Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଗଙ୍ଗାଜଳ ଏହିପରି ଭାବରେ ରଖୁଥିଲେ, ଘରକୁ ଆସିଥାଏ ଦୁର୍ଭାଗ୍ୟ ଏବଂ କାଳ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ଏହିପରି ରଖାଯାଇଥିବା ଗଙ୍ଗା ଜଳ ଘରକୁ ଆଣିଥାଏ ଦୁର୍ଭାଗ୍ୟ ଏବଂ କାଙ୍ଗାଳୀ।

ବନ୍ଧୁଗଣ ଯଦି ଆମ ଘରର ବାସ୍ତୁ ଠିକ ଥାଏ ତେବେ ଆମ ଜୀବନର ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିଥାଏ। କୌଣସି ଅସୁବିଧା ବା ଅସଫଳତା ଆସୁନଥାଏ। ଏଥିପାଇଁ କୁହାଯାଏ ଘରର ମନ୍ଦିର ଯାହାର ଠିକ ଥାଏ ତା ଜୀବନରେ କୌଣସି ଅଶୁଭ ଘଟଣା ବା ଅଶୁଭ ସ୍ଥିତି କେବେବି ଆସିବ ନାହିଁ। ତା ଜୀବନରେ ସବୁବେଳେ ସକରାତ୍ମକତା ରହିବ ଏବଂ ଭଗବାନ ତା ଘରେ ସର୍ବଦା ବାସ କରିବ। ବନ୍ଧୁଗଣ ଯେଉଁ ବ୍ୟକ୍ତି ହିନ୍ଦୁ ଧର୍ମର ପାଳନ କରିଥାଏ ତା ଘରେ ସର୍ବଦା ଗଙ୍ଗା ଜଳ ହିଁ ଥାଏ। ଗଙ୍ଗା ସ୍ନାନ କରିବାକୁ ଯାଉ କିମ୍ବା ମାର୍କେଟରେ ଥିବା ଗଙ୍ଗା ଜଳ ତା ଘରେ ଗଙ୍ଗା ଜଳ ନିଶ୍ଚୟ ଥାଏ।

ତେଣୁ ବନ୍ଧୁଗଣ ଜଣା ଅଜଣାରେ ଆମ ଦ୍ୱାରା ଯେଉଁ ଅଶୁଦ୍ଧତା ହୋଇଥାଏ ତାକୁ ଆମେ ଗଙ୍ଗା ଜଳ ଦ୍ୱାରା ହିଁ ଶୁଦ୍ଧ କରିଥାଉ ଏବଂ ଏହା ସହ ପ୍ରତିଦିନ ପୂଜାରେ ମଧ୍ୟ ଗଙ୍ଗା ଜଳର ମହତ୍ୱ ରହିଥାଏ। ଏହି କାରଣରୁ ପ୍ରତ୍ୟକଙ୍କ ଘରେ ଗଙ୍ଗା ଜଳ ମିଳିଥାଏ। ତେଣୁ ବନ୍ଧୁଗଣ ଯଦି ଆପଣ ନିଜ ଘରେ ଗଙ୍ଗା ଜଳ ରଖୁଛନ୍ତି ତେବେ ଭୁଲରେ ଏହି ଭୁଲ କରନ୍ତୁ ନାହିଁ। ଯାହା ଦ୍ୱାରା କି ଘରେ ଅଶୁଭ ହେଉ। ହିନ୍ଦୁ ଧର୍ମରେ ଗଙ୍ଗା ନଦୀକୁ ମାର ମାନ୍ୟତା ଦିଆଯାଇଛି। ତେଣୁ ଭକ୍ତ ମାନେ ଗଙ୍ଗା ଜଳକୁ ନିଜ ଘରେ ରଖିଥାନ୍ତି।

ସବୁଠୁ ପ୍ରଥମେ ଯେଉଁ ବ୍ୟକ୍ତି ଘରର ମନ୍ଦିରରେ ଗଙ୍ଗା ଜଳ ରଖିଥାଏ ଆପଣ ନିଶ୍ଚୟ ଧ୍ୟାନ ରଖିବେ କି ଯେଉଁ ଘରେ ଗଙ୍ଗା ଜଳ ରଖୁଛନ୍ତି ସେ ରୁମରେ ଭୁଲରେ ବି ମାଂସ ମଦର ସେବନ କରିବେ ନାହିଁ। ଏପରି କରିବା ଦ୍ୱାରା ଆପଣ ପାପର ଭାଗୀ ବନିବେ ଏବଂ ଆପଣଙ୍କୁ ଏହାର ଗ୍ରହଦୋଷ ମଧ୍ୟ ଲାଗିଥାଏ ଏବଂ ସେ ଗ୍ରହଦୋଷ ଏମତି ଥାଏ ଯାହା ଖଣ୍ଡିତ ହୋଇପାରେ ନାହିଁ। ଏହି କାରଣରୁ ଯଦି ଘରେ ଗଙ୍ଗା ଜଳ ରଖିକରି ଏହି ଭୁଲ କରୁଛନ୍ତି ତେବେ ଆପଣ ସାବଧାନ ହୋଇଯାଅନ୍ତୁ।

ପ୍ଲାଷ୍ଟିକ ପାତ୍ରରେ କେବେବି ଗଙ୍ଗା ଜଳ ରଖନ୍ତୁ ନାହିଁ। ଆଜିକାଲି ଦେଖାଯାଉଛି ଗଙ୍ଗା ଜଳ ପ୍ଲାଷ୍ଟିକ ବୋତଲରେ ରଖୁଛନ୍ତି କିନ୍ତୁ ଏହା ଠିକ ନୁହେଁ। ଯଦି ମାର୍କେଟ ବା ନଦୀରୁ ଆଣୁଛନ୍ତି ପ୍ଲାଷ୍ଟିକ ବୋତଲରେ ଗଙ୍ଗା ଜଳ ତେବେ ଘରେ ଆସି କାଚ ବା ଅନ୍ୟ ଧାତୁରେ ରଖନ୍ତୁ କିନ୍ତୁ ପ୍ଲାଷ୍ଟିକ ପାତ୍ରରେ ରଖନ୍ତୁ ନାହିଁ।

ଗଙ୍ଗା ଜଳ ରଖିବାର ଦିଗ ମଧ୍ୟ ରହିଛି। ଘରେ କେଉଁ ଦିଗରେ ଗଙ୍ଗା ଜଳ ରଖିଲେ ଆମକୁ ଫାଇଦା ମିଳିବ।

ସବୁଠୁ ପ୍ରଥମେ ଘରେ ମନ୍ଦିରରେ ଗଙ୍ଗା ଜଳ ରଖିଲେ କୌଣସି ଦିଗର ଆବଶ୍ୟକତା ନାହିଁ କିନ୍ତୁ ଘରର ମନ୍ଦିର ଛାଡି ଅନ୍ୟ କୌଣସି ଜାଗାରେ ରଖୁଥିଲେ ଘରର ଐଶ୍ଵଣ୍ୟ କୋଣରେ ରଖିବେ। ଏହି ଦିଗ ଧାର୍ମିକ କାମ ପାଇଁ ସର୍ବତମ ମାନାଯାଏ ଏବଂ ଏହି ଦିଗରେ ଗଙ୍ଗା ଜଳ ରଖିଲେ ଘରର ଅଭାବ ରୁହେନାହିଁ, ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିଥାଏ, ଘରେ କଳହ ହୋଇନଥାଏ ତେଣୁ ଗଙ୍ଗା ଜଳକୁ ଘରର ଐଶ୍ଵଣ୍ୟ କୋଣରେ ହିଁ ରଖିବେ। ସର୍ବଦା ଧ୍ୟାନ ରଖିବେ ଗଙ୍ଗା ଜଳ ଯେଉଁ ଜାଗାରେ ରଖୁଛନ୍ତି ସେହି ଜାଗା ସଫା ସୁତରା ହୋଇଥିବ ଏବଂ ପବିତ୍ର ହୋଇଥିବ।

ସେଥିପାଇଁ ଗଙ୍ଗା ଜଳକୁ ଘରର ପୂଜା ଘରେ ହିଁ ରଖନ୍ତୁ। ଗଙ୍ଗା ଜଳକୁ ଆପଣ ଏପରି ସ୍ଥାନରେ ରଖିବେନି ଯେଉଁଠାରେ କି ଅନ୍ଧାର ହେଉଥିବ। ଅନ୍ଧାର ଏବଂ ନକରାତ୍ମକ ଗୋଟେ ଜିନିଷ ଅଟେ। ଯେଉଁଠାରେ ଅନ୍ଧାର ଥାଏ ସେଠାରେ ନକରାତ୍ମକତା ଆସିଥାଏ। ଏଣୁ ଗଙ୍ଗା ଜଳକୁ ଏପରି ସ୍ଥାନରେ ରଖିବେନି ଯେଉଁଠାରେ କି ଅନ୍ଧାର ହେଉଥିବ। ଗଙ୍ଗା ଜଳକୁ କେବେବି ବିନା ସ୍ନାନରେ ଛୁଇଁବେ ନାହିଁ। ସ୍ନାନ କରିବା ପରେ ଛୁଇଁବେ। ଯଦି ଆପଣ ସ୍ନାନ କରିବା ପୂର୍ବରୁ ଗଙ୍ଗା ଜଳ ଛୁଇଁବେ ତେବେ ପାପର ଭାଗୀ ହୋଇଥାନ୍ତି। ତେଣୁ ଗଙ୍ଗା ଜଳ ଛୁଇଁବା ପୁର୍ବରୁ ନିଶ୍ଚୟ ସ୍ନାନ କରିନିଅନ୍ତୁ।

ଗଙ୍ଗା ଜଳରେ ଏପରି ଏକ ଉପାୟ ଜଣେଇବୁ ଯାହା କରିବା ଦ୍ୱାରା ଧନର ଅଭାବ କେବେବି ରହିବ ନାହିଁ। ଏହି ଉପାୟ ଦ୍ୱାରା ସୁର୍ଯ୍ୟ ଗ୍ରହ ଆପଣଙ୍କର ମଜବୁତ ହେବ। ଏବଂ ଯେଉଁ ବ୍ୟକ୍ତିଙ୍କର ସୁର୍ଯ୍ୟ ଗ୍ରହ ମଜବୁତ ଥିବ ତା ଜୀବନରେ କେବେବି କୌଣସି ଅସୁବିଧା ଆସିବ ନାହିଁ। ଉପାୟଟି ହେଉଛି।

ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ପାଣି ଦେବା ସମୟରେ ଏକ ତମ୍ବା ପାତ୍ରରେ ଜଳ ନେଇକି ଏକ ତୁଳସୀ ପତ୍ର ପକେଇବେ ଏହା ସହିତ ଗଙ୍ଗା ଜଳ ପକେଇବେ ଏହା ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ। ଏହି ଜଳକୁ ଏପରି ପକେଇବେ କି ଯେପରି ଏହାର ବୁନ୍ଦା ଆପଣଙ୍କ ଉପରକୁ ଛିଟକିବ। ଏହା ସହିତ ଓଁ ଭାସ୍କରାୟ ନମଃ ବା ଓଁ ସୂର୍ଯ୍ୟାୟ ନମଃ ୭ ଥର ଜପ କରିବେ। ଏହା ଆପଣଙ୍କ କୁଣ୍ଡଳୀରେ ଥିବା ସୂର୍ଯ୍ୟଙ୍କର ଖରାପ ପ୍ରଭାବ ଦୂର ହେବ ଏବଂ ଏହା ଦ୍ବାରା ବ୍ୟବସାୟ କାର୍ଯ୍ୟରେ ସଫଳତା ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *