Excuse Me Odisha

ଯାହା କହିବୁ ସତ କହିବୁ

ମୃତ୍ୟୁର 40 ସେକେଣ୍ଡ ପୂର୍ବରୁ କଣ ହୋଇଥାଏ , ଜାଣନ୍ତୁ ମୃତ୍ୟୁ ପୂର୍ବର ଲକ୍ଷଣ…..

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମୃତ୍ୟୁର ୪୦ ସେକେଣ୍ଡ ପୂର୍ବରୁ କଣ ହୁଏ।

ବନ୍ଧୁଗଣ ମଣିଷର ସବୁଠାରୁ ସତ୍ୟ କଥା ହେଉଛି ମୃତ୍ୟୁ। ଜିଏବି ଏହି ପୃଥିବୀ ପୃଷ୍ଠରେ ଜନ୍ମ ନେଇଥାଏ ସେ ଦିନେ ନା ଦିନେ ମୃତ୍ୟୁ ବରଣ କରିଥାଏ କିନ୍ତୁ ମୃତ୍ୟୁର ୪୦ ସେକେଣ୍ଡ ପୂର୍ବରୁ ମଣିଷ ସହିତ ବହୁତ କିଛି ଭୟଙ୍କର ଘଟଣା ଓ ବହୁତ କିଛି ଯନ୍ତ୍ରଣାଦାୟକ ଘଟଣା ଘଟିଥାଏ। ଯେଉଁ ବିଷୟରେ କଳ୍ପନା କରିବା ମଧ୍ୟ ଅସମ୍ଭବ ହୋଇଥାଏ। ସେହି ସମୟରେ କିଛି କ୍ଷଣକର ଦୃଶ୍ୟ ଆମେ ଏହି ପୋଷ୍ଟରେ ଜଣାଇବାକୁ ଯାଉଛୁ।

ବନ୍ଧୁଗଣ ଏହି ଧରିତ୍ରୀ ପୃଷ୍ଠରେ ଜନ୍ମ ନେଇଥିବା ସମସ୍ତ ମଣିଷ ନିଜର ଅନ୍ତିମ ସମୟରେ ଏହା ହିଁ ଚିନ୍ତା କରିଥାଏ କି ମୃତ୍ୟୁ ପରେ ତାଙ୍କୁ ମୋକ୍ଷ ପ୍ରାପ୍ତି ହେଉ ବୋଲି ଏଥିପାଇଁ ସମସ୍ତେ ମୃତ୍ୟୁ ପୂର୍ବରୁ କାଶୀ ଯିବାକୁ ଇଛା ରଖିଥାନ୍ତି। ଏହା କୁହାଯାଏ କି କାଶୀ ଯାହାକୁ କି ସ୍ୱୟଂ ଭଗବାନ ଶିବ ସୃଷ୍ଟି କରିଛନ୍ତି। ସବୁଠାରୁ ପବିତ୍ର ଏବଂ ପାବନ ସ୍ଥଳୀ ଏହା ହୋଇଥାଏ ଯେଉଁଠାରେ ସମସ୍ତ ମନୁଷ୍ୟଙ୍କୁ ମୃତ୍ୟୁ ପରେ ମୋକ୍ଷ ମିଳିଯାଇଥାଏ।

ସେମାନେ ଯେତେ ପାଠ କରିଥାନ୍ତୁ ନାଁ କାହିଁକି ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ବ୍ୟକ୍ତିର ମୃତ୍ୟୁ କାଶୀରେ ହୋଇଥାଏ ଅବା ଯାହାର ଏହା ଇଛା ରହିଥାଏ କି ମୃତ୍ୟୁ ପରେ ତାଙ୍କର ଅସ୍ତିକୁ କାଶୀରେ ବିସର୍ଜନ କରାଯାଉ ବୋଲି ତେବେ ସେହି ବ୍ୟକ୍ତିଙ୍କୁ ଅବଶ୍ୟ ମୁକ୍ତି ମିଳିଥାଏ। ସେ ଯେତେ ପାପ କରନ୍ତୁ ନାଁ କାହିଁକି ଏବଂ ତାଙ୍କୁ ଯମ ଲୋକରେ ମିଳୁଥିବା ଯାତନା ଦେଖିବାକୁ ମିଳିନଥାଏ। ଏହି ବିଷୟରେ ଗରୁଡ଼ ପୁରାଣରେ ବର୍ଣ୍ଣିତ ରହିଅଛି। ମୃତ୍ୟୁରେ ୪୦ ସେକେଣ୍ଡ ପୂର୍ବରୁ ମୃତ୍ୟ ବ୍ୟକ୍ତିଙ୍କର ଆତ୍ମାକୁ କାଶୀ ସ୍ଥିତ କାଳଭୈରବଙ୍କ ଦ୍ଵାରା କରାଯାଏ ଏବଂ ତାଙ୍କୁ ଭୈରବ ଯାତନା ଦିଆଯାଇଥାଏ।

ଭୈରବି ଯାତନା ଯମ ଲୋକରେ ମିଳୁଥିବା ଯାତନା ଠାରୁ ଅଧିକ ଭୟଙ୍କର ଓ ଯନ୍ତ୍ରଣା ଦାୟକ ହୋଇଥାଏ। ଏହି ୪୦ ସେକେଣ୍ଡରେ ମଣିଷ ସମସ୍ତ ଜନ୍ମର ଭଲ କର୍ମର ଓ ଖରାପ କର୍ମର ଦୃଶ୍ୟକୁ ଖୁବ ଦ୍ରୁତ ଗତିରେ ଦେଖାଯାଇଥାଏ। ଯାହା ଦ୍ୱାରା ତାଙ୍କୁ ତାଙ୍କର ସମସ୍ତ କର୍ମର ଅନୁଭବ ହୋଇଥାଏ ସେ ଯେତେବେଳେ ଯାହା ସହିତ ଭଲ କିମ୍ବା ଖରାପ କିଛି କରିଥିବେ ତାହାର ୪୦ ହଜାର ଗୁଣା କଷ୍ଟକୁ ୪୦ ସେକେଣ୍ଡ ମଧ୍ୟରେ ଭୋଗିବାକୁ ପଡିଥାଏ। ଯାହା ଦ୍ୱାରା କି ତାଙ୍କୁ ଭଲ କର୍ମ ପାଇଁ ଆନନ୍ଦ ଏବଂ ଖରାପ କର୍ମ ପାଇଁ ଅସଯ ପୀଡାର ଅନୁଭବ ହୋଇଥାଏ।

ଏହି ପୀଡା ଏତେ ମାତ୍ରାରେ କଷ୍ଟଦାୟକ ହୋଇଥାଏ ଯେ ଯେପରି ଏକ ଗରମ ଫୁଟନ୍ତା ଏକ ତେଲ କଢ଼ାରେ ତାଙ୍କୁ ଫୁଟାଇ ଫୁଟା ଯାଉଅଛି। ଏଥିପାଇଁ କରାଯାଇଥାଏ କି ଯାହା ଦ୍ୱାରା ସେ ୪୦ ସେକେଣ୍ଡରେ ମଣିଷର ସମସ୍ତ ଖରାପ କର୍ମର ଫଳ ନଷ୍ଟ ହୋଇଯାଉ ବୋଲି। କିଛି ସମୟରେ ଯେବେ ତାଙ୍କର ଆତ୍ମା ଶୁଦ୍ଧ ହୋଇଯାଏ ସେହି ସମୟରେ ଆତ୍ମାକୁ ପରମାତ୍ମାଙ୍କ ଭିତରେ ଲିନ କରାଯାଏ ଏବଂ ତାଙ୍କୁ ସଦାସର୍ବଦା ପାଇଁ ଜୀବନ ମୃତ୍ୟୁର ବନ୍ଧନରୁ ମୁକ୍ତି ମିଳିଯାଇଥାଏ। ଏହା ଥିଲା ମୃତ୍ୟ ପୂର୍ବରୁ ୪୦ ସେକଣ୍ଡରେ କଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *