Excuse Me Odisha

ଯାହା କହିବୁ ସତ କହିବୁ

ପରିସ୍ରାକୁ ଅଧିକ ସମୟ ଅଟକାଇବା ଦ୍ଵାରା ନଷ୍ଟ ହୋଇଯାଇଥାଏ କିଡନୀ, ତେଣୁ ରୁହନ୍ତୁ ସାବଧାନ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ଶରୀର ପ୍ରତି ଧ୍ୟାନ ଦେଉ ନାହାନ୍ତି ଏବଂ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯେପରି ଅଧିକ ବ୍ୟସ୍ତତା ମଧ୍ୟରେ ଅଧିକାଂଶ ଲୋକମାନେ ପରିସ୍ରାକୁ ଅଟକାଇ ରଖିଥାନ୍ତି। କିନ୍ତୁ ଜାଣତରେ ହେଉ ବା ଅଜାଣତରେ ଏଭଳି କରିବା କଦାପି ଉଚିତ ନୁହେଁ। ପରିସ୍ରା ବନ୍ଦ କରିବା ଦ୍ୱାରା ଶରୀରର ଅନେକ ଅଙ୍ଗ ଉପରେ ଖରାପ ପ୍ରଭାବ ପଡ଼ିଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।ଉପରେ ଖରାପ ପ୍ରଭାବ ପକାଇଥାଏ।

ପ୍ରତ୍ୟେକ ମନୁଷ୍ୟର ବୟସ ଅନୁଯାୟୀ ପରିସ୍ରା ବନ୍ଦ କରିବାର କ୍ଷମତା ରହିଥାଏ। ଉଦାହରଣ ସ୍ୱରୂପ, ଛୋଟ ପିଲାମାନଙ୍କର ମୂତ୍ରାଶୟରେ କେବଳ ୧ରୁ ୨ ଘଣ୍ଟା ପର୍ଯ୍ୟନ୍ତ ପରିସ୍ରା ଅଟକି ରହିପାରେ। କିନ୍ତୁ ଯେତେବେଳେ ସେମାନେ ଟିକିଏ ବୟସ୍କ ହୁଅନ୍ତି, ସେମାନଙ୍କର ପରିସ୍ରା ଅଟକାଇବାର କ୍ଷମତା ୨ରୁ ୪ ଘଣ୍ଟା ପର୍ଯ୍ୟନ୍ତ ବଢିଯାଏ।କିନ୍ତୁ ବୃଦ୍ଧ ବୟସର ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇ ରଖି ପାରନ୍ତି ନାହିଁ। ତେବେ ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇ ରଖିବା ଦ୍ଵାରା ଶରୀରର ମାଂସପେଶୀ ଦୁର୍ବଳ ହୋଇଯାଏ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖା ଦେଇଥାଏ।

ଦୀର୍ଘ ସମୟ ଧରି ପରିସ୍ରା ଅଟକାଇବା ଦ୍ଵାରା ହେଉଥିବା ସମସ୍ୟା :-

ବୃଦ୍ଧ ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇ ରଖି ପାରନ୍ତି ନାହିଁ। କିନ୍ତୁ ନିୟମିତ ଭାବରେ ପରିସ୍ରାକୁ ଅଟକାଇ ରଖିବା ଯୋଗୁଁ ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ। ଏହାର କାରଣ ହେଉଛି, ପରିସ୍ରାକୁ ନିୟମିତ ଭାବରେ ବନ୍ଦ କରିବା ଦ୍ୱାରା ମୂତ୍ରାଶୟ ଦୁର୍ବଳ ହୋଇ ପଡ଼ିଥାଏ। ଏହାସହିତ କିଡନୀ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡେ।

କିଡନୀ ନଷ୍ଟ ହେବାର ସମ୍ଭାବନା ରହିଥାଏ :-

ନିୟମିତ ଭାବରେ ପରିସ୍ରା ଅଟକାଇ ରଖିବା ଦ୍ଵାରା କିଡନୀରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ଯେପରି କିଡନୀ ନଷ୍ଟ ବା କିଡନୀରେ ଛିଦ୍ର ହୋଇଯିବା। ଏଭଳି ହେବା ଦ୍ଵାରା ଭବିଷ୍ୟତରେ କିଡନୀ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ବଢିଯାଏ। ପରିସ୍ରା ବନ୍ଦ ହେବା ଦ୍ୱାରା କିଡନୀରେ ପଥର ବା କିଡନୀ ଷ୍ଟୋନ ହୋଇଯାଏ।

ମୂତ୍ରାଶୟରେ ସଂକ୍ରମଣ ହୋଇ ଯାଇଥାଏ :-

ଆଜିକାଲି ଅଧିକାଂଶ ମହିଳାମାନଙ୍କରେ ୟୁରିନ ସଂକ୍ରମଣ ହେବା ଏକ ସାଧାରଣ ସମସ୍ୟା ହୋଇ ଗଲାଣି। ମୂତ୍ରାଶୟ ସଂକ୍ରମଣ ହେବାର ଅନେକ କାରଣ ରହିଛି, ସେଥିମଧ୍ୟରୁ ଗୋଟିଏ ହେଉଛି ପରିସ୍ରା ଅଟକାଇ ରଖିବା। ଯଦି ଆପଣ ସଠିକ ସମୟରେ ପରିସ୍ରା ଯିବେ ନାହିଁ, ତାହେଲେ ଜୀବାଣୁ ବୃଦ୍ଧି ହୋଇଥାଏ।ଏହି ସଂକ୍ରମଣ ଯୋଗୁଁ ଅନେକ ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଥାଏ। ଯଦି ଆପଣଙ୍କର ବାରମ୍ବାର ୟୁରିନ ସଂକ୍ରମଣ ଭଳି ସମସ୍ୟା ସୃଷ୍ଟି ହେଉଛି, ତାହେଲେ ଆପଣ ସଠିକ ସମୟରେ ପରିସ୍ରା ଯାଆନ୍ତୁ ଏବଂ ପ୍ରଚୁର ପରିଣାମରେ ଜଳ ପିଅନ୍ତୁ।

ଯନ୍ତ୍ରଣା ବଢିପାରେ :-

ପରିସ୍ରାକୁ ଦୀର୍ଘ ସମୟ ଧରି ଅଟକାଇ ରଖିବା ଦ୍ୱାରା ମୂତ୍ରାଶୟର ଉପରେ ଚାପ ପଡ଼ିଥାଏ ଏବଂ ଯନ୍ତ୍ରଣା ହେବାକୁ ଲାଗେ।ଏହି ଯନ୍ତ୍ରଣା କିଡନୀ ରୋଗ ହେବାର ଆଶଙ୍କାକୁ ବଢ଼ାଇ ଦେଇଥାଏ। ତେଣୁ ସର୍ବଦା ଏଥିପ୍ରତି ଧ୍ୟାନ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *