Excuse Me Odisha

ଯାହା କହିବୁ ସତ କହିବୁ

ମେଷ ରାଶି ୨୦୨୨ : ପୁରୁଷ ଓ ମହିଳାଙ୍କ ବାର୍ଷିକ ରାଶିଫଳ ! ଭାଗ୍ୟ ଚମକିବ ଏହି ବର୍ଷ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମେଷ ରାଶି ୨୦୨୨ ପୁରୁଷ ଏବଂ ମହିଳାଙ୍କ ବାର୍ଷିକ ରାଶିଫଳ।

ବନ୍ଧୁଗଣ ୨୦୨୨ ମେଷ ରାଶି ପାଇଁ ଆସିବ ବହୁତ ପରିବର୍ତ୍ତନ। କେତେକ କ୍ଷେତ୍ରରେ ମିଳିବ ଶୁଭ ଫଳ ସନ୍ତାନଙ୍କ ପାଇଁ ରହିବ ଚିନ୍ତା। ପ୍ରେମରେ ଆଣିବଟୁଇଷ୍ଟ। ଜାଣନ୍ତୁ ରାଶି ଫଳ ୨୦୨୨ର ମେଷ ରାଶି ବ୍ୟକ୍ତିଙ୍କ ବାର୍ଷିକ ରାଶି ଫଳ ୨୦୨୨। ଆପଣଙ୍କ ଜୀବନ ସହିତ ଜଡ଼ିତ ମହତ୍ୱପୂର୍ଣ୍ଣ ଦୃଷ୍ଟିକୋଣରୁ ଭବିଷ୍ୟବାଣୀ। ଆପଣଙ୍କ କ୍ୟାରିୟର ବ୍ୟାପାର ବାଣିଜ୍ୟ ପରିବାର ପ୍ରେମ ବିବାହ ଏବଂ ସ୍ୱାସ୍ଥ୍ୟ ଜୀବନ ସମ୍ପର୍କରେ ଜାଣିବା। ୨୦୨୨ ରେ କଣ କହୁଛି ଆପଣଙ୍କ ରାଶି ଚକ୍ର

ପ୍ରଥମ ମେଷ ରାଶି ବ୍ୟକ୍ତିଙ୍କ ପାଇଁ ସମ୍ପୂର୍ଣ୍ଣ ବାର୍ଷିକ ରାଶିଫଳ। ଏହି ରାଶିର ବ୍ୟକ୍ତିମାନେ ବିଚାର କରିବାରେ ପାରଙ୍ଗମ ଥାନ୍ତି। ଏହି ରାଶିର ସ୍ୱାମୀ ମଙ୍ଗଳ ଅଟେ। ଏହି ରାଶିର ବ୍ୟକ୍ତିଙ୍କ ସ୍ୱାଭାବରେ ଅଳ୍ପ ଉଗ୍ର ହୋଇଥାନ୍ତି। କ୍ରୋଧ ଆକ୍ରମତା ଯୋଗୁ ଧର୍ଯ୍ୟ ଶକ୍ତିକୁ ହରାଇ ବସନ୍ତି। କାର୍ଯ୍ୟ ଜିଦିରେ କରିବାକୁ ଅଧିକ ପସନ୍ଦ କରିଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କ ନେତୃତ୍ୱକୁ ଲୋକମାନେ ପ୍ରଶଂସା କରିଥାନ୍ତି। ପାଠ ପଢିବାକୁ ଏମାନେ ବହୁତ ପସନ୍ଦ କରିଥାନ୍ତି। ସ୍ୱଭାବ ବିରୋଧରେ କାର୍ଯ୍ୟ କରିବାକୁ ଏମାନେ ପସନ୍ଦ କରିଥାନ୍ତି। ପରିବାର ସହିତ ସ୍ନେହ ବଜାଇ ରଖିବାକୁ ବହୁତ ପସନ୍ଦ। ଅନୁଶାସନ ରହିବା ପସନ୍ଦ କରିଥାନ୍ତି। ଏହି ରାଶିର ଲୋକମାନେ ସମାଜରେ ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି।

ତେବେ ଏହି ରାଶିର ବ୍ୟକ୍ତିଙ୍କ ୨୦୨୨ର ଆର୍ଥିକ ଅବସ୍ଥାରୁ ଫାଇଦା ମିଳିବ ତା ସହିତ ଜମି ସମ୍ବଦ୍ଧିତ ମାମଲାରେ ସାବଧାନ ରହିବାକୁ ପଡ଼ିପାରେ। କାରଣ ସେଥିରେ ଆପଣଙ୍କୁ ଅନ୍ୟଥା ଧକା ମିଳିପାରେ। ମାର୍ଚ୍ଚ ମାସରେ ବ୍ୟାପାର ସହିତ ଜଡ଼ିତ ଯାତ୍ରାରେ ସୁଫଳ ମିଳିବା ସହିତ ଏପ୍ରିଲ ମାସରେ ଖର୍ଚ୍ଚ ଅଧିକ ବୃଦ୍ଧି ପାଇବ। ଜୁନରେ ଆମଦାନୀ ହ୍ରାସ ପାଇବାରେ ସମ୍ଭାବନା ରହିଛି। ଅଗଷ୍ଟରେ ପୁଣି ଆର୍ଥିକ ଜୀବନକୁ ସୁଧାରିବ। ବର୍ଷ ଶେଷରେ ଆପଣଙ୍କର ଖର୍ଚ୍ଚରେ ବୃଦ୍ଧି ହେବାର ବହୁତ ସମ୍ଭାବନା ରହିଛି। ଏହି ସମୟରେ ଆପଣଙ୍କୁ ନିଜ ରୋଜଗାର ଉପରେ ଧ୍ୟାନ ଦେବାକୁ ପଡିବ। ଚଳିତ ବର୍ଷ ଆପଣ କୌଣସି ନୂଆ ବାହନ କ୍ରୟ କରିବାର ସମ୍ଭାବନା ରହିଛି। ତେବେ କ୍ୟାରିୟର ଏବଂ ବିଜନେସ ବର୍ଷ ଆରମ୍ଭରେ ଆପଣଙ୍କ କାର୍ଯ୍ୟ ଭାର ରହିବ ଯେଉଁ କାରଣରୁ ମିଜର ବ୍ୟକ୍ତିଗତ ଜୀବନକୁ ଟିକେ କମ ସମୟ ଦେଇପାରନ୍ତି। ଯଦି ରଚନାତ୍ମକ କାର୍ଯ୍ୟରେ ଜଡିତ ତେବେ ବର୍ଷ ଆରମ୍ଭରେ ଭଲ ରହିବ। ଏହି ସମୟରେ ଆପଣଙ୍କ ବ୍ୟାପର ବିସ୍ତାର ହେବାର ସମ୍ଭାବନା ରହିଛି। କାର୍ଯ୍ୟ କ୍ଷେତ୍ରରେ ସାଥୀଙ୍କ ସହ ମନ ମତାନ୍ତର ସ୍ଥିତି ଉପୁଜି ପାରେ। ମେ ମାସରେ ନିଜ କଷ୍ଟ ଏବଂ ପରିଶ୍ରମର ଫଳ ପ୍ରାପ୍ତି ହୋଇପାରେ। ଅଧିକାରୀଙ୍କ ସହ ସୁସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ। ବର୍ଷ ମଝିରେ ଆପଣଙ୍କ ବ୍ୟାପାରରେ କମ ବେସି ଲାଭ ମିଳିବାର ସମ୍ଭାବନା ରହିଛି। ଏହି କାରଣ ଯୋଗୁ ବ୍ୟବସାୟ କିମ୍ବା କାର୍ଯ୍ୟ କ୍ଷେତ୍ରରେ ଯାତ୍ରା କରିବାକୁ ପଡିପାରେ। ଅକ୍ଟୋବରରେ ବ୍ୟାପାର ଅଥବା କାର୍ଯ୍ୟରେ ବିଦେଶ କମ୍ପାନୀ ସହିତ ସମ୍ପର୍କ ସ୍ଥାପିତ ମଧ୍ୟ ହୋଇପାରେ। ବର୍ଷ ଅନ୍ତରେ ଆପଣଙ୍କୁ କଷ୍ଟର ଫଳ ପ୍ରାପ୍ତି ହୋଇପାରେ। ରାଜନୀତି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିପାରେ।

ତେବେ ଏହି ରାଶି ବ୍ୟକ୍ତିଙ୍କ ୨୦୨୨ ରେ ପାରିବାରିକ ଜୀବନ କିପରି ରହିବାର ସମ୍ଭାବନା ରହିଛି। ଏହି ବର୍ଷ ମିତ୍ରଙ୍କ ସହ ଆତ୍ମୀୟତା ବଢିବ। ଆପଣ ସେମାନଙ୍କ ସହ ନିଜର ଦୁଃଖ କଷ୍ଟ ସେୟାର କରିପାରିବେ। ଶଶୁର ଘର ତରଫରୁ ଆର୍ଥିକ ସହଯୋଗ ପ୍ରାପ୍ତି ହୋଇପାରେ। ପରିବାରରେ ଶାଶୁ ବହୁ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ରହିବ। ଯଦି ସନ୍ତାନଙ୍କ ଶିକ୍ଷାରେ କୌଣସି ବାଧା ଆସୁଛି ତେବେ ତାହା ଦୂର ହୋଇଯିବ। ଆର୍ଥିକ କାରଣରୁ ପରିଜନଙ୍କ ସହ ସମ୍ପର୍କରେ ଦୂରତା ଦେଖାଦେବ। ଏପ୍ରିଲରେ ଆପଣଙ୍କ ପରିବାରରେ ପୂଜା ପାଠର କାର୍ଯ୍ୟକ୍ରମ ବଢ଼ିପାରେ। ଜୁଲାଇରେ ସନ୍ତାନଙ୍କୁ ନେଇ କୌଣସି ଚିନ୍ତାରେ ପଡିପାରନ୍ତି। ସନ୍ତାନର ଉଚିତ ମାର୍ଗଦର୍ଶନ କରିବା ଏହା ଆପଣଙ୍କ ପ୍ରଥମ ପ୍ରାଥମିକତା।

ବିବାହ ସମ୍ପର୍କରେ ଏହି ରାଶିର ବ୍ୟକ୍ତିଙ୍କ ୨୦୨୨ କିପରି କଟିବ। ଏହି ବର୍ଷ ବୈବାହିକ ଜୀବନ ଭଲ ରହିବ। ବର୍ଷ ଆରମ୍ଭରେ ଆପଣଙ୍କ ବୈବାହିକ ଜୀବନ ମଧୁରତାରେ ଭରି ରହିବ। ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝି ପାରିବେ। ବର୍ଷର ମଧ୍ୟ ଭାଗରେ ଜୀବନସାଥୀଙ୍କୁ ନେଇ ମତଭେଦ ହୋଇପାରେ। ଏଥିପାଇଁ ଆପଣଙ୍କୁ ନିଜ ବାଣୀ ଉପରେ କାବୁ ରଖିବାକୁ ପଡିବ। ଯଦି ପ୍ରେମ କରୁଛନ୍ତି ଅଗଷ୍ଟ ମାସରେ ଖୋଲିକି କହିପାରିବେ। ହୋଇପାରେ ସାଥୀଙ୍କ ପାଖରୁ ସକରାତ୍ମକ କଥା ଶୁଣିବାକୁ ମିଳିପାରେ। ଏହି ବର୍ଷ ଯଦି ପ୍ରେମ ବିବାହ ସମ୍ପର୍କରେ ଭାବୁଛନ୍ତି ତେବେ ୨୦୨୨ ରେ ବିବାହ ନିଶ୍ଚୟ କରି ନିଅନ୍ତୁ। ଅକ୍ଟୋବରରେ ଆପଣଙ୍କ ମନ ଧର୍ମ ତଥା ଆଧ୍ୟାତ୍ମିକତା ପ୍ରତି ଉତ୍କୃଷ୍ଟ ହୋଇପାରେ। ଆପଣଙ୍କୁ ସାଂସାରିକ କଥା ସବୁ ବେକାର ଲାଗିବ। ବର୍ଷ ଅନ୍ତିମ ମାସରେ ସାଥୀଙ୍କ ସହିତ ସମ୍ପର୍କ ନିବିଡ ହେବ। ସମ୍ପର୍କରେ ରୋମାନ୍ସ ବୃଦ୍ଧି ପାଇବ।

ସ୍ୱାସ୍ଥ୍ୟ ସମ୍ବଦ୍ଧରେ ୨୦୨୨ରେ ଏହି ରାଶିର ଜାତକଙ୍କର ସ୍ୱାସ୍ଥ୍ୟ ମିଶାମିସି ରହିବ। ବର୍ଷ ଆରମ୍ଭରେ ଆପଣଙ୍କ ସ୍ୱାଭବରେ କ୍ରୋଧ ଦେଖାଦେଇପାରେ। ଏଥିରେ କାବୁ ରଖିବାକୁ ପଡିପାରେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ସଜାଗ ରହିବାକୁ ପଡିପାରେ ନଚେତ ଆପଣ ଅସୁବିଧାରେ ପଡିପାରନ୍ତି।

ତେବେ ମାର୍ଚ୍ଚ ମାସରେ ଯାନ ବାହନ ପ୍ରତି ସାବଧାନ ରୁହନ୍ତୁ।

ଜୁନ ମାସରେ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ଜୁଲାଇ ମାସରେ ଆପଣଙ୍କୁ ତ୍ୱଚା ରୋଗ ହୋଇପାରେ।

ତା ସହିତ ଥଣ୍ଡା ଜ୍ଵର ମଧ୍ୟ ହୋଇପାରେ। ଦରକାର ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *