତୁ।କହିବାକୁ ଗଲେ ଭାରତରେ କୃମି ଦୋଷ ବହୁତ ବଢ଼ି ଗଲାଣି। ୧୦୦ ଜଣଙ୍କ ଭିତରୁ ୨୦ ଜଣ ଏହି ରୋଗରେ ଶିକାର ହେଉଛନ୍ତି। ୨୦୧୫ ମସିହାରୁ ଦି ୱାର୍ମିଂ ଡେ ଭଳି ଏକ ଦିନ ଆରମ୍ଭ କରାଯାଇଛି। ଏହିଦିନରେ ୧ ବର୍ଷରୁ ୧୯ ବର୍ଷ ବୟସର ସବୁ ପିଲାଙ୍କୁ କୃମି ବଟିକା ଦିଆଯାଇଥାଏ। ଏହି ଔଷଧ ସ୍କୁଲ ଓ ଅଙ୍ଗନବାଡ଼ିରେ ପିଲାମାନଙ୍କୁ ଦିଆଯାଇଥାଏ। ତେଣୁ ଏହି ରୋଗରୁ ନିଜ ପିଲାଙ୍କୁ ଦୂରେଇ ରଖିବାକୁ ଚାହୁଁଥିଲେ ପ୍ରଥମେ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ।

ତେବେ ବନ୍ଧୁଗଣ ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *