Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଘରକୁ ଆସନ୍ତି ଏହି ଜୀବ,ତା ହେଲେ ବୁଝି ଯାଆନ୍ତୁ ଯେ ଆପଣଙ୍କର ଦୁଃଖର ଦିନ ସରିଗଲା,ଆଉ ମିଳିବ ଢେର ସାରା ଖୁସି,ଜାଣନ୍ତୁ କେଉଁ କେଉଁ ଜୀବ ?

ସେୟାର୍ କରନ୍ତୁ

ବନ୍ଧୁଗଣ, ସାଧାରଣତଃ କେତେବେଳେ ଆପଣଙ୍କ ଜୀବନରେ ସୁଖ ଲାଗି ରହିଥାଏ। କେତେବେଳେ ଦୁଃଖର ଛାୟା ମଧ୍ୟ ଖେଳି ଯାଇଥାଏ। ପ୍ରତ୍ୟେକ ଲୋକର ଜୀବନରେ ଅନେକ ପରିସ୍ଥିତି ଆସିଥାଏ। କିନ୍ତୁ ଏହିସବୁ ସମୟ ଚକ୍ର କାରଣରୁ ହୋଇଥାଏ। ସମୟ ଠାରୁ ବଳବାନ ଆଉ କେହି ନୁହନ୍ତି। ଆଜି ଆମେ ଆପଣ ମାନଙ୍କୁ କିଛି ଶୁଭ ସଙ୍କେତ ବିଷୟରେ କହିବାକୁ ଯାଉଛୁ, ଯାହା ଦ୍ଵାରା ଆପଣ ଶୁଭ ସମୟ ବିଷୟରେ ଜାଣି ପାରିବେ। ଆସନ୍ତୁ ଜାଣିବା କଣ ସେହି ବିଶେଷ ସଙ୍କେତ।

୧/ ଯଦି ଆପଣଙ୍କ ଆଖି ବ୍ରହ୍ମ ମୂହୁର୍ତ୍ତରେ ଖୋଲିଥାଏ, ଏବଂ ଆପଣଙ୍କୁ ଇଶ୍ଵରଙ୍କ ସ୍ମରଣ ହୋଇଥାଏ, ଅଥବା ଆପଣଙ୍କୁ ଏଭଳି ଅନୁଭବ ହୋଇଥାଏ ଯେ ଆପଣଙ୍କୁ କେହି ଅନ୍ୟ ଦିଗ ଆଡକୁ ନେଇଯାଉଛନ୍ତି। ତେବେ ଆପଣ ବୁଝି ଯାଆନ୍ତୁ ଯେ ଆପଣଙ୍କ ପାଇଁ ସଫଳତାର ନୂତନ ଦ୍ଵାର ଖୋଲିବାକୁ ଯାଉଅଛି।

୨/ ଆପଣ ଯଦି କେବେ ଅନୁଭବ କରିଛନ୍ତି ଯେ ଆପଣଙ୍କ ମନ ବିନା କାରଣରୁ ପ୍ରସନ୍ନ ରହିଥାଏ, ଏହି ସଙ୍କେତ ଦର୍ଶାଇଥାଏ ଆପଣଙ୍କ ଜୀବନରେ ଖୁସିର ଲହରୀ ଖେଳିବାକୁ ଯାଉଅଛି। ଏହାଦ୍ଵାରା ଆପଣ ସର୍ବଦା ପ୍ରସନ୍ନ ରହିବେ। ଏଭଳି ସମୟରେ ଆମେ ଯେଉଁ ଜିନିଷ ସମ୍ବନ୍ଧରେ ବିଚାର କରି ନଥାଉ, ଆମକୁ ସେହି ଜିନିଷ ଉପରେ ଖୁସି ଖବର ମଧ୍ୟ ମିଳିଯାଇଥାଏ।ଆମ ମନ ଭିତରେ ଇଶ୍ଵର ବାସ କରିଥାନ୍ତି। ଏଥିପାଇଁ ମନ ସର୍ବଦା ପ୍ରସନ୍ନ ରହିବା ସବୁଠାରୁ ବଡ ଶୁଭ ସଙ୍କେତ ମାନାଯାଇଥାଏ।

୩/ ଯଦି ଆପଣଙ୍କ ଘରେ ଗୋମାତା ବାରମ୍ବାର କିଛି ଖାଇବାକୁ ଆସିଥାନ୍ତି, ମାଙ୍କଡ ଆପଣଙ୍କ ଘରୁ ଜିନିଷ ନିଜେ ଉଠାଇ ନେଇଯିବା, ବିରାଡି ଆପଣଙ୍କ ଘରେ ନିଜ ଛୁଆକୁ ଜନ୍ମ ଦେବା, ପକ୍ଷୀ ଆପଣଙ୍କ ଅଗଣାରେ ନିଜ ବାସଗୃହ ବନାଇବା, ଏଭଳି ଅନେକ ଶୁଭ ସଙ୍କେତ ଦର୍ଶାଇଥାଏ ଯେ ଆପଣଙ୍କ ପାଇଁ ଆସୁଥିବା ସମୟ ଆପଣଙ୍କୁ ବଳବାନ ବନାଇବ। ଆପଣ ନିଜ ଜୀବନରେ ଏକ ଯୋଗ୍ୟ ପଦବୀ ପାଇବାକୁ ଯାଉଛନ୍ତି।

୪/ ଯଦି କୌଣସି ଛୋଟ ଝିଅ ତଥା ଶିଶୁ ଆପଣଙ୍କୁ ଦେଖି ବାରମ୍ବାର ହସିଥାଏ, ଅଥବା ଆପଣଙ୍କ ଘରେ ତାଙ୍କର ଆଗମନ ହୁଏ, କିମ୍ବା ସେ ଆପଣଙ୍କ ଘରେ ଖୁସିରେ ଖେଳନ୍ତି ତେବେ ଏହା ବହୁତ ଶୁଭ ସଙ୍କେତ ମାନାଯାଇଥାଏ। ଆପଣଙ୍କ ଜୀବନ ହସଖୁସିରେ ଭରି ଯାଏ।ନୂତନ ସମ୍ପର୍କ ଆପଣଙ୍କ ସହିତ ଯୋଡି ହେବାକୁ ଯାଉଅଛି। ଏହା ଆପଣଙ୍କୁ ଈଶ୍ଵରଙ୍କ କୃପାରୁ ହିଁ ମିଳିବ।

୫/ ଅନେକ ଦିନରୁ ଲାଗିରହିଥିବା ସମସ୍ୟା, ଆକାରଣରେ ଖର୍ଚ୍ଚ ସମାପ୍ତ ହେବାକୁ ଲାଗିବ।ଧନ ଉପାର୍ଜନ କରିବାର ସ୍ରୋତ ମିଳିଯିବ। ଏହିସବୁ ସଙ୍କେତରୁ ବୁଝି ଯାଆନ୍ତୁ ଯେ ଆପଣଙ୍କର ଖରାପ ସମୟ ଦୂର ହେବାକୁ ଯାଉଅଛି।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିଭଳି ଲାଗୁଛି ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *