Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବାବେଳେ ଭୁଲରେ ବି ନିଜ ମୁଣ୍ଡ ପାଖରେ ରଖନ୍ତୁନି ଏହି ୬ଟି ଜିନିଷ,ନହେଲେ …

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶୋଇବା ବେଳେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହି ୬ ଟି ଜିନିଷ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମନୁଷ୍ୟ ପାଇଁ ସକାଳୁ ଉଠିବାର ସର୍ବତମ ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ। ଯେଉଁ ମନୁଷ୍ୟ ବ୍ରହ୍ମ ମୁହୂର୍ତ୍ତରେ ସକାଳୁ ଉଠି ଥାଏ ସେ ତାର ଜୀବନରେ ସୁଖ ସମୃଦ୍ଧି ଐଶ୍ୱର୍ଯ୍ୟ ପ୍ରାପ୍ତି କରିଥାଏ। ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଲୋକଙ୍କୁ କେବେବି ଦୁଃଖ କଷ୍ଟର ସାମ୍ନା କରିବାକୁ ପଡିନଥାଏ। ଏହିପରି ଲୋକଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କର କୃପା ବର୍ଷା ହୋଇଥାଏ ଆଉ ମା ଲକ୍ଷ୍ମୀ ଏହିପରି ଲୋକଙ୍କ ପାଖରେ ବାସ କରିବାକୁ ପସନ୍ଦ କରିଥାନ୍ତି। ବନ୍ଧୁଗଣ ଆମର ଶାସ୍ତ୍ରରେ ରାତି ସମୟରେ ଶୋଇବା ଠାରୁ ଆରମ୍ଭ କରି ସକାଳୁ ଉଠିବା ପର୍ଯ୍ୟନ୍ତ କରାଯାଇଥିବା ସବୁ କାର୍ଯ୍ୟ ବିଷୟରେ ବଡ଼ ମହତ୍ୱପୂର୍ଣ୍ଣ ଜ୍ଞାନ ଦିଆଯାଇଛି। ଯାହା ଆଜିକାଲି ବୈଜ୍ଞାନିକ ଦୃଷ୍ଟିକୋଣରୁ ବି ମଧ୍ୟ ଲାଭକାରୀ ହୋଇଥାଏ। ଯାହା ପ୍ରଚୀନ କାଳରୁ ହଜାର ବର୍ଷେ ପୂର୍ବେ ମୁନି ଋଷିମାନେ କହିଥିଲେ। ଏହି ବିଷୟରେ ଆସନ୍ତୁ ଜାଣିବା। ରାତି ସମୟରେ ଶୋଇବା ସମୟରେ କିଛି ଏମିତି ଭୁଲ ହୋଇଥାଏ ଯାହା ଦ୍ୱାରା ଜୀବନ ଉପରେ ବିପଦ ଆସିବା ଆରମ୍ଭ ହୋଇଯାଇଥାଏ ଏବଂ ଏହାର ପ୍ରଭାବ ଗ୍ରହ ଉପରେ ମଧ୍ୟ ପଡିଥାଏ। ମଣିଷକୁ ଶୋଇବା ସମୟରେ ନିଜ ପାଖରେ କିଛି ଏମିତି ଜିନିଷ ରଖିବା ଉଚିତ ନୁହେଁ। କାହିଁକିନା ଏହି ଜିନିଷରୁ ବାହାରୁଥିବା ନକରାତ୍ମକ ଉର୍ଜା ଆମର ଜୀବନ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ। ବାସ୍ତୁଶାସ୍ତ୍ରରେ ଏହା କୁହାଯାଇଛି କି ଏହି ଜିନିଷ ଯଦି କେହି ନିଜ ପାଖରେ ରଖି ଶୋଇଥାଏ ତ ତାଙ୍କର ଜୀବନରେ ଆର୍ଥିକ ସଂକଟ ବି ଆସିବାକୁ ଲାଗିଥାଏ। ତାହାର ପରିବାରରେ ଦୁଃଖ କ୍ଳେଶ ବଢିବାକୁ ଲାଗିଥାଏ ଏବଂ ଘରେ ବିମାରୀର ବାତାବରଣ ଆସିଥାଏ। ଏହି କାରଣ ଯୋଗୁ ଘରର ଖର୍ଚ୍ଚ ମଧ୍ୟ ବଢିଯାଏ। ଖାସ କରି ମହିଳା ମାନଙ୍କୁ ଶୋଇବା ସମୟରେ ନିଜ ପାଖରେ ନରଖି ଉଚିତ। ତେବେ ଆଜିର ଏହି ପୋଷ୍ଟରେ ଜଣେଇବୁ ଯେ ଏପରି କିଛି ଜିନିଷ ବିଷୟରେ ଯାହାକୁ ଶୋଇବା ସମୟରେ ନିଜ ପାଖରେ ରଖିବା ଉଚିତ ନୁହେଁ।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ମନୁଷ୍ୟକୁ ଶୋଇବା ସମୟରେ ନିଜର ପାଦ ଦକ୍ଷିଣ କିମ୍ବା ପୂର୍ବ ଦିଗରେ ନରଖିବା ଉଚିତ। ଅର୍ଥାତ ଆପଣଙ୍କୁ ଆପଣଙ୍କର ପାଦ ଉତ୍ତର ଏବଂ ପଶ୍ଚିମ ଦିଗରେ ରଖିବା ଉଚିତ ଏବଂ ଆପଣଙ୍କର ମୁଣ୍ଡ ପୂର୍ବ ଏବଂ ଦକ୍ଷିଣ ଦିଗକୁ ରଖିବା ଉଚିତ। ଏହିପରି କରିବା ଦ୍ୱାରା ମନୁଷ୍ୟର ଶରୀରକୁ ସକରାତ୍ମକ ଉର୍ଜା ପ୍ରବେଶ କରିଥାଏ ଏବଂ ସେ ଜୀବନରେ ସର୍ବଦା ଉନ୍ନତି କରିଥାଏ।

କିଛି ଲୋକ ଏହି ଭୁଲ କରିଥାନ୍ତି କି ଶୋଇବା ସମୟରେ ତାଙ୍କର ମୁଣ୍ଡ ପାଖରେ ପାଣି ରଖିକି ଶୋଇଥାନ୍ତି। ବାସ୍ତିଶାସ୍ତ୍ରରେ ଏହାକୁ ଅଶୁଭ ମାନାଯାଏ। ଶୋଇବା ସମୟରେ ମୁଣ୍ଡ ପାଖରେ ଜଳ ରଖିବା ଦ୍ୱାରା ବ୍ୟକ୍ତିର ଚନ୍ଦ୍ରମା ପ୍ରଭାବିତ ହୋଇଥାଏ ଏବଂ ଏହାର ପ୍ରଭାବ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ

ଶୋଇବା ସମୟରେ ଧ୍ୟାନ ଦେବେକି ଆପଣଙ୍କର ଆଖପାଖରେ କିମ୍ବା ଖଟ ତଳେ ଜୋତା ଚପଲ ନରହିବା ଉଚିତ। ଏହା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ। ଚପଲ ବା ଜୋତା ଗୋଡ଼ରେ ପିନ୍ଧିଲେ ଏହା ଦ୍ବାରା ଶରୀରର ସମସ୍ତ ନକରାତ୍ମକ ଉର୍ଜା ଏହି ବାଟ ଦେଇ ବାହାରକୁ ଯାଇଥାଏ। ଯଦି ଆପଣ ଏହାକୁ ପାଖରେ ରଖିକରି ଶୋଇବେ ତ ଏହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ।

ଯେଉଁ ସ୍ଥାନରେ ଆପଣ ଶୋଇଥାନ୍ତି ତାର ସାମ୍ନାରେ ଆଇନା ବିଲକୁଲ ବି ରଖନ୍ତୁ ନାହିଁ। ଶୋଇବା ସମୟରେ ନିଜର ଛବି ଆଇନାରେ ନଦେଖିବା ଉଚିତ ଏବଂ ସକାଳୁ ଉଠିବା ପରେ ମଧ୍ୟ ଆଇନାରେ ନିଜ ଛବି ଦେଖିବା ଉଚିତ ନୁହେଁ। ଏହା ଦ୍ବାରା ବ୍ୟକ୍ତିର ଜୀବନରେ ଡର ଏବଂ ଭ୍ରମ ଜନ୍ମ ନେଇଥାଏ ଏବଂ ଖରାପ ସ୍ୱପ୍ନ ମଧ୍ୟ ଆସିଥାଏ। ତା ସହିତ ନକରାତ୍ମକ ପ୍ରଭାବ କାରଣରୁ ଜୀବନ ଅସ୍ତବ୍ୟସ୍ତ ହୋଇପଡେ।

ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ସମୟରେ ନିଜ ପାଖରେ କେଉଁ ବି ପ୍ରକାରର ସୁଗନ୍ଧିତ ତେଲ ରଖନ୍ତୁ ନାହିଁ। ତେଲ ନକରାତ୍ମକ ଶକ୍ତିକୁ ଆକର୍ଷଣ କଲା ବାଲା ଜିନିଷ ହୋଇଥାଏ। ଏହାକୁ ଆପଣ ପାଖରେ ରଖିଲେ ଏହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ।

ବାସ୍ତୁ ଅନୁସାରେ ନିଜ ମୁଣ୍ଡ ପାଖରେ ପୁସ୍ତକ ଆଦି ରଖିବା ଅନୁଚିତ। ଖାସ କରି ବିଦ୍ୟାର୍ଥୀ ମାନଙ୍କୁ ଏହି କଥାର ଧ୍ୟାନ ରଖିବା ଆବଶ୍ୟକ ଅଟେ। ମୁଣ୍ଡ ପାଖରେ ପୁସ୍ତକ ରଖିବା ଦ୍ୱାରା ବ୍ୟକ୍ତିର ବୁଧ ଗ୍ରହ କମଜୋର ହୋଇଯାଏ। ବହିକୁ ପଢିବା ପରେ ତାକୁ ତାର ଉଚିତ ସ୍ଥାନରେ ରଖିଦିଅନ୍ତୁ।

ବାସ୍ତୁ ଅନୁସାରେ ଧନକୁ ନିଜର ମୁଣ୍ଡ ପାଖରେ ରଖିକି କେବେବି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ଅଚାନକ ଖର୍ଚ୍ଚ ବଢିଥାଏ ଏବଂ ଧନର ହାନି ଘଟିଥାଏ। ଧନକୁ ସର୍ବଦା ଉଚିତ ସ୍ଥାନରେ ରଖିବା ଉଚିତ। ଧନକୁ ମା ଲକ୍ଷ୍ମୀଙ୍କ ପରି ସମ୍ମାନ କରିବା ଦରକାର ଯାହା ଦ୍ୱାରା ଧନ ବୃଦ୍ଧି ହୋଇଥାଏ।

କେବେବି ନିଜ ଶୋଇବା ଗୃହରେ ଝାଡୁ ଠିଆ କରି ରଖନ୍ତୁ ନାହିଁ। ଏହା ଦ୍ବାରା ମଧ୍ୟ ଧନ ହାନି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *