ଋଷି, ମୁନିଋଷି ଏବଂ ସାଧୁଙ୍କ ମଧ୍ୟରେ କଣ କଣ ସବୁ ପାର୍ଥକ୍ୟ ?
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ଆଜି ଆମେ ଏହି ଲେଖାରେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ତେଣୁ ଆପଣ ମାନେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ପଢନ୍ତୁ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।ହିନ୍ଦୁ ଧର୍ମରେ ପୁରାତନ ଯୁଗରୁ ମୁନିଋଷି ଏବଂ ମହର୍ଷି ମାନଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି।
କାରଣ ସେମାନେ ପ୍ରତ୍ୟକ୍ଷଦର୍ଶୀ ଏବଂ ମହାତ୍ମା ଥିଲେ।ପୌରାଣିକ ଓ ଗ୍ରନ୍ଥରେ ଯେଉଁ ଅସମ୍ଭବ କାର୍ଯ୍ୟ ବିଷୟରେ ଲେଖା ଯାଇଛି, ସେହି ଅସମ୍ଭବ କାର୍ଯ୍ୟ ସବୁ ସାଧାରଣ ମଣିଷଙ୍କ ଦ୍ଵାରା ସମ୍ଭବ ନୁହେଁ। ଏହିସବୁ କାର୍ଯ୍ୟ ମୁନିଋଷିଙ୍କ ଦ୍ଵାରା ସମ୍ଭବ ହେଉଥିଲା।ଆମେ ଆଜିକାଲିର ସନ୍ଥ ପୁରୁଷଙ୍କ ସହିତ ପୌରାଣିକ ଯୁଗର ଋଷିଙ୍କୁ ତୁଳନା କରିପାରିବା ନାହିଁ।ଆମେ ଆଜି ସେହି ଋଷି, ସାଧୁ ଏବଂ ସନ୍ଥଙ୍କ ବିଷୟରେ ଜାଣିବା।
ହିନ୍ଦୁଧର୍ମ ଶାସ୍ତ୍ରରେ ଋଷି ବୈଦିକ ସଂସ୍କୃତ ଭାଷାର ଏକ ଶବ୍ଦ ଅଟେ, ଯାହା ଜଣେ ସିଦ୍ଧି ପୁରୁଷଙ୍କୁ ଦର୍ଶାଇ ଥାଏ।ପୌରାଣିକ ଯୁଗରେ ଯେଉଁମାନେ ବୈଦିକ ଭାଷାର ରଚନା କରୁଥିଲେ ଏବଂ ଯୁଗ ଯୁଗ ପର୍ଯ୍ୟନ୍ତ ତପ ଜପ କରୁଥିଲେ, ସେମାନଙ୍କୁ ଋଷି କୁହାଯାଉଥିଲା। ଏହି ମୁନିଋଷି ମାନେ ସେମାନଙ୍କର ଧ୍ୟାନ ବଳରେ ଭବିଷ୍ୟତ ଦେଖି ପାରୁଥିଲେ।
ଏମାନେ ଅନେକ ବର୍ଷ ତପସ୍ୟା କରି ଦେବୀ ଓ ଦେବତା ମାନଙ୍କୁ ପ୍ରସନ୍ନ କରୁଥିଲେ ଏବଂ ଲୋକମାନଙ୍କୁ ଉଚିତ ମାର୍ଗଦର୍ଶନ କରାଉଥିଲେ। ଋଷିମାନଙ୍କ ମଧ୍ୟରେ କ୍ରୋଧ, ଲୋଭ, ମୋହ ଏବଂ ଇର୍ଷା ଆଦି ନଥାଏ।ଏହି ଋଷିଗଣ ତାଙ୍କର ଯୋଗ ସାଧନା ବଳରେ ନିଜକୁ ପରମାତ୍ମାଙ୍କୁ ସମର୍ପିତ କରି ଦେଇଥାନ୍ତି।ପୁରାଣରେ କେତୁ, ପୁଲହ, ପୁଲସତ୍ୟ , ଅତ୍ରି ,ଅଙ୍ଗିରା, ବଶିଷ୍ଠ ଋଷିଙ୍କ ବିଷୟରେ ବର୍ଣ୍ଣିତ ରହିଛି। ଏମାନଙ୍କୁ ସପ୍ତ ଋଷି କୁହାଯାଏ।
ପୌରାଣିକ କାଳରେ ଯେଉଁ ମଣିଷ ଜ୍ଞାନ ଓ ତପ ବଳରେ ଲୋକ କଲ୍ୟାଣ କରିଥାନ୍ତି, ସେମାନଙ୍କୁ ହିଁ ମହାତ୍ମା ବା ଋଷି କୁହାଯାଉଥିଲା। ଯେଉଁମାନଙ୍କର ଜ୍ଞାନ ଚକ୍ଷୁ ଜାଗୃତ ଥିଲା, ସେହି ଋଷିଙ୍କୁ ମଜରୁଷି କୁହାଯାଉଥିଲା।ଯେଉଁ ଋଷି ମାନଙ୍କର ପରମ ଚକ୍ଷୁ ଜାଗୃତ ଥିଲା, ସେ ବ୍ରହ୍ମଋଷି ନାମରେ ନାମିତ ହେଉଥିଲେ।କହିବାକୁ ଗଲେ ମୁନି ଶବ୍ଦର ଅର୍ଥ ହେଉଛି ମୌନ।
ମୁନିଗଣ ଅଳ୍ପ କହୁଥିଲେ ଏବଂ ପୌରାଣିକ ଓ ବେଦର ଜ୍ଞାନ ଆହରଣ କରୁଥିଲେ। ଏହାସହିତ ଏମାନେ ସର୍ବଦା ଈଶ୍ୱରଙ୍କର ଜପ କରୁଥିଲେ।ମୁନିଋଷି ମାନେ ଶାସ୍ତ୍ରରେ ପାରଙ୍ଗମ ଥିଲେ ଏବଂ ଶାସ୍ତ୍ରକୁ ଅନୁସରଣ କରି ମାନବ ସମାଜକୁ ମାର୍ଗ ଦର୍ଶନ କରାଉଥିଲେ।
ପୌରାଣିକ କାଳରେ ମୁନିଋଷି ମାନେ ଅନେକ ବର୍ଷ ପର୍ଯ୍ୟନ୍ତ ଯୋଗ ସାଧନ କରୁଥିଲେ ଏବଂ ବିନା ଖାଦ୍ୟ ପାନୀୟରେ ତପସ୍ୟା କରି ଦେବୀଦେବତାଙ୍କୁ ପ୍ରସନ୍ନ କରୁଥିଲେ।ଯେଉଁ ମନୁଷ୍ୟ ସଂସ୍କୃତରେ ସାଧନା କରିଥାନ୍ତି ଏବଂ ଲୋକ ମାନଙ୍କୁ ସତ୍ ମାର୍ଗ ଦେଖେଇ ଥାଆନ୍ତି।ଏହାସହିତ ସାଧୁ ମାନେ କାମ, କ୍ରୋଧ, ଲୋଭ, ମୋହ ତ୍ୟାଗ କରିଥାନ୍ତି।